ପାଟ୍‌ନାରେ ଆରଜେଡି ନେତାଙ୍କ ଘରେ ରେଡ୍; ୧୮ଟି ଠିକଣାରେ ଘାଣ୍ଟୁଛି ଇଡି

ପାଟନା: ବିହାରରେ ଆରଜେଡି ନେତାଙ୍କ ମୁଣ୍ଡ ଉପରେ ଇଡି ଖଣ୍ଡା । ଶୁକ୍ରବାର ପାଟଣାରେ ବିଭିନ୍ନ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ । ବିହାର ପୂର୍ବତନ ମନ୍ତ୍ରୀ ତଥା ଆରଜେଡି ନେତା ତଥା ଆଲୋକ ମେହଟ୍ଟାଙ୍କ ଠିକଣାରେ ରେଡ୍ ମାରିଛି ଇଡି । ବିହାର ସମେତ ଦିଲ୍ଲୀ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗର ୧୮ଟି ସ୍ଥାନରେ ଚଢ଼ାଉ ହୋଇଛି । ସୂଚନା ଅନୁଯାୟୀ, ବ୍ୟାଙ୍କ୍ ଋଣ ଠକେଇ, ଜାଲ୍ ପ୍ରମାଣପତ୍ର ଏବଂ ଅର୍ଥ ହେରଫେର ଅଭିଯୋଗ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆକ୍ସନ ନେଇଛି । ସୂଚନା ଅନୁଯାୟୀ, ପାଟଣାର ଜେନେରାଲ୍ ଅଫିସର ଇଡି ଟିମ୍ ୮୫ କୋଟି ଲୋନ୍ ଠକେଇ ମାମଲାରେ ବିହାର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀରେ ଥିବା ଆଲୋକ ମେହଟ୍ଟାଙ୍କ ୧୮ଟି ସ୍ଥାନରେ ଚଢ଼ାଉ କରିଛି । ଏହି କାର୍ଯ୍ୟାନୁଷ୍ଠାନରେ ବ୍ୟାଙ୍କର ତତ୍କାଳୀନ ସିଇଓ, ଚେୟାର ମ୍ୟାନ୍, ଅନ୍ୟ କର୍ମଚାରୀ ଏବଂ କିଛି ଲାଭାର୍ଥିଙ୍କ ଠିକଣାରେ ଛାନଭିନ୍ ଜାରି ରହିଛି । ଏହି ମାମଲା ବିହାରର ସହରୀ ବିକାଶ ସହକାରୀ ବ୍ୟାଙ୍କ ଲିମିଟେଡରୁ ୮୫ କୋଟି ଟଙ୍କାର ଋଣ ଠକେଇ ସହିତ ଜଡ଼ିତ ।   ଆରଜେଡି ନେତା ଆଲୋକ ମେହଟ୍ଟା ପ୍ରାୟ ୪ଶହ ଫର୍ଜି ଲୋନ୍ ଆକାଉଣ୍ଟ ଖୋଲିବା ସହିତ ଜାଲି ଓ୍ବେୟାର ହାଉସ ଏବଂ ଏଲଆଇସି ରସିଦ୍ ଆଧାରରେ ଟଙ୍କାକୁ ବଣ୍ଟି ନେଇଥିବା ଅଭିଯୋଗ ହୋଇଛି । ତେଣୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ଏହାର ଠକେଇ ଗୁମର ଖୋଲିବାରେ ଲାଗିପଡ଼ିଛି । ଅନ୍ୟପଟେ ଏହି ମାମଲା

ପାଟ୍‌ନାରେ ଆରଜେଡି ନେତାଙ୍କ ଘରେ ରେଡ୍; ୧୮ଟି ଠିକଣାରେ ଘାଣ୍ଟୁଛି ଇଡି

ପାଟନା: ବିହାରରେ ଆରଜେଡି ନେତାଙ୍କ ମୁଣ୍ଡ ଉପରେ ଇଡି ଖଣ୍ଡା । ଶୁକ୍ରବାର ପାଟଣାରେ ବିଭିନ୍ନ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ । ବିହାର ପୂର୍ବତନ ମନ୍ତ୍ରୀ ତଥା ଆରଜେଡି ନେତା ତଥା ଆଲୋକ ମେହଟ୍ଟାଙ୍କ ଠିକଣାରେ ରେଡ୍ ମାରିଛି ଇଡି । ବିହାର ସମେତ ଦିଲ୍ଲୀ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗର ୧୮ଟି ସ୍ଥାନରେ ଚଢ଼ାଉ ହୋଇଛି । ସୂଚନା ଅନୁଯାୟୀ, ବ୍ୟାଙ୍କ୍ ଋଣ ଠକେଇ, ଜାଲ୍ ପ୍ରମାଣପତ୍ର ଏବଂ ଅର୍ଥ ହେରଫେର ଅଭିଯୋଗ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆକ୍ସନ ନେଇଛି । 

ସୂଚନା ଅନୁଯାୟୀ, ପାଟଣାର ଜେନେରାଲ୍ ଅଫିସର ଇଡି ଟିମ୍ ୮୫ କୋଟି ଲୋନ୍ ଠକେଇ ମାମଲାରେ ବିହାର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀରେ ଥିବା ଆଲୋକ ମେହଟ୍ଟାଙ୍କ ୧୮ଟି ସ୍ଥାନରେ ଚଢ଼ାଉ କରିଛି । ଏହି କାର୍ଯ୍ୟାନୁଷ୍ଠାନରେ ବ୍ୟାଙ୍କର ତତ୍କାଳୀନ ସିଇଓ, ଚେୟାର ମ୍ୟାନ୍, ଅନ୍ୟ କର୍ମଚାରୀ ଏବଂ କିଛି ଲାଭାର୍ଥିଙ୍କ ଠିକଣାରେ ଛାନଭିନ୍ ଜାରି ରହିଛି । 

ଏହି ମାମଲା ବିହାରର ସହରୀ ବିକାଶ ସହକାରୀ ବ୍ୟାଙ୍କ ଲିମିଟେଡରୁ ୮୫ କୋଟି ଟଙ୍କାର ଋଣ ଠକେଇ ସହିତ ଜଡ଼ିତ ।   ଆରଜେଡି ନେତା ଆଲୋକ ମେହଟ୍ଟା ପ୍ରାୟ ୪ଶହ ଫର୍ଜି ଲୋନ୍ ଆକାଉଣ୍ଟ ଖୋଲିବା ସହିତ ଜାଲି ଓ୍ବେୟାର ହାଉସ ଏବଂ ଏଲଆଇସି ରସିଦ୍ ଆଧାରରେ ଟଙ୍କାକୁ ବଣ୍ଟି ନେଇଥିବା ଅଭିଯୋଗ ହୋଇଛି । ତେଣୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ଏହାର ଠକେଇ ଗୁମର ଖୋଲିବାରେ ଲାଗିପଡ଼ିଛି । ଅନ୍ୟପଟେ ଏହି ମାମଲା ସଂପୃକ୍ତି ଥିବା ଲାଭାର୍ଥିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।...