ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ତାଲା

ଭବାନୀପାଟଣା,୪ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ପୂର୍ତ୍ତବିଭାଗ ଅଧୀନରେ ଥିବା ୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ୨ମାସ ହେଲା ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଫଳରେ ଯାତ୍ରୀମାନେ ସେବା ନ ପାଇ ହନ୍ତସନ୍ତ ହୋଇଛନ୍ତି। ଏହାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଜିଲାର ଜୁନାଗଡ ବ୍ଲକର ଚଞ୍ଚରାଭାଡି, ଭବାନୀପାଟଣା ବ୍ଲକର ବୋର୍ଡା, କୋକସରା ବ୍ଲକର ଆମ୍ବପାଣି ଓ ଏମ୍‌ ରାମପୁର ବ୍ଲକର ରଙ୍ଗାପଦରଠାରେ ଏହି ପ୍ରଥପ୍ରାନ୍ତ ସୁବିଧା କେନ୍ଦ୍ର ରହିଛି। ୨୦୧୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ […] The post ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ତାଲା appeared first on Dharitri Odia News.

ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ତାଲା

ଭବାନୀପାଟଣା,୪ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ପୂର୍ତ୍ତବିଭାଗ ଅଧୀନରେ ଥିବା ୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ୨ମାସ ହେଲା ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଫଳରେ ଯାତ୍ରୀମାନେ ସେବା ନ ପାଇ ହନ୍ତସନ୍ତ ହୋଇଛନ୍ତି। ଏହାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଜିଲାର ଜୁନାଗଡ ବ୍ଲକର ଚଞ୍ଚରାଭାଡି, ଭବାନୀପାଟଣା ବ୍ଲକର ବୋର୍ଡା, କୋକସରା ବ୍ଲକର ଆମ୍ବପାଣି ଓ ଏମ୍‌ ରାମପୁର ବ୍ଲକର ରଙ୍ଗାପଦରଠାରେ ଏହି ପ୍ରଥପ୍ରାନ୍ତ ସୁବିଧା କେନ୍ଦ୍ର ରହିଛି। ୨୦୧୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ପଥପ୍ରାନ୍ତ ସେବା କେନ୍ଦ୍ର ଲୋକାର୍ପିତ ହୋଇଥିଲା। ଏଠାରେ ଯାତ୍ରୀମାନେ ବିଶ୍ରାମ ନେବା, ଶୌଚାଳୟ ବ୍ୟବହାର କରିବା, ପିଇବା ପାଣିର ବ୍ୟବସ୍ଥା ଆଦି ରହିଥିଲା। ଏହାଦ୍ୱାରା ରାସ୍ତାରେ ଯାଉଥିବା ଅନେକ ଯାତ୍ରୀ ଉପକୃତ ହେଉଥିଲେ। ହେଲେ ଗତ ୨ମାସରୁ ଊର୍ଦ୍ଧ୍ୱ ହେଲା ଏସବୁ କେନ୍ଦ୍ରରେ ତାଲା ଝୁଲୁଥିବାରୁ ଯାତ୍ରୀମାନେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୪ ପଥପ୍ରାନ୍ତରେ କାର୍ଯ୍ୟରତ ୨୪ ଜଣ କର୍ମଚାରୀଙ୍କୁ ଛଟେଇ ପରେ ଏପରି ଅସୁବିଧା ଦେଖାଦେଇଛି। ପୂର୍ତ୍ତବିଭାଗ ଏକ ଘରୋଇ ଠିକା କମ୍ପାନୀକୁ ପରିଚାଳନା ପାଇଁ ଦାୟିତ୍ୱ ଦେଇଥିଲା। ହେଲେ ଠିକା କମ୍ପାନୀ ସମସ୍ତ କର୍ମଚାରୀଙ୍କୁ ଗତ ଜୁନ୍‌ ଶେଷରେ ଛଟେଇ କରିଦେଇଥିବା ଜଣାପଡିଛି। ଫଳରେ ସେହିଦିନଠୁ ପଥପ୍ରାପ୍ତ ସୁବିଧା କେନ୍ଦ୍ରରେ ତାଲା ଝୁଲୁଛି। ଏ ନେଇ କଳାହାଣ୍ଡି ଜିଲାପାଳ ସଚିନ ପାୱାରଙ୍କୁ ପଚାରିବାରୁ ପିଡବ୍ଲ୍ୟୁଡି ଅଧିକାରୀଙ୍କ ସହ କଥା ହୋଇ ସମାଧାନ କରାଯିବ ବୋଲି କହିଥିଲେ।

The post ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ତାଲା appeared first on Dharitri Odia News.