ଘରେ ପଶି ହାଣିଲେ: ବଡ଼ବୋହୂ ମୃତ, ଶାଶୁ ଓ ସାନବୋହୂ ଗୁରୁତର
ଭଣ୍ଡାରିପୋଖରୀ,୨୫।୨(ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଦେଓପଦା(ମେଘା) ଗ୍ରାମରେ ମଙ୍ଗଳବାର ଏକ ବର୍ବର କାଣ୍ଡ ଘଟିଛି। ଘରେ ପଶି ଜଣେ ଦୁର୍ବୃତ୍ତ ମାରଣାସ୍ତ୍ରରେ ଶାଶୁ ଓ ଦୁଇ ବୋହୂଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣରେ ବଡ଼ ବୋହୂଙ୍କ ମୃତ୍ୟୁ ଘଟିଥିବା ବେଳେ ସାନବୋହୂ ଓ ଶାଶୁ ଗୁରୁତର ହୋଇଛନ୍ତି। ତେବେ କେଉଁ କାରଣରୁ ଏପରି ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ମିଳିଥିବା ସୂଚନା ମୁତାବକ, ନବକିଶୋର ସାହୁଙ୍କ ପରିବାର ଦେଓପଦାରୁ ମେଘାକୁ ସଂଯୋଗ […] The post ଘରେ ପଶି ହାଣିଲେ: ବଡ଼ବୋହୂ ମୃତ, ଶାଶୁ ଓ ସାନବୋହୂ ଗୁରୁତର appeared first on Dharitri Odia News.
ଭଣ୍ଡାରିପୋଖରୀ,୨୫।୨(ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଦେଓପଦା(ମେଘା) ଗ୍ରାମରେ ମଙ୍ଗଳବାର ଏକ ବର୍ବର କାଣ୍ଡ ଘଟିଛି। ଘରେ ପଶି ଜଣେ ଦୁର୍ବୃତ୍ତ ମାରଣାସ୍ତ୍ରରେ ଶାଶୁ ଓ ଦୁଇ ବୋହୂଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣରେ ବଡ଼ ବୋହୂଙ୍କ ମୃତ୍ୟୁ ଘଟିଥିବା ବେଳେ ସାନବୋହୂ ଓ ଶାଶୁ ଗୁରୁତର ହୋଇଛନ୍ତି। ତେବେ କେଉଁ କାରଣରୁ ଏପରି ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।
ମିଳିଥିବା ସୂଚନା ମୁତାବକ, ନବକିଶୋର ସାହୁଙ୍କ ପରିବାର ଦେଓପଦାରୁ ମେଘାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଖେଳପଡ଼ିଆ ନିକଟରେ ଏକ ଘର କରି ବସବାସ କରୁଛନ୍ତି। ନବକିଶୋରଙ୍କର ୩ ପୁଅଙ୍କ ମଧ୍ୟରୁ ସାନପୁଅ ଅବିବାହିତ ଓ ବାହାରେ ରହୁଛନ୍ତି। ଅନ୍ୟ ବିବାହିତ ୨ ପୁଅ ମଞ୍ଜୁରୀରୋଡ ବଜାରରେ ଥିବା ଦୋକାନରେ ନିୟୋଜିତ ଅଛନ୍ତି।
ମଙ୍ଗଳବାର ସନ୍ଧ୍ୟାରେ ଶାଶୁ ଓ ଦୁଇ ବୋହୂ ଘରେ ଥିଲେ। ସେତିକିବେଳେ ପୂର୍ବ ପରିଚିତ ଜଣେ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ତାଙ୍କ ଘର ଭିତରକୁ ଅତର୍କିତ ପଶି ଆସିଥିଲେ। ପରେ ସେ ମହିଳାମାନଙ୍କୁ ଧମକଚମକ ଦେଇଥିଲେ। ଜଣେ ନବକିଶୋରଙ୍କୁ ଫୋନ୍ ଯୋଗେ ଏକଥା ଜଣାଇ ଘରକୁ ଆସିବାକୁ ଡାକିଥିଲା।
ଏଥିରେ ଉତ୍କ୍ଷିପ୍ତ ହୋଇ ଦୁର୍ବୃତ୍ତ ଜଣକ ଶାଶୁ ଓ ବୋହୂଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଶାଶୁ ବୋହୂ ୩ଜଣ ଗୁରୁତର ହୋଇଛନ୍ତି। ନବକିଶୋର ଘରେ ପହଞ୍ଚି ପଡୋଶୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସନ୍ତୋଷଙ୍କ ସ୍ତ୍ରୀ ତଥା ବଡ଼ ବୋହୂ ଝୁନୁଲତା(୨୮)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଶାଶୁ କନକଲତା(୫୫) ଓ ସାନ ବୋହୂ ସସ୍ମିତା(୨୭)ଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି।
କନକଲତାଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆକ୍ରମଣ କରିଥିବା ଦୁର୍ବୃତ୍ତ ଜଣକ ନବକିଶୋରଙ୍କ ଦୋକାନରେ ପୂର୍ବରୁ କାମ କରୁଥିଲେ ବୋଲି ଜଣାପଡିଛି। ଖବର ପାଇ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
The post ଘରେ ପଶି ହାଣିଲେ: ବଡ଼ବୋହୂ ମୃତ, ଶାଶୁ ଓ ସାନବୋହୂ ଗୁରୁତର appeared first on Dharitri Odia News.