IPL Mega Auction 2025 Live: ଶ୍ରେୟାସଙ୍କୁ ଟପିଗଲେ ପନ୍ତ, ଚହଲ-ଶାମି-ସିରାଜଙ୍କୁ କିଣିଲା…
ଦୁବାଇ,୨୪।୧୧: ଅପେକ୍ଷାର ଅନ୍ତ ଘଟିଛି। ବହୁ ପ୍ରତିକ୍ଷିତ ଆଇପିଏଲ୍ ୨୦୨୫ ଲାଗି ନିଲାମ ରବିବାର ଅନୁଷ୍ଠିତ ହେଉଛି। ଏଥିରେ ୫୭୭ ଖେଳାଳି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଅକ୍ସନରେ ମୋଟ ୧୦ ଟିମ୍ ଭାଗ ନେଉଥିବା ବେଳେ ଖର୍ଚ୍ଚ କରିବାକୁ ୬୪୧ କୋଟି ଟଙ୍କା ରହିଛି। ଆଇପିଏଲ୍ ୨୦୨୫ ମେଗା ଅକ୍ସନ ନଭେମ୍ବର ୨୪ରୁ ନଭେମ୍ବର ୨୫ ଯାଏ ଚାଲିବ। ଭାରତୀୟ ସମୟାନୁସାରେ ଅପରାହ୍ନ ୩.୩୦ ରୁ ରାତି ସାଢ଼େ ୧୦ ଟା ଯାଏ ଏହା ଚାଲିବ। […] The post IPL Mega Auction 2025 Live: ଶ୍ରେୟାସଙ୍କୁ ଟପିଗଲେ ପନ୍ତ, ଚହଲ-ଶାମି-ସିରାଜଙ୍କୁ କିଣିଲା… appeared first on Dharitri Odia News.
ଦୁବାଇ,୨୪।୧୧: ଅପେକ୍ଷାର ଅନ୍ତ ଘଟିଛି। ବହୁ ପ୍ରତିକ୍ଷିତ ଆଇପିଏଲ୍ ୨୦୨୫ ଲାଗି ନିଲାମ ରବିବାର ଅନୁଷ୍ଠିତ ହେଉଛି। ଏଥିରେ ୫୭୭ ଖେଳାଳି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଅକ୍ସନରେ ମୋଟ ୧୦ ଟିମ୍ ଭାଗ ନେଉଥିବା ବେଳେ ଖର୍ଚ୍ଚ କରିବାକୁ ୬୪୧ କୋଟି ଟଙ୍କା ରହିଛି।
ଆଇପିଏଲ୍ ୨୦୨୫ ମେଗା ଅକ୍ସନ ନଭେମ୍ବର ୨୪ରୁ ନଭେମ୍ବର ୨୫ ଯାଏ ଚାଲିବ। ଭାରତୀୟ ସମୟାନୁସାରେ ଅପରାହ୍ନ ୩.୩୦ ରୁ ରାତି ସାଢ଼େ ୧୦ ଟା ଯାଏ ଏହା ଚାଲିବ।
ଜାଣନ୍ତୁ ଲାଇଭ୍ ଅପ୍ଡେଟ୍:
-5.25PM- କେ ଏଲ୍ ରାହୁଲଙ୍କ ଉପରେ ଜୋରଦାର ନିଲାମ ଡକାଯାଇଛି। ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୧୪ କୋଟିରେ କିଣିଛି।
-5.17PM-ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଲିୟମ ଲିଭିଂଷ୍ଟନଙ୍କୁ ନୂଆ ଟିମ୍ ମିଳିଛି। ଆର୍ସିବି ତାଙ୍କୁ ୮.୭୫ କୋଟି ଟଙ୍କାରେ କିଣିଛି।
-5.11PM- ମହମ୍ମଦ ସିରାଜଙ୍କୁ ନୂଆ ଟିମ୍ ମିଳିଛି। ୧୨.୨୫ କୋଟି ଟଙ୍କା ଦେଇ ଗୁଜରାଟ ଟାଇଟନ୍ସ ତାଙ୍କୁ କିଣିଛି।
