ଟ୍ରମ୍ପଙ୍କୁ ଫୋନ କଲେ ଜେଲେଂସ୍କି, ଜାଣନ୍ତୁ କ’ଣ ମିଳିଲା ଜବାବ?

ୱାସିଂଟନ : ଋଷିଆ ସହିତ ଲଢେଇ ଜାରି ରଖିବା ପାଇଁ ଆମେରିକା ରାଷ୍ଟ୍ରପତି ଏପର୍ଯ୍ୟନ୍ତ ୟୁକ୍ରେନକୁ ସହାୟତା କରିଆସୁଛନ୍ତି। ତେବେ ମାମଲାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଚାର ସମ୍ପୂର୍ଣ୍ଣ ଭିନ୍ନ। ଟ୍ରମ୍ପ କହିଛନ୍ତି ଯେ ଯଦି ସେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତେବେ ସେ ମଧ୍ୟ ଜେଲେଂସ୍କିଙ୍କୁ ସହଯୋଗ କରିବେ, ହେଲେ ଯୁଦ୍ଧ ଲଢିବାକୁ ନୁହେଁ ସମାପ୍ତ କରିବାକୁ। ଜେଲେଂସ୍କି ଅଚାନକ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ କରିଥିଲେ, ଏ ନେଇ ଟ୍ରମ୍ପ ସୂଚନା ଦେଇଛନ୍ତି। ତେବେ କଣ ବାର୍ତ୍ତାଳାପ ହୋଇଛି ଆସନ୍ତୁ ଜାଣିବା। ଟ୍ରମ୍ପ  କହିଛନ୍ତି ରାଷ୍ଟ୍ରପତି ଭୋଲଦେମୀର ଜେଲେଂସ୍କିଙ୍କ ସହ ଫୋନରେ ହୋଇଥିବା ବାର୍ତ୍ତାଳାପରେ ସେ ଋଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ସହଯୋଗ ନିମନ୍ତେ ଭରସା ଦେଇଛନ୍ତି। ଜେଲେଂସ୍କି ଟ୍ରମ୍ପଙ୍କୁ ନଭେମ୍ବରରେ ପ୍ରସ୍ତାବିତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ରିପବ୍ଲିକାନ ପାର୍ଟି ପକ୍ଷରୁ ପ୍ରାର୍ଥୀତ୍ୱ ହାସଲ କରିଥିବାରୁ ବଧେଇ ଦେବା ପାଇଁ ଶୁକ୍ରବାର ଫୋନ କରିଥିଲେ। ଏହି ବାର୍ତ୍ତାଳାପ ନେଇ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ସାଇଟ୍ ‘ଟ୍ରୁଥ ସୋସାଲ’ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ଟ୍ରମ୍ପ ଉଲ୍ଲେଖ କରିଛନ୍ତି ଯେ ‘ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କି ଓ ମୋ ମଧ୍ୟରେ ଫୋନରେ ବହୁତ ଭଲ କଥାବାର୍ତ୍ତା ହୋଇଛି। ସେ ରିପବ୍ଲିକାନ ନ୍ୟାସନାଲ କନଭେନସନର

ଟ୍ରମ୍ପଙ୍କୁ ଫୋନ କଲେ ଜେଲେଂସ୍କି, ଜାଣନ୍ତୁ କ’ଣ ମିଳିଲା ଜବାବ?

