ଘରେ ପଶି ଓକିଲଙ୍କୁ ଏସିଡ୍ ମାଡ କରି ଚାଲିଗଲେ ଦୁର୍ବୃତ୍ତ
ଗଜପତି,୯।୧୧(ଗିରିଧାରୀ ପରିଛା)-ଗଜପତି ଜିଲା ପାରଳାଖେମୁଣ୍ଡିର ଜଣେ ପ୍ରତିଷ୍ଠିତ ଓକିଲଙ୍କ ଉପରକୁ ଏସିଡ ମାଡ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ବାର୍ ଆସୋସିଏଶନର ବରିଷ୍ଠ ଓକିଲ ପି. ରାମରାଓ । ଏଥିରେ ତାଙ୍କ ଦେହ ସହ ମୁହଁରେ ଅଧିକାଂଶ ଜାଗାରେ କ୍ଷତ ବିକ୍ଷତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ସୂଚନାନୁଯାୟୀ, ପାରଳାଖେମୁଣ୍ଡି ବାର୍ ଆସୋସିଏଶନର ବରିଷ୍ଠ ଓକିଲ ପି. ରାମରାଓ ଅପରାହ୍ନରେ ଜଙ୍ଗମ […] The post ଘରେ ପଶି ଓକିଲଙ୍କୁ ଏସିଡ୍ ମାଡ କରି ଚାଲିଗଲେ ଦୁର୍ବୃତ୍ତ appeared first on Dharitri Odia News.
ଗଜପତି,୯।୧୧(ଗିରିଧାରୀ ପରିଛା)-ଗଜପତି ଜିଲା ପାରଳାଖେମୁଣ୍ଡିର ଜଣେ ପ୍ରତିଷ୍ଠିତ ଓକିଲଙ୍କ ଉପରକୁ ଏସିଡ ମାଡ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ବାର୍ ଆସୋସିଏଶନର ବରିଷ୍ଠ ଓକିଲ ପି. ରାମରାଓ । ଏଥିରେ ତାଙ୍କ ଦେହ ସହ ମୁହଁରେ ଅଧିକାଂଶ ଜାଗାରେ କ୍ଷତ ବିକ୍ଷତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ପାରଳାଖେମୁଣ୍ଡି ବାର୍ ଆସୋସିଏଶନର ବରିଷ୍ଠ ଓକିଲ ପି. ରାମରାଓ ଅପରାହ୍ନରେ ଜଙ୍ଗମ ସାହିସ୍ଥିତ ନିଜ ବାସଭବନରେ ଥିବା ସମୟରେ ଦୁଇଜଣ ଦୁର୍ବୁତ୍ତ ବାଇକରେ ଆସି କବାଟ ବାଡାଇଥିଲେ। ରାମାରାଓ କବାଟ ଖୋଲିବା ମାତ୍ରେ ହଠାତ କେହି ଏସିଡ ଧରି ତାଙ୍କ ଉପରକୁ ଫୋପାଡ଼ି ଥିଲେ। ଏହାପରେ ଓକିଲଙ୍କ ଦେହ ସାରା ଜଳିଯିବା ସହ ମୁହଁରେ ଅଧିକାଂଶ ଜାଗାରେ ଏସିଡ୍ ପଡି କ୍ଷତବିକ୍ଷତ ହୋଇଥିଲା। ତାଙ୍କୁ ସେଠାରୁ ପଡ଼ୋଶୀ ଏବଂ ସହଯୋଗୀ ଓକିଲଙ୍କ ଦ୍ୱାରା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆଖିରେ ଏସିଡ୍ ପଡିଯାଇଥିବା ଯୋଗୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଏସିଡ ପକାଇବା ପଛର କାରଣ ଅସ୍ପଷ୍ଟ ରହିଛି। ସେପଟେ କିଏ ଏଭଳି ଜଘନ୍ୟ କାଣ୍ଡ କରିଛି ସେନେଇ ଜଣାପଡ଼ିିନାହିଁ।
ତେବେ ଏଭଳି କାର୍ଯ୍ୟକୁ ପାରଳାଖେମୁଣ୍ଡି ଓକିଲ ସଂଘ ଦୃଢ଼ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଦୋଷୀଙ୍କୁ ଗିରଫ କରାଯିବା ପରେ ଆଗାମୀ ଦିନରେ ଦୋଷୀଙ୍କ ଜାମିନ ଆବେଦନ କୌଣସି ମତେ କରାଇଦିଆଯିବ ନାହିଁ ବୋଲି ଓକିଲ ସଂଘ ନିଷ୍ପତ୍ତି ନେଇଛନ୍ତି। ଅପରପକ୍ଷେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାମରାଓ ବର୍ତ୍ତମାନ କୌଣସି ସୂଚନା ଦେବା ପରିସ୍ଥିତିରେ ନ ଥିବାରୁ ପୋଲିସ ଆଖପାଖରେ ଥିବା ସିସିଟିଭି ଫୁଟେଜ ଓ ଘଟଣା ଘଟିବା ସମୟରେ ପାରଳାଖେମୁଣ୍ଡି ସହରର ଜଙ୍ଗମ ସାହି ଭିତରେ କିଏ ଚଳ ପ୍ରଚଳ କରୁଥିଲେ ସେହି ସମସ୍ତ ତଥ୍ୟକୁ ଅନୁସନ୍ଧାନ କରୁଛି । ପ୍ରଥମ ଥର ପାଇଁ ଏସିଡ୍ ମାଡ ଘଟଣା ପାରଳାଖେମୁଣ୍ଡି ସହରରେ ହୋଇଛି। ତେଣୁ ପୋଲିସ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିବା ନେଇ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।
The post ଘରେ ପଶି ଓକିଲଙ୍କୁ ଏସିଡ୍ ମାଡ କରି ଚାଲିଗଲେ ଦୁର୍ବୃତ୍ତ appeared first on Dharitri Odia News.