ଘରେ ପଶି ଭାଉଜଙ୍କୁ ହତ୍ୟା ଉଦ୍ୟମ କଲେ ଦିଅର: ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୧।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ସାନଖେମୁଣ୍ଡି ବ୍ଲକ ତିଳେଶ୍ୱର ଗ୍ରାମର ଶିବା ଓରଫ ଶିବାନନ୍ଦ ବିଷୋୟୀଙ୍କୁ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଗ୍ରାମର ସମ୍ପର୍କୀୟ ଭାଉଜ ଇନ୍ଦିରା ବିଷୋୟୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଥାନା ମାମଲା ନଂ.୪୬୦/୨୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ତିଳେଶ୍ୱର ଗ୍ରାମର ଇନ୍ଦିରା ଗତ ମଙ୍ଗଳବାର ରାତିରେ ତାଙ୍କ ପୁଅ ଝିଅଙ୍କୁ ନେଇ ଶୋଇଥିବା ବେଳେ […] The post ଘରେ ପଶି ଭାଉଜଙ୍କୁ ହତ୍ୟା ଉଦ୍ୟମ କଲେ ଦିଅର: ବାନ୍ଧିଲା ପୋଲିସ appeared first on Dharitri Odia News.

ଘରେ ପଶି ଭାଉଜଙ୍କୁ ହତ୍ୟା ଉଦ୍ୟମ କଲେ ଦିଅର: ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୧।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ସାନଖେମୁଣ୍ଡି ବ୍ଲକ ତିଳେଶ୍ୱର ଗ୍ରାମର ଶିବା ଓରଫ ଶିବାନନ୍ଦ ବିଷୋୟୀଙ୍କୁ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଗ୍ରାମର ସମ୍ପର୍କୀୟ ଭାଉଜ ଇନ୍ଦିରା ବିଷୋୟୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଥାନା ମାମଲା ନଂ.୪୬୦/୨୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।

ତିଳେଶ୍ୱର ଗ୍ରାମର ଇନ୍ଦିରା ଗତ ମଙ୍ଗଳବାର ରାତିରେ ତାଙ୍କ ପୁଅ ଝିଅଙ୍କୁ ନେଇ ଶୋଇଥିବା ବେଳେ ପାରିବାରିକ କଳହକୁ କେନ୍ଦ୍ର କରି ତାଙ୍କ ସମ୍ପର୍କୀୟ ଦିଅର ଶିବା ହାତରେ ଏକ କାତି ଧରି ଜବରଦସ୍ତ ଘରେ ପଶି ତାଙ୍କ ବେକକୁ ଚିପି ଧରି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ। ସେ ନିଦରୁ ଉଠି ଘର ବାହାରକୁ ଯାଇ ପାଟି କରିବାରୁ ଅଭିଯୁକ୍ତ ଜଣକ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ତାଙ୍କ ବେକକୁ ହାଣିବାକୁ ଉଦ୍ୟମ କରିଥିଲେ। ମୁଁ କହିବା ପ୍ରକାରେ ରହିବୁ ନଚେତ ଘର ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ। ସାହି ପଡୋଶୀ ଦୌଡ଼ି ଆସିବାରୁ ଅଭିଯୁକ୍ତ ସେଠାରୁ ପଳାଇଥିଲେ।

ଘଟଣାର ପରଦିନ ଇନ୍ଦିରା ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତଙ୍କ ନାଁରେ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏସଆଇ ଦୁଷ୍ମନ୍ତ କୁମାର ପ୍ରଧାନ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ କାତି ଜବତ କରିଥିବା ଜଣାପଡିଛି।

The post ଘରେ ପଶି ଭାଉଜଙ୍କୁ ହତ୍ୟା ଉଦ୍ୟମ କଲେ ଦିଅର: ବାନ୍ଧିଲା ପୋଲିସ appeared first on Dharitri Odia News.