ସୋଆ ଗ୍ରାଉଣ୍ଡରେ ଡକ୍ଟରସ୍ ପ୍ରିମିୟର ଲିଗ୍ ଆୟୋଜିତ, ପଡ଼ିଆରେ ଏକାଠି ହେଲେ ଫ୍ୟାକଲ୍ଟି ଏବଂ ଛାତ୍ର
ଭୁବନେଶ୍ବର: ସୋଆ ଗ୍ରାଉଣ୍ଡରେ ଆୟୋଜିତ ହୋଇଛି ଡକ୍ଟରସ୍ ପ୍ରିମିୟର ଲିଗ୍। ସମ୍, ସମ୍ ଅଲ୍ଟିମେଟ୍ ଏବଂ ସମ୍-୨ର ସମସ୍ତ ଡାକ୍ତର ଏବଂ ଏମବିବିଏସ୍ ଛାତ୍ରଙ୍କୁ ନେଇ ଏହି ଟର୍ଣ୍ଣମେଣ୍ଟ ଆୟୋଜିତ ହୋଇଛି। ଏହି ଟର୍ଣ୍ଣମେଣ୍ଟକୁ ସୋଆର ଭାଇସ ଚାନ୍ସଲର୍ ତଥା ଡିନ୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ସମ୍-୨ର ମେଡିକାଲ ସୁପରିଟେଣ୍ଡେଣ୍ଟ ରାଜେଶ ଲେଙ୍କା ଉଦଘାଟନ କରିଥିଲେ।ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରିମିୟର ଲିଗ୍ରେ ଅନେକ ଟିମ୍ ଭାଗ ନେଇଛନ୍ତି। ଉଭୟ ଫ୍ୟାକଲ୍ଟି ଏବଂ ଷ୍ଟୁଡେଣ୍ଟମାନେ ନିଜ ବ୍ୟସ୍ତ ସମୟ ଭିତରେ ଏକଜୁଟ ହୋଇ ଏପରି ଖେଳକୁଦରେ ଭାଗ ନେବା ନିହାତି ଭାବେ ସୁସ୍ଥ ମାନସିକ ଓ ଶାରୀରିକ ଗଠନରେ ସହାୟକ ହେବ ବୋଲି କହିଛନ୍ତି ଫ୍ୟାକ୍ଟଲି। ସେହିଭଳି ଖେଳ ମାଧ୍ୟମରେ ସମସ୍ତେ ଏକାଠି ହେବା ନିଜ ଭିତରେ ଆତ୍ମୀୟତା ବୃଦ୍ଧି କରିବ ବୋଲି କହିଛନ୍ତି ମୁଖ୍ୟ ଅତିଥିଭାବେ ଉପସ୍ଥିତ ହୋଇଥିବା ସୋଆ ଡିନ୍।
ଭୁବନେଶ୍ବର: ସୋଆ ଗ୍ରାଉଣ୍ଡରେ ଆୟୋଜିତ ହୋଇଛି ଡକ୍ଟରସ୍ ପ୍ରିମିୟର ଲିଗ୍। ସମ୍, ସମ୍ ଅଲ୍ଟିମେଟ୍ ଏବଂ ସମ୍-୨ର ସମସ୍ତ ଡାକ୍ତର ଏବଂ ଏମବିବିଏସ୍ ଛାତ୍ରଙ୍କୁ ନେଇ ଏହି ଟର୍ଣ୍ଣମେଣ୍ଟ ଆୟୋଜିତ ହୋଇଛି। ଏହି ଟର୍ଣ୍ଣମେଣ୍ଟକୁ ସୋଆର ଭାଇସ ଚାନ୍ସଲର୍ ତଥା ଡିନ୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ସମ୍-୨ର ମେଡିକାଲ ସୁପରିଟେଣ୍ଡେଣ୍ଟ ରାଜେଶ ଲେଙ୍କା ଉଦଘାଟନ କରିଥିଲେ।
ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରିମିୟର ଲିଗ୍ରେ ଅନେକ ଟିମ୍ ଭାଗ ନେଇଛନ୍ତି। ଉଭୟ ଫ୍ୟାକଲ୍ଟି ଏବଂ ଷ୍ଟୁଡେଣ୍ଟମାନେ ନିଜ ବ୍ୟସ୍ତ ସମୟ ଭିତରେ ଏକଜୁଟ ହୋଇ ଏପରି ଖେଳକୁଦରେ ଭାଗ ନେବା ନିହାତି ଭାବେ ସୁସ୍ଥ ମାନସିକ ଓ ଶାରୀରିକ ଗଠନରେ ସହାୟକ ହେବ ବୋଲି କହିଛନ୍ତି ଫ୍ୟାକ୍ଟଲି। ସେହିଭଳି ଖେଳ ମାଧ୍ୟମରେ ସମସ୍ତେ ଏକାଠି ହେବା ନିଜ ଭିତରେ ଆତ୍ମୀୟତା ବୃଦ୍ଧି କରିବ ବୋଲି କହିଛନ୍ତି ମୁଖ୍ୟ ଅତିଥିଭାବେ ଉପସ୍ଥିତ ହୋଇଥିବା ସୋଆ ଡିନ୍।