ରେକର୍ଡ ଭାଙ୍ଗୁଛି ମସ୍କଙ୍କ ସମ୍ପତ୍ତି, ଜେଫ୍ ବେଜୋସ୍ ଏବଂ ମାର୍କ ଜୁକରବର୍ଗଙ୍କ ମୋଟ ସମ୍ପତ୍ତିଠାରୁ ବି ଅଧିକ
ନୂଆଦିଲ୍ଲୀ: ଟ୍ରମ୍ପଙ୍କ ବିଜୟ ମସ୍କଙ୍କ ପାଇଁ ବରଦାନ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପରୁଠୁ ରେକର୍ଡ ବେଗରେ ବଢୁଛି ମସ୍କଙ୍କ ସମ୍ପତ୍ତି । ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛି ସମ୍ପତ୍ତି ତାଲିକା । ରିପୋର୍ଟ ଅନୁସାରେ ଜେଫ୍ ବେଜୋସ୍ ଏବଂ ମାର୍କ ଜୁକରବର୍ଗଙ୍କ ମୋଟ ସମ୍ପତ୍ତିଠାରୁ ବି ଅଧିକ ହୋଇଛି ମସ୍କଙ୍କ ସମ୍ପତ୍ତି । ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ୱାନୀଙ୍କ ସମ୍ପତ୍ତିଠାରୁ ୫ ଗୁଣା ଅଧିକ । ଦୁନିଆର ସବୁଠୁ ଧନୀ ବ୍ୟକ୍ତି । ଟେସଲା, ସ୍ପେସ୍ ଏକ୍ସ ଏବଂ ଏକ୍ସ ମାଲିକ ଏଲନ ମସ୍କ । ଯେଉଁଥିରେ ହାତ ଦେଉଛନ୍ତି ତାହା ସୁନା ହେଉଛି । ପ୍ରଥମେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପଙ୍କ ପାଇଁ ପ୍ରଚାର କରିଥିଲେ । ମିଲିୟନ ମିଲିୟନ ଡଲାର ଖର୍ଚ୍ଚ କରିଥିଲେ । ନିର୍ବାଚନରେ ଟ୍ରମ୍ପ ବିଜୟ ହେଲେ । ଏବେ ମସ୍କଙ୍କ ସମ୍ପତ୍ତି ଆକାଶଛୁଆଁ ହୋଇଛି । ଆଖପାଖରେ କେହି ନାହାନ୍ତି ଟକ୍କର ଦେବାକୁ । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁସାରେ ଏଲନ ମସ୍କଙ୍କ ମୋଟ ସମ୍ପତ୍ତି ୪୮୫ ବିଲିୟନ ଡଲାର ।ରିପୋର୍ଟ ଅନୁସାରେ ଏଲନ ମସ୍କ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ପାଇଁ ୨୭୭ ମିଲିୟନ ଡଲାର ଖର୍ଚ୍ଚ କରିଥିଲେ । ଯାହା ବଦଳରେ ସେ ନିଜ ସମ୍ପତ୍ତିରେ ୨୨୪ ବିଲିୟନ ଡଲାର ଯୋଡ଼ିସାରିଲେଣି । ତାହା ପୁଣି କେବଳ ୪୩ ଦିନରେ । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁସାରେ ଦ୍ୱିତୀୟ ସ୍ଥାନରେ ଆମାଜନ ମୁ
ନୂଆଦିଲ୍ଲୀ: ଟ୍ରମ୍ପଙ୍କ ବିଜୟ ମସ୍କଙ୍କ ପାଇଁ ବରଦାନ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପରୁଠୁ ରେକର୍ଡ ବେଗରେ ବଢୁଛି ମସ୍କଙ୍କ ସମ୍ପତ୍ତି । ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛି ସମ୍ପତ୍ତି ତାଲିକା । ରିପୋର୍ଟ ଅନୁସାରେ ଜେଫ୍ ବେଜୋସ୍ ଏବଂ ମାର୍କ ଜୁକରବର୍ଗଙ୍କ ମୋଟ ସମ୍ପତ୍ତିଠାରୁ ବି ଅଧିକ ହୋଇଛି ମସ୍କଙ୍କ ସମ୍ପତ୍ତି । ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ୱାନୀଙ୍କ ସମ୍ପତ୍ତିଠାରୁ ୫ ଗୁଣା ଅଧିକ ।
