ଘରୁ ବାହାରୁଥିଲେ ଧରଣୀଧର, ହାତୀ ଆକ୍ରମଣରେ ଚାଲିଗଲା ଜୀବନ

ବଣାଇ ୨୨।୧୨: ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଜକେଇକେଲାର ଘଟିଛି ଅଘଟଣ। ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ। ମୃତକ ହେଉଛନ୍ତି ଧରଣୀଧର ପାତ୍ର । ଖବର ଅନୁଯାୟୀ, ମୃତକ ଧରଣୀଧର କୌଣସି କାମ ଲାଗି ଘରୁ ବାହାରୁଥିଲେ । ଏହି ସମୟରେ ହଠାତ୍‌ ହାତୀ ଆସି ଧରଣୀଧରଙ୍କୁ ଆକ୍ରମଣ କରିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଧରଣୀଧରଙ୍କର ମୃତ୍ୟୁ ହୋଇଥିଲା । ଧରଣୀଧରଙ୍କ ମୃତ୍ୟୁ ପରେ ପୁରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା । ଏଯାଏଁ ବନବିଭାଗ କିମ୍ବା ପୋଲିସର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ନେଇ ସୂଚନା ମିଳିନାହିଁ । 

ଘରୁ ବାହାରୁଥିଲେ ଧରଣୀଧର, ହାତୀ ଆକ୍ରମଣରେ ଚାଲିଗଲା ଜୀବନ

ବଣାଇ ୨୨।୧୨: ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଜକେଇକେଲାର ଘଟିଛି ଅଘଟଣ। ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ। ମୃତକ ହେଉଛନ୍ତି ଧରଣୀଧର ପାତ୍ର । 

ଖବର ଅନୁଯାୟୀ, ମୃତକ ଧରଣୀଧର କୌଣସି କାମ ଲାଗି ଘରୁ ବାହାରୁଥିଲେ । ଏହି ସମୟରେ ହଠାତ୍‌ ହାତୀ ଆସି ଧରଣୀଧରଙ୍କୁ ଆକ୍ରମଣ କରିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଧରଣୀଧରଙ୍କର ମୃତ୍ୟୁ ହୋଇଥିଲା । ଧରଣୀଧରଙ୍କ ମୃତ୍ୟୁ ପରେ ପୁରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା । ଏଯାଏଁ ବନବିଭାଗ କିମ୍ବା ପୋଲିସର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ନେଇ ସୂଚନା ମିଳିନାହିଁ ।