ଘରେ ପଶି ପଡ଼ୋଶୀଙ୍କୁ ଟାଙ୍ଗିଆରେ ହାଣିଲେ, ପଦ୍ମପୁର ଥାନାରେ ଆତ୍ମସମର୍ପଣ କଲେ…

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ ସଉରା ବିକ୍ରମପୁର ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ସେହି ଗ୍ରାମର ପଣ୍ଡା ଶବର ନାମକ ଜଣେ ବ୍ୟକ୍ତି ନିଜ ପଡୋଶୀ ଚୈତନ୍ୟ ଶବର(୪୮)ଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଅଭିଯୁକ୍ତ ପଣ୍ଡା ହତ୍ୟା କରିବା ପରେ ନିଜକୁ ପଦ୍ମପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି। ସୂଚନା ଅନୁଯାୟୀ, ଚୈତନ୍ୟ ଶବର ଶନିବାର ସକାଳେ […] The post ଘରେ ପଶି ପଡ଼ୋଶୀଙ୍କୁ ଟାଙ୍ଗିଆରେ ହାଣିଲେ, ପଦ୍ମପୁର ଥାନାରେ ଆତ୍ମସମର୍ପଣ କଲେ… appeared first on Dharitri Odia News.

ଘରେ ପଶି ପଡ଼ୋଶୀଙ୍କୁ ଟାଙ୍ଗିଆରେ ହାଣିଲେ, ପଦ୍ମପୁର ଥାନାରେ ଆତ୍ମସମର୍ପଣ କଲେ…

ରାୟଗଡ଼ା,୩।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ ସଉରା ବିକ୍ରମପୁର ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ସେହି ଗ୍ରାମର ପଣ୍ଡା ଶବର ନାମକ ଜଣେ ବ୍ୟକ୍ତି ନିଜ ପଡୋଶୀ ଚୈତନ୍ୟ ଶବର(୪୮)ଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଅଭିଯୁକ୍ତ ପଣ୍ଡା ହତ୍ୟା କରିବା ପରେ ନିଜକୁ ପଦ୍ମପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି।

ସୂଚନା ଅନୁଯାୟୀ, ଚୈତନ୍ୟ ଶବର ଶନିବାର ସକାଳେ କୋଣସି କାମରେ ଡମ୍ବସରା ଯାଇ ମଧ୍ୟାହ୍ନ ସମୟରେ ଘରକୁ ଫେରି ନିଜ ପରିବାର ସହିତ ଖାଇବାକୁ ବସିଥିଲେ। ଏହି ସମୟରେ ପଡୋଶୀ ପଣ୍ଡା ଶବର ଓ ତାଙ୍କ ପୁଅ ଆସି ଚୈତନ୍ୟଙ୍କୁ ଟାଙ୍ଗିଆରେରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ। ତେବେ କେଉଁ କାରଣରୁ ସ୍ବାମୀଙ୍କୁ ହତ୍ୟା କରାଗଲା ତାହା ଜାଣି ନ ଥିବା ସ୍ତ୍ରୀ ମାଲୁଣି ଶବର କହିଛନ୍ତି। ଏହି ସମ୍ପର୍କରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଦଳ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି। ତଦନ୍ତ ପରେ ହତ୍ୟାକାଣ୍ଡ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏନେଇ ପଦ୍ମପୁର ଥାନା ପୋଲିସ କେସ ନଂ ୬୪ରେ ମାମଲା ରୁଜୁ କରି ପଣ୍ଡା ଶବରକୁ ଥାନାରେ ଅଟକ ରଖିଥିବା ପଦ୍ମପୁର ପୋଲିସ ଆଇଆଇସି ଧରଣୀଧର ପ୍ରଧାନ ସୂଚନା ଦେଇଛନ୍ତି ।

The post ଘରେ ପଶି ପଡ଼ୋଶୀଙ୍କୁ ଟାଙ୍ଗିଆରେ ହାଣିଲେ, ପଦ୍ମପୁର ଥାନାରେ ଆତ୍ମସମର୍ପଣ କଲେ… appeared first on Dharitri Odia News.