ପ୍ରଭସିମରନ ସିଂଙ୍କ ବିସ୍ଫୋରକ ବ୍ୟାଟିଂ, ଲକ୍ଷ୍ନୌକୁ ବିଶାଳ ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ କିଙ୍ଗ୍ସ

ଧର୍ମଶାଳା: ଆଜି ଧର୍ମଶାଳାରେ ଆଇପିଏଲ୍  ୨୦୨୫ର ୫୪ ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ବ୍ୟାଟରଙ୍କ ପାଓ୍ଵାର ଶୋ। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ୫ ଓ୍ଵିକେଟ୍ ହରାଇ ୨୩୬ ରନର ବିଶାଳ ସ୍କୋର କରିଛି। ପ୍ରଭସିମରନ ସିଂ ୯୧ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଅଧିନାୟକ ଶ୍ରେୟସ ଆୟର ୪୫ ରନ କରିଥିବା ବେଳେ ଶଶାଙ୍କ ସିଂ ୩୩ ରନ ଦ୍ରୁତ ରନ କରିଛନ୍ତି। ମ୍ୟାଚ୍ ଜିତିବା ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ ଆଗରେ ୨୩୭ ରନର ବିଜୟ ଲକ୍ଷ୍ୟ ରହିଛି। ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ। ଜିତିବା ଦଳର ପ୍ଲେ ଅଫ ସମ୍ଭାବନା ଅଧିକ ରହିବ। ହାରିଲେ ମାର୍ଗ ମୁସ୍କିଲ ହେବ। 