ଘରୁ ବ୍ରାଉନସୁଗାର ସହ ବିଡା ବିଡ଼ା ଟଙ୍କା ଜବତ, ମହିଳା ଅଟକ
ଭଦ୍ରକ: ଘର ଭିତରୁ ମିଳିଲା ବ୍ରାଉନସୁଗାର ସହ ପୁଳା ପୁଳା ଟଙ୍କା । ବ୍ରାଉନସୁଗାର ବେପାର କରୁଥିବା ନେଇ ଟାଉନ ପୋଲିସର ଚଢ଼ାଉ । ଭଦ୍ରକ ଟାଉନ ଥାନା ଅଧିନସ୍ଥ ଏଲଖାର ନୟାନଗରରେ ମିର୍ଜାପୁର ଅଞ୍ଚଳର କନିଜା ଫାତିମାଙ୍କ ଘରେ ବ୍ରାଉନସୁଗାର ବିକ୍ରି କରୁଥିବା ନେଇ ଅଭିଯୋଗ ପାଇ ଚଢ଼ାଉ କରିବା ବେଳେ ତାଙ୍କ ନିକଟରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବାହାରିଥିବା ନେଇ ଟାଉନ ପୋଲିସ ପକ୍ଷରୁ ସୂଚନା। ଗତ କିଛି ଦିନ ହେବ ଏହି […]

ଭଦ୍ରକ: ଘର ଭିତରୁ ମିଳିଲା ବ୍ରାଉନସୁଗାର ସହ ପୁଳା ପୁଳା ଟଙ୍କା । ବ୍ରାଉନସୁଗାର ବେପାର କରୁଥିବା ନେଇ ଟାଉନ ପୋଲିସର ଚଢ଼ାଉ । ଭଦ୍ରକ ଟାଉନ ଥାନା ଅଧିନସ୍ଥ ଏଲଖାର ନୟାନଗରରେ ମିର୍ଜାପୁର ଅଞ୍ଚଳର କନିଜା ଫାତିମାଙ୍କ ଘରେ ବ୍ରାଉନସୁଗାର ବିକ୍ରି କରୁଥିବା ନେଇ ଅଭିଯୋଗ ପାଇ ଚଢ଼ାଉ କରିବା ବେଳେ ତାଙ୍କ ନିକଟରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବାହାରିଥିବା ନେଇ ଟାଉନ ପୋଲିସ ପକ୍ଷରୁ ସୂଚନା।
ଗତ କିଛି ଦିନ ହେବ ଏହି ଭଡ଼ା ଘରେ ବହୁ ବେଆଇନ କାର୍ଯ୍ୟ ଚାଲୁଥିବା ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଭଦ୍ରକ ଏସପିଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଏସପି ଅଂଶୁମାନ ଦିବେଦୀଙ୍କ ନେତୃତ୍ବରେ ଭଦ୍ରକ ଟାଉନ ଥାନା ପୋଲିସ ଏବଂ ପୁରୁଣା ବଜାର ପୋଲିସ ମିଳିତ ଚଢାଉ କରିଥିଲେ । ଏହି ଚଢାଉରେ ଭଦ୍ରକ ଟାଉନ ଥାନା ଅଧିକାରୀ, ଗ୍ରାମାଞ୍ଚଳ ଥାନା ଅଧିକାରୀ, ପୁରୁଣା ଵଜାର ଥାନା ଅଧିକାରୀ, ଡିଆଇବି ଅତିରିକ୍ତ ଏସପି ଅଂଶୁମାନ ଦ୍ବିବେଦୀ ଓ ମାଜିଷ୍ଟ୍ରେଟ ଭାବରେ ଭଦ୍ରକ ତହସିଲଦାର ସଂଗ୍ରାମ କେଶରୀ ଖୁଣ୍ଟିଆ ଉପସ୍ଥିତ ଥିଲେ।