ବର୍ଷା ଯୋଗୁଁ ସବୁ ଜଳଭଣ୍ଡାରରେ ପାଣି ଭରିଛି, ସବୁ ନଦୀ ବିପଦ ସଙ୍କେତ ତଳେ ରହିଛି : ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ବର ୩।୮: ଚଳିତ ବର୍ଷା ଭଲ ଖବର ଆଣିଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି । ସେ କହିଛନ୍ତି, ମାଲକାନଗିରିରେ ବର୍ଷା ଯୋଗୁଁ ପ୍ରଥମ ଥର ପାଇଁ ସମସ୍ତ ଜଳଭଣ୍ଡାରରେ ପାଣି ଭରିଛି । ବାଲିମେଳା ହେଉ କି ମାଛକୁଣ୍ଡ ହେଉ, ଏବେ ଜଳଭଣ୍ଡାର ଭଲ ସ୍ଥିତିକୁ ଆସି ଯାଇଛି । ସବୁଠାରେ ବର୍ଷା ପାଣି କମିଛି । ଆହୁରି କମିବ । ମାଲକାନଗିରିରେ ଫ୍ଲାସ ଫ୍ଲଡ ହୋଇଛି । ତଳିଆ ଅଞ୍ଚଳ ସବୁବେଳେ ବୁଡ଼ିଯାଏ । ସେଠାରେ ୧୫ ମିଲିମିଟର ବର୍ଷା ହୋଇଛି । ସବୁ ନଦୀ ବିପଦ ସଙ୍କେତ ତଳେ ଅଛି । ଯଦିଓ ମହାନଦୀ ଉପରମୁଣ୍ଡରେ ଶୁକ୍ରବାର ୨୦ ମିଲିମିଟର ବର୍ଷା ହୋଇଛି, ସ୍ଥିତି ସ୍ୱାଭାବିକ ଅଛି । ନରାଜ ପାଖ ମୁଣ୍ଡଳୀରେ ୨ ଲକ୍ଷ ୭୦ ହଜାର ପ୍ରବାହିତ ହେଉଛି । ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ୬୦୮.୭୩ ଫୁଟ ପାଣି ଥିଲା । ହୀରାକୁଦକୁ ୧ ଲକ୍ଷ ୩୦ ହଜାର କ୍ୟୁସେକ୍ ଜଳ ପଶୁଛି ଓ ସମାନ ମାତ୍ରାରେ ନିଷ୍କାସିତ ହେଉଛି । ଆଉ ଦୁଇ ତିନ ଦିନ ଯଦି ବର୍ଷା ହେବ, ପଦକ୍ଷେପ ନିଆଯିବ । ମହାନଦୀର ୬ଟି ଗେଟ୍ ଖୋଲା ଅଛି ଓ ଖୋଲା ରହିବ । ରୁଲ୍ କର୍ଭ ଅନୁସାରେ ରବିବାର ନିଷ୍ପତ୍ତି ନେବୁ । ଲୋୟର ଇନ୍ଦ୍ରାବତୀ ତିନି ଗେଟ୍ ଖୋଲିଥିଲୁ, ଶନିବାର ବନ୍ଦ କରିଯିବ । ବନ୍ୟା ନାହିଁ । ପାଞ୍ଚ ଲକ୍ଷ କ୍ୟୁସେକ୍ ଜଳ ମୁଣ୍ଡଳୀକୁ ପ୍ରବାହିତ ହେବାର ଥିଲା । ହେଲେ ୪ ଲକ୍ଷ ୮୫ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଲା । ତେଣୁ ବନ୍ୟା
