ଘରେ ଧନର ଅଭାବ ଦେଖା ଦେଉଛି କି : ମା’ ଲଷ୍ମୀଙ୍କ ଗୋଟଏ ଫଟୋ ବଦଳାଇଦେବ
ବେଳେବେଳେ ଏମିତି ବି ହୁଏ, ବିଭିନ୍ନ ସୂତ୍ରରୁ ଘରକୁ ପଇସା ଆସୁଥିଲେ ବି କିଛି ନା କିଛି କାରଣ ପାଇଁ ତାହା ଖର୍ଚ୍ଚ ହୋଇଯାଉଥାଏ। ଘରେ ଯେଉଁ ଅଭାବକୁ ସେହି ଅଭାବ ଲାଗି ରହେ। ଏଭଳି କ୍ଷେତ୍ରରେ ଘରେ କିଛି ବାସ୍ତୁଦୋଷ ରହିଥିବା ବିଶ୍ୱାସ କରାଯାଏ। ଏ ସମସ୍ୟାର କିଭଳି ସରଳ ସମାଧାନ ହୋଇପାରିବ, ସେ ନେଇ ଜାଣନ୍ତୁ କିଛି ବାସ୍ତୁ ଟିପ୍ସ… * ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ପୂର୍ବ ଦିଗରେ ସୂର୍ଯ୍ୟ ଯନ୍ତ୍ର ସ୍ଥାପନା କରିବା […] The post ଘରେ ଧନର ଅଭାବ ଦେଖା ଦେଉଛି କି : ମା’ ଲଷ୍ମୀଙ୍କ ଗୋଟଏ ଫଟୋ ବଦଳାଇଦେବ appeared first on Dharitri Odia News.
ବେଳେବେଳେ ଏମିତି ବି ହୁଏ, ବିଭିନ୍ନ ସୂତ୍ରରୁ ଘରକୁ ପଇସା ଆସୁଥିଲେ ବି କିଛି ନା କିଛି କାରଣ ପାଇଁ ତାହା ଖର୍ଚ୍ଚ ହୋଇଯାଉଥାଏ। ଘରେ ଯେଉଁ ଅଭାବକୁ ସେହି ଅଭାବ ଲାଗି ରହେ। ଏଭଳି କ୍ଷେତ୍ରରେ ଘରେ କିଛି ବାସ୍ତୁଦୋଷ ରହିଥିବା ବିଶ୍ୱାସ କରାଯାଏ। ଏ ସମସ୍ୟାର କିଭଳି ସରଳ ସମାଧାନ ହୋଇପାରିବ, ସେ ନେଇ ଜାଣନ୍ତୁ କିଛି ବାସ୍ତୁ ଟିପ୍ସ…
* ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ପୂର୍ବ ଦିଗରେ ସୂର୍ଯ୍ୟ ଯନ୍ତ୍ର ସ୍ଥାପନା କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଘରେ ସକାରାତ୍ମକ ଊର୍ଜା ସଞ୍ଚାର କରିବା ସହିତ ପରିବାରରେ ଉନ୍ନତି ଆଣିଥାଏ।
* ଉତ୍ତର ଦିଗକୁ ଧନର ଦେବତା କୁବେରଙ୍କ ଦିଗ ବୋଲି କୁହାଯାଏ। ବିଶ୍ୱାସ ରହିଛି, ଏହି ଦିଗରେ ପଦ୍ମାସନରେ ବିରାଜିତା ମାତା ଲକ୍ଷ୍ମୀଙ୍କର ଏଭଳି ଏକ ଫଟୋ ରଖିବେ; ଯେଉଁଥିରେ ମାତା ଲକ୍ଷ୍ମୀଙ୍କ ହସ୍ତରୁ ସୁନା କଏନ୍ ପଡୁଥିବାର ଚିତ୍ର ଥିବ। ଏହି ଫଟୋ ଘରର ସୁଖ ସମୃଦ୍ଧି ବୃଦ୍ଧି କରିଥାଏ।
* ସୁନା ହେଉ କି ରୁପା କଏନ୍କୁ ନାଲି କପଡ଼ାରେ ବାନ୍ଧି ତାକୁ ଏକ ମାଟି ପାତ୍ରରେ ରଖି ସେଥିରେ କିଛି ଅରୁଆ ଚାଉଳ ଭର୍ତ୍ତି କରି ଉକ୍ତ ପାତ୍ରକୁ ଘରର ଉତ୍ତର-ପଶ୍ଚିମ ଦିଗରେ ରଖିଲେ, ଘରେ କେବେ ବି ଧନର ଅଭାବ ଦେଖାଯାଏ ନାହିଁ ବୋଲି ବିଶ୍ୱାସ ରହିଛି।
* ମାଟି ପାତ୍ରରେ ଜଳ ଭର୍ତ୍ତି କରି ତାହାକୁ ଘରର ଉତ୍ତର ଦିଗରେ ରଖି ନିୟମିତ ବ୍ୟବଧାନରେ ସେଥିରୁ ପାଣି ବଦଳାଉଥିଲେ, ଘରର ଉନ୍ନତି ହୋଇଥାଏ।
* ଘରର ଉତ୍ତର ଦିଗରେ ବାସ୍ତୁ କଇଁଛ ଅଥବା ବାସ୍ତୁ ମାଛର ପ୍ରତିମା ରଖିବା ବି ଘର ପାଇଁ ଶୁଭ ହୋଇଥାଏ। ଏହି ପ୍ରତିମାକୁ ଖାଲିରେ ନ ରଖି କୌଣସି ପାଣି ପାତ୍ରରେ ସାମାନ୍ୟ ବୁଡ଼ାଇ ରଖିଲେ ଘରେ କେବେ ବି ଧନର ଅଭାବ ଦେଖାଯାଏ ନାହିଁ ବୋଲି ବିଶ୍ୱାସ ରହିଛି।
The post ଘରେ ଧନର ଅଭାବ ଦେଖା ଦେଉଛି କି : ମା’ ଲଷ୍ମୀଙ୍କ ଗୋଟଏ ଫଟୋ ବଦଳାଇଦେବ appeared first on Dharitri Odia News.