ଶୌଚ ପାଇଁ ଯାଇଥିଲେ: ଭାଲୁ ହାବୁଡ଼ରେ ପଡ଼ି ଅବସ୍ଥା ସଙ୍କଟାପନ୍ନ

କୋକସରା,୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଉଛୁଳା ପଞ୍ଚାୟତ ନୂଆଗୁଡା ଗ୍ରାମରେ ଗୁରୁବାର ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ଗ୍ରାମର ଯଦୁମଣି ଧଙ୍ଗଡା ମାଝୀ (୫୫)। ମିଳିଥିବା ସୂଚନା ମୁତାବକ, ଗୁରୁବାର ଯଦୁମଣି ଗାଁ ନିକଟ ନାଲାକୁ ଶୌଚ ପାଇଁ ଯାଇଥିଲେ। ସେତିକିବେଳେ ଉଛୁଳା ଡଙ୍ଗରରୁ ଖାଦ୍ୟ ଅନ୍ବେଷଣ ପାଇଁ ଗାଁ ମୁହାଁ ହୋଇଥିବା ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ହଠାତ୍‌ ଦୁଇ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। […] The post ଶୌଚ ପାଇଁ ଯାଇଥିଲେ: ଭାଲୁ ହାବୁଡ଼ରେ ପଡ଼ି ଅବସ୍ଥା ସଙ୍କଟାପନ୍ନ appeared first on Dharitri Odia News.

ଶୌଚ ପାଇଁ ଯାଇଥିଲେ: ଭାଲୁ ହାବୁଡ଼ରେ ପଡ଼ି ଅବସ୍ଥା ସଙ୍କଟାପନ୍ନ

କୋକସରା,୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଉଛୁଳା ପଞ୍ଚାୟତ ନୂଆଗୁଡା ଗ୍ରାମରେ ଗୁରୁବାର ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ଗ୍ରାମର ଯଦୁମଣି ଧଙ୍ଗଡା ମାଝୀ (୫୫)।

ମିଳିଥିବା ସୂଚନା ମୁତାବକ, ଗୁରୁବାର ଯଦୁମଣି ଗାଁ ନିକଟ ନାଲାକୁ ଶୌଚ ପାଇଁ ଯାଇଥିଲେ। ସେତିକିବେଳେ ଉଛୁଳା ଡଙ୍ଗରରୁ ଖାଦ୍ୟ ଅନ୍ବେଷଣ ପାଇଁ ଗାଁ ମୁହାଁ ହୋଇଥିବା ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ହଠାତ୍‌ ଦୁଇ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ସେ ଚିତ୍କାର କରିଥିଲେ। ଚିତ୍କାର ଶୁଣି କିଛି ଲୋକ ଘଟଣାସ୍ଥଳରେ ପହଞ୍ଚିବା ପରେ ୨ ଭାଲୁ ଡଙ୍ଗର ଆଡ଼କୁ ଚାଲି ଯାଇଥିଲେ ।

ହେଲେ ଯଦୁମଣିଙ୍କ ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ତାଙ୍କୁ ବୁର୍ଲା ନିଆଯାଇଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ଜୟପାଟଣା ବନ ବିଭାଗ କର୍ମଚାରୀ ପହଞ୍ଚି ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିବା ବେଳେ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

The post ଶୌଚ ପାଇଁ ଯାଇଥିଲେ: ଭାଲୁ ହାବୁଡ଼ରେ ପଡ଼ି ଅବସ୍ଥା ସଙ୍କଟାପନ୍ନ appeared first on Dharitri Odia News.