ଭୁବନେଶ୍ବର ୩।୮: ଚଳିତ ବର୍ଷା ଭଲ ଖବର ଆଣିଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି । ସେ କହିଛନ୍ତି, ମାଲକାନଗିରିରେ ବର୍ଷା ଯୋଗୁଁ ପ୍ରଥମ ଥର ପାଇଁ ସମସ୍ତ ଜଳଭଣ୍ଡାରରେ ପାଣି ଭରିଛି । ବାଲିମେଳା ହେଉ କି ମାଛକୁଣ୍ଡ ହେଉ, ଏବେ ଜଳଭଣ୍ଡାର ଭଲ ସ୍ଥିତିକୁ ଆସି ଯାଇଛି । ସବୁଠାରେ ବର୍ଷା ପାଣି କମିଛି । ଆହୁରି କମିବ । ମାଲକାନଗିରିରେ ଫ୍ଲାସ ଫ୍ଲଡ ହୋଇଛି । ତଳିଆ ଅଞ୍ଚଳ ସବୁବେଳେ ବୁଡ଼ିଯାଏ । ସେଠାରେ ୧୫ ମିଲିମିଟର ବର୍ଷା ହୋଇଛି । ସବୁ ନଦୀ ବିପଦ ସଙ୍କେତ ତଳେ ଅଛି । ଯଦିଓ ମହାନଦୀ ଉପରମୁଣ୍ଡରେ ଶୁକ୍ରବାର ୨୦ ମିଲିମିଟର ବର୍ଷା ହୋଇଛି, ସ୍ଥିତି ସ୍ୱାଭାବିକ ଅଛି । ନରାଜ ପାଖ ମୁଣ୍ଡଳୀରେ ୨ ଲକ୍ଷ ୭୦ ହଜାର ପ୍ରବାହିତ ହେଉଛି । ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ୬୦୮.୭୩ ଫୁଟ ପାଣି ଥିଲା । ହୀରାକୁଦକୁ ୧ ଲକ୍ଷ ୩୦ ହଜାର କ୍ୟୁସେକ୍ ଜଳ ପଶୁଛି ଓ ସମାନ ମାତ୍ରାରେ ନିଷ୍କାସିତ ହେଉଛି । ଆଉ ଦୁଇ ତିନ ଦିନ ଯଦି ବର୍ଷା ହେବ, ପଦକ୍ଷେପ ନିଆଯିବ । ମହାନଦୀର ୬ଟି ଗେଟ୍ ଖୋଲା ଅଛି ଓ ଖୋଲା ରହିବ । ରୁଲ୍ କର୍ଭ ଅନୁସାରେ ରବିବାର ନିଷ୍ପତ୍ତି ନେବୁ । ଲୋୟର ଇନ୍ଦ୍ରାବତୀ ତିନି ଗେଟ୍ ଖୋଲିଥିଲୁ, ଶନିବାର ବନ୍ଦ କରିଯିବ । ବନ୍ୟା ନାହିଁ । ପାଞ୍ଚ ଲକ୍ଷ କ୍ୟୁସେକ୍ ଜଳ ମୁଣ୍ଡଳୀକୁ ପ୍ରବାହିତ ହେବାର ଥିଲା । ହେଲେ ୪ ଲକ୍ଷ ୮୫ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଲା । ତେଣୁ ବନ୍ୟା ନାହିଁ । ବୁଢାବଳଙ୍ଗ ବଢୁଛି । ହେଲେ ବିପଦ ସଙ୍କେତର ୬ ମିଟର ତଳେ ଅଛି । ସୁବର୍ଣ୍ଣରେଖା, ଜଳକା କମୁଛି ଓ ବଢୁଛି । ବଲାଙ୍ଗୀରରେ ବର୍ଷା ହୋଇଥିଲା । ଲୋୟର ସୁକତେଲ ଡ୍ୟାମ ଯଦି ୧୯୭ ମିଟର ଯାଏଁ ଯିବ, ତାହେଲେ ଭଲ, ହେଲେ ଏବେ ଯାଏଁ ୧୯୪ ମିଟର ଯାଏଁ ଯାଇଛି । ଏଠାରେ ପ୍ରଥମ ଥର ବନ୍ୟାଜଳ ବଢୁଛି । ସବୁ ଗେଟ୍ ଖୋଲିଛୁ । କାନପୁରରେ ବି ବର୍ଷା ହେଲେ ପାଣି ରଖିବୁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
You Can Read: