ଓଡ଼ିଶାକୁ ଅଣଦେଖା, ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼
ଭୁବନେଶ୍ବର : ନିର୍ବାଚନ ସରିଲା, ଅସ୍ମିତା ଚୁଲିକି ଗଲା। ଡବଲ ଇଞ୍ଜିନ ସରକାରଙ୍କୁ ଘେରିଲା ବିଜେଡି।କର୍ତ୍ତବ୍ୟ ପଥରେ କାହିକିଁ ଗଡ଼ିବନି... The post ଓଡ଼ିଶାକୁ ଅଣଦେଖା, ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼ appeared first on .
ଭୁବନେଶ୍ବର : ନିର୍ବାଚନ ସରିଲା, ଅସ୍ମିତା ଚୁଲିକି ଗଲା। ଡବଲ ଇଞ୍ଜିନ ସରକାରଙ୍କୁ ଘେରିଲା ବିଜେଡି।କର୍ତ୍ତବ୍ୟ ପଥରେ କାହିକିଁ ଗଡ଼ିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼ ? ଟାର୍ଗେଟ କଲା କଂଗ୍ରେସ। ଉତ୍ତର ରଖିଲା ବିଜେପି। ପୁଣି ଡ଼ବଲ ଇଂଜିନ ସରକାରରେ ଓଡ଼ିଶାକୁ ଅଣଦେଖା।ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼।ଓଡ଼ିଶା ମଡ଼େଲକୁ କେନ୍ଦ୍ରର ପ୍ରତ୍ୟାଖାନ ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି।ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଡବଲ ଇଂଜିନ ସରକାର ଅସ୍ମିତା କଥା ଉଚ୍ଚାରଣ କରୁଛନ୍ତି କିନ୍ତୁ ଆଚରଣରେ ତାହା ପ୍ରତିଫଳିତ ହେଉନି।କର୍ତ୍ତବ୍ୟ ପଥରେ ଓଡିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଲେ ସାରା ବିଶ୍ୱ ଏହାକୁ ଦେଖିବ।ଓଡ଼ିଆ କଳା, ସଂସ୍କୃତି,ପରମ୍ପରାର ଝଲକ ଦେଖିଥାନ୍ତା।ତେଣୁ କର୍ତ୍ତବ୍ୟ ପଥରେ ଓଡିଶାର ପ୍ରଜ୍ଞାପନ ମେଢ଼ କିପରି ସ୍ଥାନ ପାଇବ ତାହା ଉପରେ ସରକାର ଗୁରୁତ୍ବ ଦେବାକୁ ଦାବି କରିଛି ବିଜେଡି।…
କଂଗ୍ରେସ ମଧ୍ୟ ପ୍ରଜ୍ଞାପନ ମେଢ଼ ସ୍ଥାନ ନପାଇବା ପ୍ରସଙ୍ଗ ନେଇ ବିଜେପି ସରକାର ଉପରେ ବର୍ଷିଛି।ବିଜେପିର ଓଡ଼ିଆ ଅସ୍ମିତା କେବଳ ନିର୍ବାଚନ ପାଇଁ ଥିଲା କହିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ। ଭୋଟ ହାତେଇବା ପରେ ଅସ୍ମିତାକୁ ଭୁଲିଯାଇଛି ଡବଲ ଇଂଜିନ ସରକାର। ଓଡ଼ିଶାବାସୀ ଏକଥା ବୁଝିସାରିଲେଣି ବୋଲି କହିଛି କଂଗ୍ରେସ। ଓଡିଶାର ପ୍ରଜ୍ଞାପନ ମେଢ କର୍ତ୍ତବ୍ୟ ପଥରେ ସ୍ଥାନ ନପାଇବା ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ ପରେ ଅକଳରେ ପଡ଼ିଛି ବିଜେପି। ସରକାରୀ ଦଳ ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ଓଡିଶାର ପ୍ରଜ୍ଞାପନ ମେଢ କର୍ତ୍ତବ୍ୟ ପଥରେ ସ୍ଥାନ ପାଇଁ ଚେଷ୍ଟା କରାଯିବ। ଦିଲ୍ଳୀର କର୍ତ୍ତବ୍ୟ ପଥରେ ୧୫ ରାଜ୍ୟର ମଡେଲ ସ୍ଥାନ ପାଇଛି। ତେବେ ଓଡ଼ିଶାକୁ ସ୍ଥାନ ମିଳିନଥିବାରୁ ରାଜ୍ୟରେ ଉଠିଛି ବିରୋଧର ସ୍ବର। ଓଡ଼ିଆ ଅସ୍ମିତାର ଡିଣ୍ଡିମ ପିଟୁଥିବା ବିଜେପି ଏ ପ୍ରସଙ୍ଗରେ ଚୁପ କାହାକିଁ ବୋଲି ସବୁ ମହଲରରୁ ଉଠୁଛି ପ୍ରଶ୍ନ।
The post ଓଡ଼ିଶାକୁ ଅଣଦେଖା, ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼ appeared first on .