ଘରୁ ମିଳିଲା ଯବାନଙ୍କ ମୃତଦେହ, ସର୍ଭିସ୍ ପିସ୍ତଲରୁ ମୁଣ୍ଡରେ ବାଜିଛି ଗୁଳି

ମାଲକାନଗିରି ୧୦।୧୧: ଛତିଶଗଡ କୋଣ୍ଡାଗାଓ ଜିଲ୍ଲାରେ ଘରୁ ମିଳିଲା ଯବାନଙ୍କ ମୃତଦେହ । ସର୍ଭିସ୍ ପିସ୍ତଲରୁ ତାଙ୍କ ମୁଣ୍ଡରେ ଗୁଳି ବାଜିଛି । ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲ ମଧ୍ୟ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ମୃତ ଯବାନ ଜଣଙ୍କ ବରଦା ଗାଁ ନିବାସୀ ହରିଲାଲ ନାଗ ।ସୂଚନାଯୋଗ୍ୟ ଯେ, ଛତିଶଗଡ ବସ୍ତର ଫାଇଟର୍ସ ବାହିନୀରେ ନିଯୁକ୍ତି ପାଇଥିଲେ ହରିଲାଲ । ଗତ କିଛି ଦିନ ଧରି ଧନୋରା ଥାନାରେ ସେ ମୁତୟନ ଥିଲେ । ନକ୍ସଲ ଗତିବିଧି ସମ୍ପର୍କରେ ସୂଚନା ସଂଗ୍ରହ କରିବା ଲାଗି ଘରକୁ ଆସିଥିଲେ ହରିଲାଲ । ଶନିବାର ରାତିରେ ଘରେ ଶୋଇଥିବା ସମୟରେ ନିଜ ସର୍ଭିସ୍ ପିସ୍ତଲରୁ ମୁଣ୍ଡରେ ଗୁଳି କରି ଆତ୍ମହତ୍ୟା କରିଥିବା କୁହାଯାଉଛି । ଏହି ଘଟଣା ସଂପର୍କରେ ଖବର ପାଇ ଉରୁନ୍ଦାବେଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପିସ୍ତଲ ଓ ତାଙ୍କ ମୋବାଇଲ ଜବତ କରିଛି । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।You Can Read:ମାଡ଼ପିଟ ଅଭିଯୋଗରେ ବନ୍ଧାହେଲେ ଭଦ୍ରକ ଗୁଜିଦରଡ଼ା ପଞ୍ଚାୟତର ସରପଞ୍ଚ

ଘରୁ ମିଳିଲା ଯବାନଙ୍କ ମୃତଦେହ, ସର୍ଭିସ୍ ପିସ୍ତଲରୁ ମୁଣ୍ଡରେ ବାଜିଛି ଗୁଳି

ମାଲକାନଗିରି ୧୦।୧୧: ଛତିଶଗଡ କୋଣ୍ଡାଗାଓ ଜିଲ୍ଲାରେ ଘରୁ ମିଳିଲା ଯବାନଙ୍କ ମୃତଦେହ । ସର୍ଭିସ୍ ପିସ୍ତଲରୁ ତାଙ୍କ ମୁଣ୍ଡରେ ଗୁଳି ବାଜିଛି । ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲ ମଧ୍ୟ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ମୃତ ଯବାନ ଜଣଙ୍କ ବରଦା ଗାଁ ନିବାସୀ ହରିଲାଲ ନାଗ ।

ସୂଚନାଯୋଗ୍ୟ ଯେ, ଛତିଶଗଡ ବସ୍ତର ଫାଇଟର୍ସ ବାହିନୀରେ ନିଯୁକ୍ତି ପାଇଥିଲେ ହରିଲାଲ । ଗତ କିଛି ଦିନ ଧରି ଧନୋରା ଥାନାରେ ସେ ମୁତୟନ ଥିଲେ । ନକ୍ସଲ ଗତିବିଧି ସମ୍ପର୍କରେ ସୂଚନା ସଂଗ୍ରହ କରିବା ଲାଗି ଘରକୁ ଆସିଥିଲେ ହରିଲାଲ । ଶନିବାର ରାତିରେ ଘରେ ଶୋଇଥିବା ସମୟରେ ନିଜ ସର୍ଭିସ୍ ପିସ୍ତଲରୁ ମୁଣ୍ଡରେ ଗୁଳି କରି ଆତ୍ମହତ୍ୟା କରିଥିବା କୁହାଯାଉଛି । ଏହି ଘଟଣା ସଂପର୍କରେ ଖବର ପାଇ ଉରୁନ୍ଦାବେଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପିସ୍ତଲ ଓ ତାଙ୍କ ମୋବାଇଲ ଜବତ କରିଛି । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

You Can Read:

ମାଡ଼ପିଟ ଅଭିଯୋଗରେ ବନ୍ଧାହେଲେ ଭଦ୍ରକ ଗୁଜିଦରଡ଼ା ପଞ୍ଚାୟତର ସରପଞ୍ଚ