ବେଙ୍ଗାଲୁରୁରେ 'ଜିକା' ଭାଇରସ, ସାମ୍ନାକୁ ଆସିଲା ୫ ମାମଲା

ବେଙ୍ଗାଲୁରୁ : କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁରାଓ ରବିବାର ବେଙ୍ଗାଲୁରୁରେ ଜିକା ସଂକ୍ରମଣ ହୋଇଥିବା ପୁଷ୍ଟି କରିଛନ୍ତି। ସେକହିଛନ୍ତି ଯେ ସହରରେ ୫ଟି ମାମଲା ଠାବ ହୋଇଛି। ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ସତର୍କତା ଅବଲମ୍ବନ କରାଯାଇଛି। ଆଖପାଖକୁ ଚିକିତ୍ସକୀୟ ଯାଞ୍ଚ ଦଳ ପଠାଯାଇଥିବା ବେଳେ ଆଉ ୪ଟି ମାମଲା ଠାବ ହୋଇଛି। ଫଳରେ ସହରରେ ଜିକା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ପହଞ୍ଚିଛି। ଯେଉଁ ଅଞ୍ଚଳରୁ ଜିକା ଭାଇରସ ଅଭିଯୋଗ ମିଳିଛି ସେହି ଅଞ୍ଚଳକୁ ଆଇସୋଲେଟ କରାଯାଇଛି। ଗୁଣ୍ଡୁରାଓଙ୍କ ଅନୁସାରେ ବେଙ୍ଗାଲୁରୁରେ ୪ରୁ ୧୫ ଅଗଷ୍ଟ ମଧ୍ୟରେ ୫ଜଣ ଜିକା ଭାଇରସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବେଙ୍ଗାଲୁରୁର ଜିଗାନୀ ଅଞ୍ଚଳରୁ ଏହି ଆକ୍ରାନ୍ତମାନଙ୍କୁ ଠାବ କରାଯାଇଛି। ସେ କହିଛନ୍ତି ଯେ ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ଆଖପାଖ ଅଞ୍ଚଳରେ ଚିକିତ୍ସକୀୟ ଯାଞ୍ଚ  କରାଯାଇଥିଲା। ଫଳରେ ଜିକାର ଆଉ ୪ଟି ମାମଲା ଠାବ ହୋଇଥିଲା। ସେହି ଅନୁସାରେ ଆଇସୋଲେସନ ଅଞ୍ଚଳ ନିର୍ଦ୍ଧାରିତ ହୋଇଛି। ମନ୍ତ୍ରୀ କହିଛନ୍ତି ଯେ ଜିକା ଭାଇରସର ଚିକିତ୍ସା ଡେଙ୍ଗୁ ଚିକିତ୍ସା ସହ ସମାନ। ଏଣୁ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସକୀୟ ସେବା ଯୋଗାଇ ଦିଆଯାଇଛି। ଏହା ଛଡା ସହରରେ ଜିକା ଭାଇରସ ଯେପରି ନ ବ୍ୟାପେ ସେଥି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ମଶା ଘଉଡ଼ାଇବା ପାଇଁ ଟିଫା ଯନ୍ତ୍ରର ବ୍ୟବହାର ହେଉଥିବା ବେଳେ ଜିକା ଭାଇରସ ସ

ବେଙ୍ଗାଲୁରୁରେ 'ଜିକା' ଭାଇରସ, ସାମ୍ନାକୁ ଆସିଲା ୫ ମାମଲା

ବେଙ୍ଗାଲୁରୁ : କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁରାଓ ରବିବାର ବେଙ୍ଗାଲୁରୁରେ ଜିକା ସଂକ୍ରମଣ ହୋଇଥିବା ପୁଷ୍ଟି କରିଛନ୍ତି। ସେକହିଛନ୍ତି ଯେ ସହରରେ ୫ଟି ମାମଲା ଠାବ ହୋଇଛି। ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ସତର୍କତା ଅବଲମ୍ବନ କରାଯାଇଛି। ଆଖପାଖକୁ ଚିକିତ୍ସକୀୟ ଯାଞ୍ଚ ଦଳ ପଠାଯାଇଥିବା ବେଳେ ଆଉ ୪ଟି ମାମଲା ଠାବ ହୋଇଛି। ଫଳରେ ସହରରେ ଜିକା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ପହଞ୍ଚିଛି। ଯେଉଁ ଅଞ୍ଚଳରୁ ଜିକା ଭାଇରସ ଅଭିଯୋଗ ମିଳିଛି ସେହି ଅଞ୍ଚଳକୁ ଆଇସୋଲେଟ କରାଯାଇଛି। 

ଗୁଣ୍ଡୁରାଓଙ୍କ ଅନୁସାରେ ବେଙ୍ଗାଲୁରୁରେ ୪ରୁ ୧୫ ଅଗଷ୍ଟ ମଧ୍ୟରେ ୫ଜଣ ଜିକା ଭାଇରସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବେଙ୍ଗାଲୁରୁର ଜିଗାନୀ ଅଞ୍ଚଳରୁ ଏହି ଆକ୍ରାନ୍ତମାନଙ୍କୁ ଠାବ କରାଯାଇଛି। ସେ କହିଛନ୍ତି ଯେ ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ଆଖପାଖ ଅଞ୍ଚଳରେ ଚିକିତ୍ସକୀୟ ଯାଞ୍ଚ  କରାଯାଇଥିଲା। ଫଳରେ ଜିକାର ଆଉ ୪ଟି ମାମଲା ଠାବ ହୋଇଥିଲା। ସେହି ଅନୁସାରେ ଆଇସୋଲେସନ ଅଞ୍ଚଳ ନିର୍ଦ୍ଧାରିତ ହୋଇଛି। 

ମନ୍ତ୍ରୀ କହିଛନ୍ତି ଯେ ଜିକା ଭାଇରସର ଚିକିତ୍ସା ଡେଙ୍ଗୁ ଚିକିତ୍ସା ସହ ସମାନ। ଏଣୁ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସକୀୟ ସେବା ଯୋଗାଇ ଦିଆଯାଇଛି। ଏହା ଛଡା ସହରରେ ଜିକା ଭାଇରସ ଯେପରି ନ ବ୍ୟାପେ ସେଥି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ମଶା ଘଉଡ଼ାଇବା ପାଇଁ ଟିଫା ଯନ୍ତ୍ରର ବ୍ୟବହାର ହେଉଥିବା ବେଳେ ଜିକା ଭାଇରସ ସଂକ୍ରମଣ ନେଇ ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି। ଏଣୁ ଜ୍ୱର ହେବାମାତ୍ରେ ଲୋକଙ୍କୁ ରକ୍ତ ପରୀକ୍ଷଣ ପରାମର୍ଶ ଦିଆଯାଉଛି।