ୱାସିଂଟନ : ଋଷିଆ ସହିତ ଲଢେଇ ଜାରି ରଖିବା ପାଇଁ ଆମେରିକା ରାଷ୍ଟ୍ରପତି ଏପର୍ଯ୍ୟନ୍ତ ୟୁକ୍ରେନକୁ ସହାୟତା କରିଆସୁଛନ୍ତି। ତେବେ ମାମଲାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଚାର ସମ୍ପୂର୍ଣ୍ଣ ଭିନ୍ନ। ଟ୍ରମ୍ପ କହିଛନ୍ତି ଯେ ଯଦି ସେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତେବେ ସେ ମଧ୍ୟ ଜେଲେଂସ୍କିଙ୍କୁ ସହଯୋଗ କରିବେ, ହେଲେ ଯୁଦ୍ଧ ଲଢିବାକୁ ନୁହେଁ ସମାପ୍ତ କରିବାକୁ। ଜେଲେଂସ୍କି ଅଚାନକ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ କରିଥିଲେ, ଏ ନେଇ ଟ୍ରମ୍ପ ସୂଚନା ଦେଇଛନ୍ତି। ତେବେ କଣ ବାର୍ତ୍ତାଳାପ ହୋଇଛି ଆସନ୍ତୁ ଜାଣିବା। 

ଟ୍ରମ୍ପ  କହିଛନ୍ତି ରାଷ୍ଟ୍ରପତି ଭୋଲଦେମୀର ଜେଲେଂସ୍କିଙ୍କ ସହ ଫୋନରେ ହୋଇଥିବା ବାର୍ତ୍ତାଳାପରେ ସେ ଋଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ସହଯୋଗ ନିମନ୍ତେ ଭରସା ଦେଇଛନ୍ତି। ଜେଲେଂସ୍କି ଟ୍ରମ୍ପଙ୍କୁ ନଭେମ୍ବରରେ ପ୍ରସ୍ତାବିତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ରିପବ୍ଲିକାନ ପାର୍ଟି ପକ୍ଷରୁ ପ୍ରାର୍ଥୀତ୍ୱ ହାସଲ କରିଥିବାରୁ ବଧେଇ ଦେବା ପାଇଁ ଶୁକ୍ରବାର ଫୋନ କରିଥିଲେ। ଏହି ବାର୍ତ୍ତାଳାପ ନେଇ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ସାଇଟ୍ ‘ଟ୍ରୁଥ ସୋସାଲ’ରେ ଏକ ପୋଷ୍ଟ କରିଛନ୍ତି। 

ଏଥିରେ ଟ୍ରମ୍ପ ଉଲ୍ଲେଖ କରିଛନ୍ତି ଯେ ‘ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କି ଓ ମୋ ମଧ୍ୟରେ ଫୋନରେ ବହୁତ ଭଲ କଥାବାର୍ତ୍ତା ହୋଇଛି। ସେ ରିପବ୍ଲିକାନ ନ୍ୟାସନାଲ କନଭେନସନର ସଫଳ ଆୟୋଜନ ଓ ଆମେରିକା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ହୋଇଥିବାରୁ ମୋତେ ଶୁଭେଚ୍ଛା ଜଣାଇଛନ୍ତି’ । ଟ୍ରମ୍ପ କହିଛନ୍ତି ଫୋନରେ କଥାବାର୍ତ୍ତା ପାଇଁ ରାଷ୍ଟ୍ରପତି ଜେଲେଂସ୍କିଙ୍କୁ ମୁଁ ପ୍ରଶଂସା କରୁଛି, କାରଣ ଆମେରିକାର ଆଗାମୀ ରାଷ୍ଟ୍ରପତି ଭାବେ ପୁଣି ଥରେ ବିଶ୍ୱରେ ଶାନ୍ତି ସ୍ଥାପନା କରିବି ଓ ସେହି ଯୁଦ୍ଧକୁ ସମାପ୍ତ କରିବି ଯେଉଁ ଯୁଦ୍ଧ ଏତେ ଲୋକଙ୍କ ଜୀବନ ନେଲାଣି। ଟ୍ରମ୍ପ କହିଛନ୍ତି ଯେ ଉଭୟ ପକ୍ଷ ଶାନ୍ତି ବୁଝାମଣା ପାଇଁ ଆଗକୁ ଆସିବେ, ଯାହା ଦ୍ୱାରା ହିଂସା ସମାପ୍ତ ହେବ ଓ ସମୃଦ୍ଧିର ମାର୍ଗ ପ୍ରଶସ୍ତ ହେବ।