ଗାଁରେ ପଶିଲା ହାତୀ: ଜଣଙ୍କୁ ଦଳି ମାରିଦେଲା
ସମ୍ବଲପୁର,୨୨।୧୧: ସମ୍ବଲପୁର ଜିଲା ପଡ଼ିଆବାହାଲ ରେଞ୍ଜ ଛାମୁଣ୍ଡା ସେକ୍ସନ ଜାମଲୋଇ ଗାଁରେ ଶୁକ୍ରବାର ଏକ ଅଘଟଣ ଘଟିଛି। ହାତୀ ଘଉଡ଼ାଇବା ବେଳେ ଏକ ଦନ୍ତା ଜଣେ ଯୁବକଙ୍କୁ ଦଳି ଦେଇଛି। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ଜାମଲୋଇ ଗାଁ ନିକଟକୁ ଏକ ହାତୀପଲ ପଶି ଆସିଥିଲା। ଏନେଇ ଗ୍ରାମବାସୀ ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ କରୁଥିଲେ। ସେତିକିବେଳେ ଏକ ଦନ୍ତା ଯୁବକଙ୍କୁ ଆକ୍ରମଣ କରି କଚାଡି ଦଳି ଦେଇଥିଲା। ଖବର […] The post ଗାଁରେ ପଶିଲା ହାତୀ: ଜଣଙ୍କୁ ଦଳି ମାରିଦେଲା appeared first on Dharitri Odia News.
ସମ୍ବଲପୁର,୨୨।୧୧: ସମ୍ବଲପୁର ଜିଲା ପଡ଼ିଆବାହାଲ ରେଞ୍ଜ ଛାମୁଣ୍ଡା ସେକ୍ସନ ଜାମଲୋଇ ଗାଁରେ ଶୁକ୍ରବାର ଏକ ଅଘଟଣ ଘଟିଛି। ହାତୀ ଘଉଡ଼ାଇବା ବେଳେ ଏକ ଦନ୍ତା ଜଣେ ଯୁବକଙ୍କୁ ଦଳି ଦେଇଛି। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ, ଜାମଲୋଇ ଗାଁ ନିକଟକୁ ଏକ ହାତୀପଲ ପଶି ଆସିଥିଲା। ଏନେଇ ଗ୍ରାମବାସୀ ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ କରୁଥିଲେ। ସେତିକିବେଳେ ଏକ ଦନ୍ତା ଯୁବକଙ୍କୁ ଆକ୍ରମଣ କରି କଚାଡି ଦଳି ଦେଇଥିଲା। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛନ୍ତି। ଏହି ଘଟଣା ପରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ତୁରନ୍ତ ଘଟଣାର ତଦନ୍ତ କରି ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
The post ଗାଁରେ ପଶିଲା ହାତୀ: ଜଣଙ୍କୁ ଦଳି ମାରିଦେଲା appeared first on Dharitri Odia News.