ଦୁନିଆର ସବୁଠୁ ଧନୀ ବ୍ୟକ୍ତି । ଟେସଲା, ସ୍ପେସ୍ ଏକ୍ସ ଏବଂ ଏକ୍ସ ମାଲିକ ଏଲନ ମସ୍କ । ଯେଉଁଥିରେ ହାତ ଦେଉଛନ୍ତି ତାହା ସୁନା ହେଉଛି । ପ୍ରଥମେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପଙ୍କ ପାଇଁ ପ୍ରଚାର କରିଥିଲେ । ମିଲିୟନ ମିଲିୟନ ଡଲାର ଖର୍ଚ୍ଚ କରିଥିଲେ । ନିର୍ବାଚନରେ ଟ୍ରମ୍ପ ବିଜୟ ହେଲେ । ଏବେ ମସ୍କଙ୍କ ସମ୍ପତ୍ତି ଆକାଶଛୁଆଁ ହୋଇଛି । ଆଖପାଖରେ କେହି ନାହାନ୍ତି ଟକ୍କର ଦେବାକୁ । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁସାରେ ଏଲନ ମସ୍କଙ୍କ ମୋଟ ସମ୍ପତ୍ତି ୪୮୫ ବିଲିୟନ ଡଲାର ।
ରିପୋର୍ଟ ଅନୁସାରେ ଏଲନ ମସ୍କ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ପାଇଁ ୨୭୭ ମିଲିୟନ ଡଲାର ଖର୍ଚ୍ଚ କରିଥିଲେ । ଯାହା ବଦଳରେ ସେ ନିଜ ସମ୍ପତ୍ତିରେ ୨୨୪ ବିଲିୟନ ଡଲାର ଯୋଡ଼ିସାରିଲେଣି । ତାହା ପୁଣି କେବଳ ୪୩ ଦିନରେ । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁସାରେ ଦ୍ୱିତୀୟ ସ୍ଥାନରେ ଆମାଜନ ମୁଖ୍ୟ ଜେଫ୍ ବେଜୋସ୍ ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୨୫୦ ବିଲିୟନ ଡଲାର । ତୃତୀୟ ସ୍ଥାନରେ ୨୧୯ ବିଲିୟନ ଡଲାର ସହ ମେଟା ସିଇଓ ମାର୍କ ଜୁକରବର୍ଗ ଅଛନ୍ତି । ଦୁହିଁଙ୍କ ମୋଟ ସମ୍ପତ୍ତି ୪୬୯ ବିଲିୟନ ଡଲାର ହୋଇଥିବା ବେଳେ ଏକା ମସ୍କଙ୍କ ୪୮୫ ବିଲିୟନ ଡଲାର । ମସ୍କଙ୍କ ସମ୍ପତ୍ତି ୨୦୨୪ରେ ୧୧୦ ପ୍ରତିଶତ ବୃଦ୍ଧି ପାଇଛି ।
ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ବେଳେ ଟେସଲା ସେୟାର ମୂଲ୍ୟ ୨୪୨ ଡଲାର ଥିଲା । ଯାହା ଏବେ ବଢି ୪୮୦ ଡଲାରରେ ପହଞ୍ଚିଛି । ଗୋଟିଏ ଦିନରେ ମସ୍କଙ୍କ ସମ୍ପତ୍ତି ୧୨ ବିଲିୟନ ଡଲାର ବଢିଥିଲା । ଏହି ସଂଖ୍ୟା ବାଂଲାଦେଶ, ଭିଏତନାମ ଏବଂ ଫିଲିପିନ୍ସର ଜିଡିପି ଠାରୁ ବି ଅଧିକ । ମସ୍କ ଗୋଟିଏ ବର୍ଷ ଭିତରେ ନିଜ ସମ୍ପତ୍ତିରେ ୨୪୫ ବିଲିୟନ ଡଲାର ଯୋଡ଼ିଛନ୍ତି । ନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଘନିଷ୍ଠତା ମସ୍କଙ୍କ ସମ୍ପତ୍ତିରେ ଏଭଳି ବୃଦ୍ଧି ପଛର କାରଣ ବୋଲି କୁହାଯାଉଛି ।
ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସର ଦ୍ୱିତୀୟ ସ୍ଥାନରେ ଥିବା ଜେଫ୍ ବେଜୋସଙ୍କ ସମ୍ପତ୍ତି ଚଳିତ ବର୍ଷ ୭୪.୫ ବିଲିୟନ ଡଲାର ବଢିଛି । ତାଙ୍କ ପାଖରେ ମୋଟ ୨୫୦ ବିଲିୟନ ଡଲାରର ସମ୍ପତ୍ତି ରହିଛି । ତୃତୀୟ ସ୍ଥାନରେ ଥିବା ଜୁକରବର୍ଗଙ୍କ ସମ୍ପତ୍ତି ୨୦୨୪ରେ ୯୨.୬ ବିଲିୟନ ଡଲାର ବଢିଛି । ଫେସବୁକ୍ ମାଲିକଙ୍କ ମୋଟ ସମ୍ପତ୍ତି ୨୨୧ ବିଲିୟନ ଡଲାର ହୋଇଛି ।