-5.08PM- ଟିମ୍ ଇଣ୍ଡିଆର ଅନୁଭବୀ ସ୍ପିନର ଯୁଜବେନ୍ଦ୍ର ଚହଲ ପଞ୍ଜାବ କିଙ୍ଗ୍ସରେ ସାମିଲ ହୋଇଛନ୍ତି। ୧୮ କୋଟି ଦେଇ ଦଳ ତାଙ୍କୁ ସାମିଲ କରିଛି।
-4.57PM-ଦକ୍ଷିଣ ଆଫ୍ରିକାର ଭେଟେରାନ କ୍ରିକେଟର ଡେଭିଡ୍ ମିଲର୍ଙ୍କୁ ନୂଆ ଟିମ୍ ମିଳିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ ୭.୫୦ କୋଟି ଟଙ୍କାରେ କିଣିଛି।
-4.53PM- ଷ୍ଟାର ବୋଲର ମହମ୍ମଦ ଶାମିଙ୍କୁ ସନରାଇଜର୍ସ ହାଇଦ୍ରାବାଦ କିଣିଛି। ୧୦ କୋଟି ଦାମ୍ ଦେଇ ଶାମିଙ୍କୁ ଦଳ ନିଜ ଟିମ୍ରେ ସାମିଲ କରିଛି।
-4.38 PM-ଋଷଭ ପନ୍ତ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ ୨୭ କୋଟି ଟଙ୍କାରେ କିଣିଛି। ଏଭଳି ଭାବେ ସେ ଶ୍ରେୟାସଙ୍କ ରେକର୍ଡ ଭାଙ୍ଗିଛନ୍ତି। କିଛି ସମୟ ପୂର୍ବରୁ ପଞ୍ଜାବ ତାଙ୍କୁ ୨୬.୭୫ କୋଟିରେ କିଣିଥିଲା।
–ଅଷ୍ଟ୍ରେଲିଆର ମାଇକେଲ ଷ୍ଟାର୍କଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୧.୭୫ କୋଟି ଟଙ୍କାରେ କିଣିଛି।
–ଇଂଲଣ୍ଡର ଟି୨୦ ଦିନିକିଆ ଅଧିନାୟକ ଜୋସ ବଟଲରଙ୍କୁ ଗୁଜରାଟ ଟାଇଟନ୍ସ ୧୫.୭୫ କୋଟି ଟଙ୍କାରେ କିଣିଛି।
–୨ କୋଟି ବେସ୍ ପ୍ରାଇସ୍ ଥିବା ଶ୍ରେୟାସ ଆୟର ଅକ୍ସନ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି। ପଞ୍ଜାବ କିଙ୍ଗ୍ସ ତାଙ୍କୁ ୨୬.୭୫ କୋଟି ଟଙ୍କାରେ କିଣିଛି। ସେ ମାଇକେଲ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିଛନ୍ତି। ଗତ ଅକ୍ସନରେ ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟି ଟଙ୍କାରେ କିଣିଥିଲା।
–ଦକ୍ଷିଣ ଆଫ୍ରିକାର ବୋଲର୍ କାଗିସୋ ରବାଡ଼ାଙ୍କୁ ଗୁଜରାଟ ଟାଇଟନ୍ସ କିଣିଛି। ଏଥିପାଇଁ ସେ ୧୦.୭୫ କୋଟି ଟଙ୍କାର ନିଲାମ ଡାକିଛି।
–ପ୍ରଥମେ ଅର୍ଶଦୀପଙ୍କ ଉପରେ ନିଲାମ ଡକା ଯାଇଛି। ୧୮ କୋଟି ଟଙ୍କାରେ ପଞ୍ଜାବ କିଙ୍ଗ୍ସ ଏହି ଖେଳାଳିଙ୍କୁ କିଣିଛି।
The post IPL Mega Auction 2025 Live: ଶ୍ରେୟାସଙ୍କୁ ଟପିଗଲେ ପନ୍ତ, ଚହଲ-ଶାମି-ସିରାଜଙ୍କୁ କିଣିଲା… appeared first on Dharitri Odia News.