ଘରେ ନିଆଁ ଲାଗି ଫାଟିଗଲା ଗ୍ୟାସ୍ ଟାଙ୍କି: ଉଡ଼ିଗଲା ଆଜ୍ବେଷ୍ଟସ୍,ଆସବାବପତ୍ର ପୋଡ଼ି ପାଉଁଶ
ସାକ୍ଷୀଗୋପାଳ,୧୦ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଡାଙ୍ଗୁରା ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗଙ୍ଗାଧର ସେନାପତିଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଯୋଗୁ ଘରେ ଥିବା ଗ୍ୟାସ୍ ଟାଙ୍କି ଫାଟିଯାଇଥିଲା। ଫଳରେ ଘରର ଆଜ୍ବେଷ୍ଟସ୍ ସମେତ ରୋଷେଇ ଘରର ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। କିଛି ଦିନ ପୂର୍ବରୁ ଗଙ୍ଗାଧରଙ୍କ ପାଳଗଦାରେ କେହି ନିଆଁ ଲଗାଇ ଦେଇଥିଲେ। ଏନେଇ ସେ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଘର ଉପରକୁ […] The post ଘରେ ନିଆଁ ଲାଗି ଫାଟିଗଲା ଗ୍ୟାସ୍ ଟାଙ୍କି: ଉଡ଼ିଗଲା ଆଜ୍ବେଷ୍ଟସ୍,ଆସବାବପତ୍ର ପୋଡ଼ି ପାଉଁଶ appeared first on Dharitri Odia News.
ସାକ୍ଷୀଗୋପାଳ,୧୦ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଡାଙ୍ଗୁରା ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗଙ୍ଗାଧର ସେନାପତିଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଯୋଗୁ ଘରେ ଥିବା ଗ୍ୟାସ୍ ଟାଙ୍କି ଫାଟିଯାଇଥିଲା। ଫଳରେ ଘରର ଆଜ୍ବେଷ୍ଟସ୍ ସମେତ ରୋଷେଇ ଘରର ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। କିଛି ଦିନ ପୂର୍ବରୁ ଗଙ୍ଗାଧରଙ୍କ ପାଳଗଦାରେ କେହି ନିଆଁ ଲଗାଇ ଦେଇଥିଲେ। ଏନେଇ ସେ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଘର ଉପରକୁ କେହି ବୋମାମାଡ଼ କରିଥିବା ସେ କହିଛନ୍ତିି। ଖବରପାଇ ସାକ୍ଷୀଗୋପାଳ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଏନେଇ ତାଙ୍କ ପରିବାର ପକ୍ଷରୁ ବଳଙ୍ଗା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
The post ଘରେ ନିଆଁ ଲାଗି ଫାଟିଗଲା ଗ୍ୟାସ୍ ଟାଙ୍କି: ଉଡ଼ିଗଲା ଆଜ୍ବେଷ୍ଟସ୍,ଆସବାବପତ୍ର ପୋଡ଼ି ପାଉଁଶ appeared first on Dharitri Odia News.