ଘରୁ ୮ଭରି ସୁନା, ୨୦ଭରି ରୁପା ଅଳଙ୍କାର ଚୋରି
ଗୋପାଳପୁର,୫ା୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ବାଘଲଟି ଗାଁର ଦୁର୍ଯ୍ୟୋଧନ ଗୌଡଙ୍କ ଘରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ଦାଣ୍ଡ ଗ୍ରିଲ କାଟି ଘରେ ପଶି ୮ ଭରି ସୁନା, ୨୦ ଭରି ରୂପା ଅଳଙ୍କାର ସହ ୩୦ ହଜାର ଟଙ୍କା ଚୋରାଇ ନେଇଥିବା ଗୋଳନ୍ଥରା ଥାନାରେ ଦୁର୍ଯ୍ୟୋଧନ ଅଭିଯୋଗ କରିଛନ୍ତି। ଦୁର୍ଯ୍ୟୋଧନ ପରିବାର ସହ ଖାଇ ରାତି ପ୍ରାୟ ସାଢେ ୧୦ଟାରେ ଶୋଇବାକୁ ଯାଇଥିଲେ। ଭୋରରେ ପରିବାର ଲୋକ ଉଠିବା ବେଳେ ଘରର […] The post ଘରୁ ୮ଭରି ସୁନା, ୨୦ଭରି ରୁପା ଅଳଙ୍କାର ଚୋରି appeared first on Dharitri Odia News.
ଗୋପାଳପୁର,୫ା୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ବାଘଲଟି ଗାଁର ଦୁର୍ଯ୍ୟୋଧନ ଗୌଡଙ୍କ ଘରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ଦାଣ୍ଡ ଗ୍ରିଲ କାଟି ଘରେ ପଶି ୮ ଭରି ସୁନା, ୨୦ ଭରି ରୂପା ଅଳଙ୍କାର ସହ ୩୦ ହଜାର ଟଙ୍କା ଚୋରାଇ ନେଇଥିବା ଗୋଳନ୍ଥରା ଥାନାରେ ଦୁର୍ଯ୍ୟୋଧନ ଅଭିଯୋଗ କରିଛନ୍ତି।
ଦୁର୍ଯ୍ୟୋଧନ ପରିବାର ସହ ଖାଇ ରାତି ପ୍ରାୟ ସାଢେ ୧୦ଟାରେ ଶୋଇବାକୁ ଯାଇଥିଲେ। ଭୋରରେ ପରିବାର ଲୋକ ଉଠିବା ବେଳେ ଘରର ଜିନିଷପତ୍ର ଏପଟେ ସେପଟେ ପଡ଼ିଥିବା ଓ ଆଲମାରୀ ଭଙ୍ଗା ଯାଇଥିବା ଦେଖିଥିଲେ। ଏ ନେଇ ଥାନାରେ ଏତଲା ପରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।
The post ଘରୁ ୮ଭରି ସୁନା, ୨୦ଭରି ରୁପା ଅଳଙ୍କାର ଚୋରି appeared first on Dharitri Odia News.