ନିମାପଡ଼ା ବିଜେପିରେ ବଢିଚାଲିଛି ଗୋଷ୍ଠୀ କନ୍ଦଳ ; ବିଜେପି କର୍ମୀଙ୍କ ଅଲଗା ଅଲଗା ଶୋଭାଯାତ୍ରା
ପୁରୀ: ନିମାପଡ଼ା ବିଜେପିରେ ଦିନକୁ ଦିନ ବଢି ଚାଲିଛି ଗୋଷ୍ଠୀ କନ୍ଦଳ। ଆଗରୁ ପଣା ସଂକ୍ରାନ୍ତି ଆଉ ଏବେ ତ୍ରିରଙ୍ଗା... The post ନିମାପଡ଼ା ବିଜେପିରେ ବଢିଚାଲିଛି ଗୋଷ୍ଠୀ କନ୍ଦଳ ; ବିଜେପି କର୍ମୀଙ୍କ ଅଲଗା ଅଲଗା ଶୋଭାଯାତ୍ରା appeared first on .
ପୁରୀ: ନିମାପଡ଼ା ବିଜେପିରେ ଦିନକୁ ଦିନ ବଢି ଚାଲିଛି ଗୋଷ୍ଠୀ କନ୍ଦଳ। ଆଗରୁ ପଣା ସଂକ୍ରାନ୍ତି ଆଉ ଏବେ ତ୍ରିରଙ୍ଗା ଶୋଭାଯାତ୍ରା । ଏମିତି ଅନେକ କାର୍ଯ୍ୟକ୍ରମରେ ବିଜେପି କର୍ମୀ ମାନେ ଦୁଇଭାଗରେ ବିଭକ୍ତ ହେବା ସହିତ ଅଲଗା ଅଲଗା ଶୋଭାଯାତ୍ରା କରୁଥିବା ଦେଖିବାକୁ ମିଳୁଛି । ନିମାପଡ଼ାର ଦୁଇଜଣ ଜଣା ଶୁଣା ନେତା ଯଥା ଜଣେ ହେଉଛନ୍ତି ନିମାପଡ଼ାର ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ, ଯିଏକି ଗତ ସାଧାରଣ ନିର୍ବାଚନରେ ବିଜେଡି ଟିକେଟରୁ ବଞ୍ଚିତ ହେବା ପରେ ବିଜେପିରେ ଯୋଗ ଦେଇଥିଲେ । ଆଉ ଜଣେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ଦୁଇଜଣ ଗୋଟିଏ ଦଳରେ ଥାଇ ମଧ୍ୟ ବର୍ତ୍ତମାନ ବିଭାଜିତ ହୋଇ ଭିନ୍ନ ଭିନ୍ନ ରାଲି କରୁଥିବା ଦେଖିବାକୁ ମିଳୁଛି।
ଭାରତୀୟ ସେନା ବାହିନୀର ସାହସିକତାକୁ ନେଇ ସାରା ରାଜ୍ୟରେ ପ୍ରତ୍ୟେକ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଉଥିବା ବେଳେ ନିମାପଡ଼ାରେ ମଧ୍ୟ ତିନି ତିନୋଟି ଶୋଭାଯାତ୍ରା ଆୟୋଜନ କରାଯାଇଛି । ଗତ ୧୪ତାରିଖରେ ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାସ ଏକ ସାମ୍ୱାଦିକ ସମ୍ମିଳନୀ ମାଧ୍ୟରେ ୧୮ତାରିଖରେ ହେବାକୁ ଥିବା ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ ସୂଚନା ଦେଇଥିଲେ । ଆଉ ସେ ଶୋଭାଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମଧ୍ୟ ସାମିଲ ହେବା ପାଇଁ ନିବେଦନ କରିଥିଲେ । ତାର ଠିକ୍ ଗୋଟେ ଦିନ ପରେ ପ୍ରଭାତିଙ୍କ ସମର୍ଥକ ମାନେ ୧୭ତାରିଖରେ ଶୋଭାଯାତ୍ରା କରିବା ପାଇଁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଉପ ମୁଖ୍ୟମନ୍ତ୍ରୀଙ୍କ ଅଲଗା ଶୋଭାଯାତ୍ରା ପ୍ରସ୍ତୁତି ସୂଚନା ପରେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ଗୋପରେ ତ୍ରିରଙ୍ଗା ଶୋଭାଯାତ୍ରା କରିଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ନିମାପଡ଼ା ବିଜେପିରେ ଗୋଷ୍ଠୀ କନ୍ଦଳ ଥିବା ସ୍ପଷ୍ଟ ବାରିହୋଇପଡିଛି।
ସାଧାରଣ ନିର୍ବାଚନ ପର ଠାରୁ ନିମାପଡ଼ାର କୌଣସି କାର୍ଯ୍ୟକ୍ରମରେ ସମୀର ଓ ପ୍ରଭାତୀଙ୍କୁ ଏକାଠି ଦେଖିବାକୁ ମିଳୁନଥିବା ବେଳେ ଦୁଇଜଣଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।
The post ନିମାପଡ଼ା ବିଜେପିରେ ବଢିଚାଲିଛି ଗୋଷ୍ଠୀ କନ୍ଦଳ ; ବିଜେପି କର୍ମୀଙ୍କ ଅଲଗା ଅଲଗା ଶୋଭାଯାତ୍ରା appeared first on .