ମୁକେଶଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର
ଭୁବନେଶ୍ୱର,୨୩।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ଆର୍ଆଇଏଲ୍)ର ଅଧ୍ୟକ୍ଷ ତଥା ଏମ୍ଡି ମୁକେଶ ଧୀରୁଭାଇ ଅମ୍ବାନୀଙ୍କୁ ନିକଟରେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବିଶେଷକରି ଭାରତୀୟ ଟେଲିକମ୍ ଶିଳ୍ପରେ ଉଲ୍ଲେଖନୀୟ ସଫଳତା ଓ ଅତୁଳନୀୟ ଅବଦାନ ପାଇଁ ମୁକେଶଙ୍କୁ ଭଏସ୍ ଆଣ୍ଡ ଡାଟା ପକ୍ଷରୁ ଏଭଳି ଏକ ସମ୍ମାନଜନକ ଲାଇଫ୍ ଟାଇମ୍ ଆଚିଭମେଣ୍ଟ (ଜୀବନବ୍ୟାପୀ ସାଧନା) ପୁରସ୍କାରରେ ପୁରସ୍କୃତ କରାଯାଇଛି। ସେହିଭଳି ନୂଆଦିଲ୍ଲୀଠାରେ ଆୟୋଜିତ ପୁରସ୍କାର ସମାରୋହ ଉତ୍ସବରେ ରିଲାଏନ୍ସ ଜିଓ ଇନ୍ଫୋକମ୍ର ପ୍ରେସିଡେଣ୍ଟ ମାଥ୍ୟୁ […] The post ମୁକେଶଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର appeared first on Dharitri Odia News.
ଭୁବନେଶ୍ୱର,୨୩।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ଆର୍ଆଇଏଲ୍)ର ଅଧ୍ୟକ୍ଷ ତଥା ଏମ୍ଡି ମୁକେଶ ଧୀରୁଭାଇ ଅମ୍ବାନୀଙ୍କୁ ନିକଟରେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବିଶେଷକରି ଭାରତୀୟ ଟେଲିକମ୍ ଶିଳ୍ପରେ ଉଲ୍ଲେଖନୀୟ ସଫଳତା ଓ ଅତୁଳନୀୟ ଅବଦାନ ପାଇଁ ମୁକେଶଙ୍କୁ ଭଏସ୍ ଆଣ୍ଡ ଡାଟା ପକ୍ଷରୁ ଏଭଳି ଏକ ସମ୍ମାନଜନକ ଲାଇଫ୍ ଟାଇମ୍ ଆଚିଭମେଣ୍ଟ (ଜୀବନବ୍ୟାପୀ ସାଧନା) ପୁରସ୍କାରରେ ପୁରସ୍କୃତ କରାଯାଇଛି। ସେହିଭଳି ନୂଆଦିଲ୍ଲୀଠାରେ ଆୟୋଜିତ ପୁରସ୍କାର ସମାରୋହ ଉତ୍ସବରେ ରିଲାଏନ୍ସ ଜିଓ ଇନ୍ଫୋକମ୍ର ପ୍ରେସିଡେଣ୍ଟ ମାଥ୍ୟୁ ଓମେନ୍ଙ୍କୁ ବର୍ଷ ୨୦୨୩ ପାଇଁ ପାଥ୍ବ୍ରେକର ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି। ଦେଶରେ ଟେକ୍ନୋଲୋଜି କ୍ଷେତ୍ରର ବିକାଶ ଦିଗରେ ୫ଜିର ଦ୍ରୁତ ପ୍ରଚଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଓମେନ୍ଙ୍କୁ ଏହି ପୁରସ୍କାର ମିଳିଛି।
ଏ ନେଇ ମାଥ୍ୟୁ ଓମେନ୍ କହିଛନ୍ତି, ଭଏସ୍ ଆଣ୍ଡ ଡାଟା ପକ୍ଷରୁ ମୁକେଶ ଅମ୍ବାନୀଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିବାରୁ ଆମେ ଗର୍ବ ଅନୁଭବ କରୁଛୁ। ଏପରିକି ତାଙ୍କ (ଅମ୍ବାନୀ) ବଳିଷ୍ଠ ନେତୃତ୍ୱରେ କମ୍ପାନୀ ଟେଲିକମ୍, ରିଟେଲ, ମିଡିଆ ଏବଂ କ୍ରୀଡ଼ା କ୍ଷେତ୍ରରେ ଉକତ୍ୃଷ୍ଟ ପ୍ରଦର୍ଶନ ଏବଂ ଅନ୍ତର୍ଭୁକ୍ତୀକରଣ ଜରିଆରେ ଏସବୁକୁ ସମସ୍ତଙ୍କ ପାଇଁ ସହଜ ଲବ୍ଧ କରିଛି। ଆଜିର ଡିଜିଟାଲ ଦୁନିଆରେ ଭାରତର ଭୂମିକା ବୈପ୍ଳବିକ ହେବ। ଏକ ଶିଳ୍ପ ଏବଂ ରାଷ୍ଟ୍ର ଭାବେ ଆମର ଅବଦାନ ଅତୁଳନୀୟ ହେବ ଏବଂ ଏହା ସମସ୍ତ ଭାରତୀୟଙ୍କ ପାଇଁ ଅଧିକ ସମାନତା ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତର ପଥ ପ୍ରଶସ୍ତ କରିବ।
ପୁରସ୍କାର ଗ୍ରହଣ କରିବା ଅବସରରେ ଟେକ୍ନୋଲୋଜି ଅଗ୍ରଗତିକୁ ତ୍ୱରାନ୍ବିତ କରିବାରେ ସହଭାଗିତାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉପସ୍ଥାପିତ କରିବା ସହିତ ଟେଲିକମ୍ ଶିଳ୍ପ ସହ ଜଡ଼ିତ ନୀରଜ ମିଲ ଏବଂ ଗୋପାଳ ଭିଟ୍ଟଲଙ୍କୁ ଓମେନ୍ ଅଭିନନ୍ଦନ ଜଣାଇଛନ୍ତି। ନୀରଜ ମିଲ ଓ ଗୋପାଳ ଭିଟ୍ଟଲଙ୍କ ସହ ମିଳିତ ଭାବେ ମାଥ୍ୟୁ ଓମେନ୍ଙ୍କୁ ପାଥ୍ବ୍ରେକର ଅଫ୍ ଦି ଇୟର ପୁରସ୍କାର ମିଳିଛି।
ଉଲ୍ଲେଖଯୋଗ୍ୟ, ଭଏସ୍ ଆଣ୍ଡ ଡାଟା ଆୱାର୍ଡ ସମାରୋହ ଉତ୍ସବରେ ରିଲାଏନ୍ସ ଜିଓକୁ ନେଟ୍ୱର୍କ ଭିତ୍ତିିଭୂମି, ବହୁଭାଷୀ ଇଣ୍ଟରନେଟ, କମ୍ୟୁନିକେଶନ ପ୍ଲାଟ୍ଫର୍ମ, ବିଜ୍ନେସ୍ ପ୍ରୋସେସ୍ ଇନୋଭେଶନ,ନେଟ୍ୱର୍କ ସର୍ଭିସେସ୍ ଏବଂ ଆଇଓଟି ସମେତ ବିଭିନ୍ନ ବର୍ଗରେ ଆଉ ୬ଟି ପୁରସ୍କାର ମିଳିଛି।
The post ମୁକେଶଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର appeared first on Dharitri Odia News.