ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗୋପାଳପୁର,୧।୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଞ୍ଚଳରେ ଚୋର ଦଳ ସକ୍ରିୟ ହୋଇପଡ଼ିଛନ୍ତି l ଗୋଟିଏ ପରେ ଗୋଟିଏ ଘରେ କଳାକନା ବୁଲାଇ ସଫଳ ହେଉଥିବା ବେଳେ ଅଭିଯୁକ୍ତମାନଙ୍କୁ ପୋଲିସ ଟେର ପାଇପାରୁ ନାହିଁ। ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମାଣ୍ଡିଆପଲ୍ଲୀ ବିକାଶ ନଗର ପ୍ରଥମ ଲାଇନର ଏକ ଘର ପଶି ଗ୍ରିଲ୍‌ କାଟି ଲକ୍ଷାଧିକ ଟଙ୍କାର ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଚୋରି କରିଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି […] The post ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ appeared first on Dharitri Odia News.

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗୋପାଳପୁର,୧।୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଞ୍ଚଳରେ ଚୋର ଦଳ ସକ୍ରିୟ ହୋଇପଡ଼ିଛନ୍ତି l ଗୋଟିଏ ପରେ ଗୋଟିଏ ଘରେ କଳାକନା ବୁଲାଇ ସଫଳ ହେଉଥିବା ବେଳେ ଅଭିଯୁକ୍ତମାନଙ୍କୁ ପୋଲିସ ଟେର ପାଇପାରୁ ନାହିଁ। ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମାଣ୍ଡିଆପଲ୍ଲୀ ବିକାଶ ନଗର ପ୍ରଥମ ଲାଇନର ଏକ ଘର ପଶି ଗ୍ରିଲ୍‌ କାଟି ଲକ୍ଷାଧିକ ଟଙ୍କାର ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଚୋରି କରିଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି l

ମିଳିଥିବା ସୂଚନା ମୁତାବକ, ବିକାଶନଗର ପ୍ରଥମ ଲାଇନରେ ରହୁଥିବା ପ୍ରଫୁଲ୍ଲ ଦାଶ କିଛି ଦିନ ହେଲା ବାହାରକୁ କୌଣସି କାମରେ ଯାଇଥିଲେ l ଘରେ ରହୁଥିବା ତାଙ୍କ ଝିଅ ଏବଂ ନାତି, ନାତୁଣୀ ଉପର ମହଲାକୁ ରାତି ପ୍ରାୟ ୧୨ଟାରେ ଶୋଇବାକୁ ଯାଇଥିଲେ।

ହେଲେ ସେମାନେ ସକାଳୁ ଉଠି ଦେଖିବା ବେଳକୁ ତଳ ଘର ଆଲମାରୀ ଭଙ୍ଗା ଯିବା ସହ ଜିନିଷଗୁଡିକ ଏଣେ ତେଣେ ପଡ଼ିଥିବା ଦେଖିଥିଲେ। ପରେ ଆଲମାରୀରେ ରହିଥିବା ୧୦ ଭରି ସୁନା ଗହଣା, ରୂପା ପ୍ରାୟ ୧ କେଜି, ନଗଦ ୨ ଲକ୍ଷ ୬୨ ହଜାର ଟଙ୍କା ଏବଂ ଦାମି ଲୁଗାପଟା, କାଗଜପତ୍ର ଦୃର୍ବତ୍ତମାନେ ଲୁଟି ନେଇଥିବା ଜାଣିବାକୁ ପାଇଥିଲେ l

ସୋମବାର ସକାଳେ ପ୍ରଫୁଲ୍ଲ ଘରେ ପହଞ୍ଚି ଦେଖିବା ପରେ ଘର ଝରକା ଗ୍ରିଲ ଭାଙ୍ଗି ଦୃର୍ବତ୍ତମାନେ ପଶି ଲୁଟିନେଇଥିବା ଜାଣିବାକୁ ପାଇ ଥିଲେ l ଏ ନେଇ ସେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗୋପାଳପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହ ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୧୯୫/୨୪) ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ଶରତ କୁମାର ମହାଲିକ ସୂଚନା ଦେଇଛନ୍ତି।

The post ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ appeared first on Dharitri Odia News.