ଘରେ ପଶିଲା ଡ୍ରେନ୍ ପାଣି, ସିମନବାଡ଼ିରେ ସ୍ବଚ୍ଛ ମିଶନ ବିଫଳ
ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): ଲଘୁଚାପ ଜନିତ ବର୍ଷା ଯୋଗୁ କନ୍ଧମାଳ ଜିଲାରେ ରବିବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ସୋମବାର ସକାଳୁ ଏହି ବର୍ଷାର ପରିମାଣ ବୃଦ୍ଧି ପାଇଛି। ଧିରେ ଧିରେ ନଦୀ ଓ ନାଳ ଫୁଲିବାରେ ଲାଗିଛି। ସେପଟେ କିଛି ପଞ୍ଚାୟତରେ ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ଯୋଗୁ ମଇଳା ପାଣି ରାସ୍ତା ଉପରେ ଚାଲିବା ସହ ଲୋକଙ୍କ ଘରେ ପଶିଛି। ଏପରି ସମସ୍ୟା ଦେଖିବାକୁ ମିଳିଛି ଉକ୍ତ ବ୍ଲକର ସିମନବାଡ଼ିର ଦଡ଼ିବାଡ଼ିଠାରୁ ବଜାର ପର୍ଯ୍ୟନ୍ତ […] The post ଘରେ ପଶିଲା ଡ୍ରେନ୍ ପାଣି, ସିମନବାଡ଼ିରେ ସ୍ବଚ୍ଛ ମିଶନ ବିଫଳ appeared first on Dharitri Odia News.
ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): ଲଘୁଚାପ ଜନିତ ବର୍ଷା ଯୋଗୁ କନ୍ଧମାଳ ଜିଲାରେ ରବିବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ସୋମବାର ସକାଳୁ ଏହି ବର୍ଷାର ପରିମାଣ ବୃଦ୍ଧି ପାଇଛି। ଧିରେ ଧିରେ ନଦୀ ଓ ନାଳ ଫୁଲିବାରେ ଲାଗିଛି। ସେପଟେ କିଛି ପଞ୍ଚାୟତରେ ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ଯୋଗୁ ମଇଳା ପାଣି ରାସ୍ତା ଉପରେ ଚାଲିବା ସହ ଲୋକଙ୍କ ଘରେ ପଶିଛି।
ଏପରି ସମସ୍ୟା ଦେଖିବାକୁ ମିଳିଛି ଉକ୍ତ ବ୍ଲକର ସିମନବାଡ଼ିର ଦଡ଼ିବାଡ଼ିଠାରୁ ବଜାର ପର୍ଯ୍ୟନ୍ତ ସଂଯୋଗ ହୋଇଥିବା ରାସ୍ତାରେ। ଏଠାରେ ଡ୍ରେନେଜ୍ ବ୍ୟବସ୍ଥା ନ ଥିବା ବେଳେ ଯେଉଁ କିଛି ସ୍ଥାନରେ ଡ୍ରେନ୍ ରହିଛି ସେଠି ଅଳିଆ ଆବର୍ଜନା ଭର୍ତ୍ତି ହୋଇଥିବାରୁ ବର୍ଷାପାଣି ରାସ୍ତା ଉପରେ ଆଣ୍ଠୁଏ ଉପରେ ପ୍ରବାହିତ ହେଉଛି। ଫଳରେ ସ୍କୁଲ ସାହିରେ କିଛି ଲୋକଙ୍କ ଘରେ ବର୍ଷା ପାଣି ପଶିଯିବାରୁ ଲୋକମାନଙ୍କ ଘରର ଆସବାବପତ୍ର ନଷ୍ଟ ହୋଇଯାଇଛି। ପାଣି ଘରେ ପଶିଥିବାରୁ ଏକାଧିକ ଲୋକଙ୍କ ଘରେ ଚୁଲି ଲାଗିନି କି ରୋଷେଇ ହୋଇ ନ ଥିବା ସେମାନେ କହିଛନ୍ତି। ଘରୁ ବର୍ଷା ପାଣି ବାହାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ବର୍ଷା ପୂର୍ବରୁ ଡ୍ରେନ୍ଗୁଡିକର ସଫେଇ କରାଯିବା ଆବଶ୍ୟକ ରହିଥିବା ବେଳେ ତାହା କରାଯାଇ ନ ଥିବାରୁ ଲୋକେ ଏପରି ସମସ୍ୟା ଭୋଗ କରୁଛନ୍ତି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
The post ଘରେ ପଶିଲା ଡ୍ରେନ୍ ପାଣି, ସିମନବାଡ଼ିରେ ସ୍ବଚ୍ଛ ମିଶନ ବିଫଳ appeared first on Dharitri Odia News.