ଘରେ ପଶି ଦମ୍ପତିଙ୍କୁ ହାଣିଲେ, ଲୁଟିନେଲେ ସୁନା ଗହଣା

ରାୟଗଡ଼ା,୧୩୫(ଆଶିଷ ରଞ୍ଜନ ପଣ୍ଡା): ଦମ୍ପତିଙ୍କୁ ହାଣି ଲୁଟିନେଲେ ସୁନା ରୂପା। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗାଁରେ। ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ଏକ ବୋଲେରୋରେ ପ୍ରାୟ ୮ରୁ ୧୦ ଦୃର୍ବୁତ୍ତ ସିକରପାଇ ଗାଁର ବ୍ୟବସାୟୀ ଗୋପାଳଚେଟି ଉପେନ୍ଦ୍ରଙ୍କ ଘରେ ମାରଣାସ୍ତ୍ର ଧରି ଘରେ ପଶି ଭୁଜାଲିରେ ଆକ୍ରମଣ କରିଥିଲେ। ତାଙ୍କ ସ୍ତ୍ରୀ ପିନ୍ଧିଥିବା ପ୍ରାୟ ୧୪ ଭରି ସୁନା ଅଳଙ୍କାର ଠାଣି ନେବା ସହିତ ଘରେ ଥିବା […] The post ଘରେ ପଶି ଦମ୍ପତିଙ୍କୁ ହାଣିଲେ, ଲୁଟିନେଲେ ସୁନା ଗହଣା appeared first on Dharitri Odia News.

ଘରେ ପଶି ଦମ୍ପତିଙ୍କୁ ହାଣିଲେ, ଲୁଟିନେଲେ ସୁନା ଗହଣା

ରାୟଗଡ଼ା,୧୩୫(ଆଶିଷ ରଞ୍ଜନ ପଣ୍ଡା): ଦମ୍ପତିଙ୍କୁ ହାଣି ଲୁଟିନେଲେ ସୁନା ରୂପା। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗାଁରେ।
ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ଏକ ବୋଲେରୋରେ ପ୍ରାୟ ୮ରୁ ୧୦ ଦୃର୍ବୁତ୍ତ ସିକରପାଇ ଗାଁର ବ୍ୟବସାୟୀ ଗୋପାଳଚେଟି ଉପେନ୍ଦ୍ରଙ୍କ ଘରେ ମାରଣାସ୍ତ୍ର ଧରି ଘରେ ପଶି ଭୁଜାଲିରେ ଆକ୍ରମଣ କରିଥିଲେ। ତାଙ୍କ ସ୍ତ୍ରୀ ପିନ୍ଧିଥିବା ପ୍ରାୟ ୧୪ ଭରି ସୁନା ଅଳଙ୍କାର ଠାଣି ନେବା ସହିତ ଘରେ ଥିବା ଅତି ପୁରୁଣା ଆଲମାରୀ ମଧ୍ୟ ଉଠାଇ ନେଇଯାଇଛନ୍ତି। ସେଥିରେ ପ୍ରାୟ ୧୦ ରୁ ୧୧ କେଜି ସୁନା ଥିବା ଜଣାପଡିଛି। ଦୁର୍ବୃତ୍ତଙ୍କ ଭୁଜାଲି ମାଡ଼ରେ ଗୋପାଳଚେଟି ଉପେନ୍ଦ୍ର ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ରାୟଗଡ଼ା ଏସଡିପିଓ ଗୌରହରୀ ସାହୁ ଓ କଲ୍ୟାଣସିଂହପୁର ପୋଲିସ ପହଞ୍ଚି ଘଟଣାର ତନାଘନା କହୁଛନ୍ତି। ବର୍ତ୍ତମାନ ସୁଧା ଦୁର୍ବୃତ୍ତଙ୍କ ଟେର ପାଉନି ପୋଲିସ। ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

The post ଘରେ ପଶି ଦମ୍ପତିଙ୍କୁ ହାଣିଲେ, ଲୁଟିନେଲେ ସୁନା ଗହଣା appeared first on Dharitri Odia News.