ଘରକୁ ଆସିଥିବା ଅତିଥିଙ୍କ ଗଳା କାଟିଦେଲେ…
କୋରାପୁଟ/ନନ୍ଦପୁର,୧୨।୧୧(ଅମିତାଭ ବେହେରା/ସୁନୀଲ ପଣ୍ଡା): ଦୁଇ ଜଣଙ୍କ ଗଳାକାଟିବା ପରେ ନିଜ ଗଳା କଟିଲେ ମାନସିକ ବିକୃତ ଯୁବକ। ଏଭଳି ଏକ ଘଟଣା ଘଟିଛି ଲମତାପୁଟ ଟିକରପଡା ଗ୍ରାମରେ । ମିଳିଥିବା ସୂଚନା ମୁତାବକ, ଟିକରପଡା ଗ୍ରାମରେ ସାଧୁ ବଡନାୟକ କିଛି ଦିନ ହେଲା ମାନସିକ ବିକୃତ ଭାବେ ଲୋକଙ୍କୁ ବ୍ୟବହାର କରୁଥିଲେ। ଏଭଳିସ୍ଥିତିରେ ସାଧୁ ଘରକୁ ଆସିଥିବା କାଡ୍ରି ଗ୍ରାମର ସମ୍ପର୍କୀୟ ରାମ କ୍ରିସାନୀ ଏବଂ ନାବାଳକ ପୁତୁରା ସୁକୁବଙ୍କ ଛୁରୀରେ ଗଳା କାଟିଦେଇଥିଲେ। ଘଟଣାସ୍ଥଳରେ ରାମଙ୍କ […] The post ଘରକୁ ଆସିଥିବା ଅତିଥିଙ୍କ ଗଳା କାଟିଦେଲେ… appeared first on Dharitri Odia News.
କୋରାପୁଟ/ନନ୍ଦପୁର,୧୨।୧୧(ଅମିତାଭ ବେହେରା/ସୁନୀଲ ପଣ୍ଡା): ଦୁଇ ଜଣଙ୍କ ଗଳାକାଟିବା ପରେ ନିଜ ଗଳା କଟିଲେ ମାନସିକ ବିକୃତ ଯୁବକ। ଏଭଳି ଏକ ଘଟଣା ଘଟିଛି ଲମତାପୁଟ ଟିକରପଡା ଗ୍ରାମରେ ।
ମିଳିଥିବା ସୂଚନା ମୁତାବକ, ଟିକରପଡା ଗ୍ରାମରେ ସାଧୁ ବଡନାୟକ କିଛି ଦିନ ହେଲା ମାନସିକ ବିକୃତ ଭାବେ ଲୋକଙ୍କୁ ବ୍ୟବହାର କରୁଥିଲେ। ଏଭଳିସ୍ଥିତିରେ ସାଧୁ ଘରକୁ ଆସିଥିବା କାଡ୍ରି ଗ୍ରାମର ସମ୍ପର୍କୀୟ ରାମ କ୍ରିସାନୀ ଏବଂ ନାବାଳକ ପୁତୁରା ସୁକୁବଙ୍କ ଛୁରୀରେ ଗଳା କାଟିଦେଇଥିଲେ। ଘଟଣାସ୍ଥଳରେ ରାମଙ୍କ ମୃତ୍ୟୁ ଘଟିଥିବା ବେଳେ ପୁତୁରା ସୁକୁବଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି l ଅନ୍ୟପକ୍ଷେ ସାଧୁ ନିଜ ଗଳା କାଟି ଦେଇଥିବା ଜଣାପଡିଛି।
The post ଘରକୁ ଆସିଥିବା ଅତିଥିଙ୍କ ଗଳା କାଟିଦେଲେ… appeared first on Dharitri Odia News.