‘ଆଇସିସି ପ୍ଲିଜ୍‌ ଭାରତ-ପାକିସ୍ତାନକୁ ଅଲଗା ଅଲଗା ଦଳରେ ରଖନ୍ତୁ’ ଦୁବାଇରେ ପରାଜୟ ପରେ ଜଣେ ପ୍ରଶଂସକଙ୍କ ନିବେଦନ

ନୂଆଦିଲ୍ଲୀ,୨୪।୨: ଭାରତ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିରେ ପରାଜୟ ପରେ ପାକିସ୍ତାନୀ ପ୍ରଶଂସକମାନେ ବହୁତ ନିରାଶ ହୋଇଛନ୍ତି। କେତେକ ଟିଭି ଭାଙ୍ଗି ଦେଉଛନ୍ତି ତ ଆଉ କେତେକ ସୋସିଆଲ ମିଡିଆ ମାଧ୍ୟମରେ ନିଜର ନିରାଶା ପ୍ରକାଶ କରୁଛନ୍ତି। ଏବେ ଜଣେ ପାକିସ୍ତାନୀ ଖବରଦାତା ମଧ୍ୟ ତାଙ୍କ ଦଳର ଖରାପ ପ୍ରଦର୍ଶନ ପାଇଁ କ୍ରୋଧିତ ହୋଇଯାଇଛନ୍ତି। ସେ ଆଇସିସିକୁ ନିବେଦନ କରିଛନ୍ତି ଯେ ଏବେଠାରୁ ଭାରତ ଏବଂ ପାକିସ୍ତାନକୁ ପୃଥକ ଦଳରେ ରଖାଯାଉ କାରଣ ପାକିସ୍ତାନୀ ପ୍ରଶଂସକମାନେ ସେମାନଙ୍କ ଦଳକୁ […] The post ‘ଆଇସିସି ପ୍ଲିଜ୍‌ ଭାରତ-ପାକିସ୍ତାନକୁ ଅଲଗା ଅଲଗା ଦଳରେ ରଖନ୍ତୁ’ ଦୁବାଇରେ ପରାଜୟ ପରେ ଜଣେ ପ୍ରଶଂସକଙ୍କ ନିବେଦନ appeared first on Dharitri Odia News.

‘ଆଇସିସି ପ୍ଲିଜ୍‌ ଭାରତ-ପାକିସ୍ତାନକୁ ଅଲଗା ଅଲଗା ଦଳରେ ରଖନ୍ତୁ’ ଦୁବାଇରେ ପରାଜୟ ପରେ ଜଣେ ପ୍ରଶଂସକଙ୍କ ନିବେଦନ

ନୂଆଦିଲ୍ଲୀ,୨୪।୨: ଭାରତ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିରେ ପରାଜୟ ପରେ ପାକିସ୍ତାନୀ ପ୍ରଶଂସକମାନେ ବହୁତ ନିରାଶ ହୋଇଛନ୍ତି। କେତେକ ଟିଭି ଭାଙ୍ଗି ଦେଉଛନ୍ତି ତ ଆଉ କେତେକ ସୋସିଆଲ ମିଡିଆ ମାଧ୍ୟମରେ ନିଜର ନିରାଶା ପ୍ରକାଶ କରୁଛନ୍ତି। ଏବେ ଜଣେ ପାକିସ୍ତାନୀ ଖବରଦାତା ମଧ୍ୟ ତାଙ୍କ ଦଳର ଖରାପ ପ୍ରଦର୍ଶନ ପାଇଁ କ୍ରୋଧିତ ହୋଇଯାଇଛନ୍ତି। ସେ ଆଇସିସିକୁ ନିବେଦନ କରିଛନ୍ତି ଯେ ଏବେଠାରୁ ଭାରତ ଏବଂ ପାକିସ୍ତାନକୁ ପୃଥକ ଦଳରେ ରଖାଯାଉ କାରଣ ପାକିସ୍ତାନୀ ପ୍ରଶଂସକମାନେ ସେମାନଙ୍କ ଦଳକୁ ହାରିବା ଦେଖି କ୍ଳାନ୍ତ ହୋଇଗଲେଣି।

ଖବରଦାତର ଇମ୍ରାନ ସିଦ୍ଦିକି ଆଇସିସିକୁ ଅନୁରୋଧ କରିଛନ୍ତି, ପାକିସ୍ତାନୀ ଦଳର ଜଣେ ପ୍ରଶଂସକ ହୋଇଥିବାରୁ, ମୁଁ ଆଇସିସିକୁ ଅନୁରୋଧ କରୁଛି ଯେ ଦୟାକରି ଏବେଠାରୁ ଭାରତ ଏବଂ ପାକିସ୍ତାନକୁ ପୃଥକ ଦଳରେ ରଖାଯାଉ। ବର୍ଷ ପରେ ବର୍ଷ ହାରିବାର ନିରାଶାରେ ଆମେ କ୍ଳାନ୍ତ ହୋଇଗଲୁଣି। ଯଦି ଏହା ସମ୍ଭବ ନୁହେଁ, ତେବେ ଅତି କମରେ ଏହି ହାଇ-ପ୍ରୋଫାଇଲ ମ୍ୟାଚରୁ ଲାଭର କିଛି ଅଂଶ ପାକିସ୍ତାନୀ ପ୍ରଶଂସକଙ୍କ ମଧ୍ୟରେ ବଣ୍ଟନ କରାଯିବା ଉଚିତ୍‌। ଯାହା ଦାରା ଏହି ଟଙ୍କାରେ ଆମେ ହସ୍ପିଟାଲ ଯାଇ ନିଜର ଚିକିତ୍ସା କରିପାରିବା କାରଣ ଆମେ ଆଉ ଏହି ବାର୍ଷିକ ଅପମାନ ସହ୍ୟ କରିପାରିବୁ ନାହିଁ।

The post ‘ଆଇସିସି ପ୍ଲିଜ୍‌ ଭାରତ-ପାକିସ୍ତାନକୁ ଅଲଗା ଅଲଗା ଦଳରେ ରଖନ୍ତୁ’ ଦୁବାଇରେ ପରାଜୟ ପରେ ଜଣେ ପ୍ରଶଂସକଙ୍କ ନିବେଦନ appeared first on Dharitri Odia News.