ଘରେ ନ ଥିବା ବେଳେ ସୁନା ଅଳଙ୍କାର ନେଇଗଲେ ଚୋର
ଜି.ଉଦୟଗିରି,୧ା୩(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୨ ନମ୍ବର ୱାର୍ଡ଼ ପ୍ରଧାନ କଲୋନୀସ୍ଥିତ ସଡ଼କ କଡ଼ରେ ଥିବା ବିଭୁ ନନ୍ଦନ ପଣ୍ଡାଙ୍କ ଘରୁ ଚୋରି ହୋଇଛି। ତଳ ମହଲାରେ ରହୁଥିବା ବିଭୁ ନନ୍ଦନ ରବିବାରଠାରୁ ତାଙ୍କ ସ୍ତ୍ରୀଙ୍କ ସହ ଚାକିରି କରୁଥିବା ସ୍ଥାନ ଆସ୍କାକୁ ଯାଇଥିବା ବେଳେ ଉପର ମହଲାରେ ଭଡ଼ାରେ ରହୁଥିବା ପରିବାର ଗୁରୁବାରଠାରୁ ନିଜ ଗାଁକୁ ଯାଇଥିଲେ। ଶନିବାର ବିଭୁ ନନ୍ଦନ ଆସି ଦେଖିବା ବେଳକୁ ଘର ତାଲା ଖୋଲାଥିଲା। […] The post ଘରେ ନ ଥିବା ବେଳେ ସୁନା ଅଳଙ୍କାର ନେଇଗଲେ ଚୋର appeared first on Dharitri Odia News.
ଜି.ଉଦୟଗିରି,୧ା୩(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୨ ନମ୍ବର ୱାର୍ଡ଼ ପ୍ରଧାନ କଲୋନୀସ୍ଥିତ ସଡ଼କ କଡ଼ରେ ଥିବା ବିଭୁ ନନ୍ଦନ ପଣ୍ଡାଙ୍କ ଘରୁ ଚୋରି ହୋଇଛି। ତଳ ମହଲାରେ ରହୁଥିବା ବିଭୁ ନନ୍ଦନ ରବିବାରଠାରୁ ତାଙ୍କ ସ୍ତ୍ରୀଙ୍କ ସହ ଚାକିରି କରୁଥିବା ସ୍ଥାନ ଆସ୍କାକୁ ଯାଇଥିବା ବେଳେ ଉପର ମହଲାରେ ଭଡ଼ାରେ ରହୁଥିବା ପରିବାର ଗୁରୁବାରଠାରୁ ନିଜ ଗାଁକୁ ଯାଇଥିଲେ। ଶନିବାର ବିଭୁ ନନ୍ଦନ ଆସି ଦେଖିବା ବେଳକୁ ଘର ତାଲା ଖୋଲାଥିଲା। ଘର ଭିତରେ ଆସବାବପତ୍ର ଓ ଲୁଗାପଟା ବିଛେଇ ହୋଇ ପଡିଥିଲା। ଏହା ଦେଖି ସେ ପୋଲିସକୁ ଖବର ଦେଇଥିଲେ। ଘର ତାଲା ପଡ଼ିଥିବା ସୁଯୋଗ ନେଇ ଚୋର ଘର ତାଲା ଭାଙ୍ଗି ଘରେ ପଶି ଆଲମାରିରୁ ସୁନା ଅଳଙ୍କାର ନେଇ ଯାଇଥିବା ବିଭୁ ନନ୍ଦନ କହିଛନ୍ତି । ଖବର ପାଇ ଆଇଆଇସି ବିଜୟ ସ୍ବାଇଁ, ଏସଆଇ କାମରାଜୁ ରେଡ୍ଡୀ ଏଏସ୍ଆଇ ରବୀନ୍ଦ୍ରନାଥ ସେଠୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ନଂ. ୪୦/୨୫ରେ ମାମଲା ରୁଜୁ ହୋଇଛି।
The post ଘରେ ନ ଥିବା ବେଳେ ସୁନା ଅଳଙ୍କାର ନେଇଗଲେ ଚୋର appeared first on Dharitri Odia News.