ରେଳମନ୍ତ୍ରୀଙ୍କ ବଡ ଘୋଷଣା: ପୁରୀରୁ କୋଣାର୍କ ଚାଲିବ ଟ୍ରେନ
ପୁରୀ,୨୦।୨: ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବେଷ୍ଣବ ମଙ୍ଗଳବାର ପୁରୀରୁ କୋଣାର୍କ ଟ୍ରେନ ଚାଲିବ ବୋଲି ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ରେଳମନ୍ତ୍ରୀ ବୈଷ୍ଣବ ପୁରୀ-କୋଣାର୍କ ନୂଆ ରେଳ ଲାଇନ୍ ହେବ ବୋଲି ସୂଚନା ଦେଇଛନ୍ତି। ୩୨କି.ମି. ର ଏହି ନୂଆ ରେଳପଥ ପାଇଁ ୪୯୨କୋଟି ଟଙ୍କା ମଞ୍ଜୁର ହୋଇଥିବା ସେ କହିଛନ୍ତି। ଏହି ରେଳଲାଇନ୍ ସୂର୍ଯ୍ୟ ମନ୍ଦିରରୁ ଜଗନ୍ନାଥ ମନ୍ଦିରକୁ ଯୋଡିବା ସ୍ବପ୍ନ ସାକାର କରିବ । ଏହି ଟ୍ରେନ୍ ଲାଇନ୍ରେ ସ୍ବତନ୍ତ୍ର ଭିଷ୍ଟାଡୋମ ଟ୍ରେନ […] The post ରେଳମନ୍ତ୍ରୀଙ୍କ ବଡ ଘୋଷଣା: ପୁରୀରୁ କୋଣାର୍କ ଚାଲିବ ଟ୍ରେନ appeared first on Dharitri Odia News.
ପୁରୀ,୨୦।୨: ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବେଷ୍ଣବ ମଙ୍ଗଳବାର ପୁରୀରୁ କୋଣାର୍କ ଟ୍ରେନ ଚାଲିବ ବୋଲି ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ରେଳମନ୍ତ୍ରୀ ବୈଷ୍ଣବ ପୁରୀ-କୋଣାର୍କ ନୂଆ ରେଳ ଲାଇନ୍ ହେବ ବୋଲି ସୂଚନା ଦେଇଛନ୍ତି। ୩୨କି.ମି. ର ଏହି ନୂଆ ରେଳପଥ ପାଇଁ ୪୯୨କୋଟି ଟଙ୍କା ମଞ୍ଜୁର ହୋଇଥିବା ସେ କହିଛନ୍ତି।
ଏହି ରେଳଲାଇନ୍ ସୂର୍ଯ୍ୟ ମନ୍ଦିରରୁ ଜଗନ୍ନାଥ ମନ୍ଦିରକୁ ଯୋଡିବା ସ୍ବପ୍ନ ସାକାର କରିବ । ଏହି ଟ୍ରେନ୍ ଲାଇନ୍ରେ ସ୍ବତନ୍ତ୍ର ଭିଷ୍ଟାଡୋମ ଟ୍ରେନ ଚାଲିବାର ବ୍ୟବସ୍ଥା ହେବ। ଫଳରେ ଯାତୀମାନେ ଟ୍ରେନ ଭିତରେ ରହି ବାହାରର ଦୃଶ୍ୟ ଦେଖିପାରିବେ। ଟ୍ରେନ ଭିତରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ବ୍ୟବସ୍ଥା ବି ରହିବ। ଏହି ନୂଆ ଲାଇନ୍ ପାଇଁ ୨୧୫ ହେକ୍ଟର ଜମି ଅଧିଗ୍ରହଣ ଗରିବାକୁ ପଡିବ ବୋଲି ରେଳମନ୍ତ୍ରୀ କହିଛନ୍ତି। ଜମି ଅଧିଗ୍ରହଣ ପରେ ମଞ୍ଜୁର ପ୍ରୋଜେକ୍ଟ କାମ ତ୍ୱରାନ୍ବିତ ହେବ। ୪ରୁ ୫ଟି ସ୍ଥାନରେ ହେରିଟେଜ ଟୁରିଷ୍ଟ ହେବ। ପ୍ରୋଜେକ୍ଟ ଶେଷ କରିବାକୁ ରାଜ୍ୟ ସରକାରଙ୍କ ସହଯୋଗ ଜରୁରୀ ବୋଲି ରେଳମନ୍ତ୍ରୀ ପ୍ରକାଶ କରିଛନ୍ତି।
The post ରେଳମନ୍ତ୍ରୀଙ୍କ ବଡ ଘୋଷଣା: ପୁରୀରୁ କୋଣାର୍କ ଚାଲିବ ଟ୍ରେନ appeared first on Dharitri Odia News.