ଘରେ ବନାନ୍ତୁ ସୁଆଦିଆ ‘ଆଳୁ ମୁଗଲାଇ’

ଘରେ ଖାଦ୍ୟରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ଆଳୁରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ଆଳୁ ମୁଗଲାଇ’।

ଘରେ ବନାନ୍ତୁ ସୁଆଦିଆ ‘ଆଳୁ ମୁଗଲାଇ’

ଆଜି ଆମେ ଆଳୁରେ ଏକ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଆଳୁ ମୁଗଲାଇ’। ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଆବଶ୍ୟକ ସାମଗ୍ରୀ:

ଧନିଆ, ଜୀରା, ଗରମ ମସଲା, ସିଝା ଆଳୁ, ମଇଦା, ତେଲ, ଖୁଆ, ପନିର, ଗ୍ରେଟେଡ୍‌ କାଜୁ, କିସ୍‌ମିସ୍‌, ଗୋଲମରିଚ, ଲୁଣ, ଚିନି, ଫୁଡ୍‌ କଲର୍‌, ପିଆଜ, ଅଦା ରସୁଣ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଟମାଟୋ ପ୍ୟୁରୀ, ଦହି, ମଲାଇ, କାଜୁ ପେଷ୍ଟ୍‌, କାଶ୍ମୀର ଲଙ୍କା ଗୁଣ୍ଡ ଓ ଗରମ ମସଲା।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଧନିଆ, ଜୀରା ଓ ଗରମ ମସଲାର ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ସିଝା ଆଳୁକୁ ମଝିରେ କାଟି ମଇଦାରେ ଗୋଳାଇ ଦିଅନ୍ତୁ।
  • କଡ଼େଇରେ ତେଲ କରନ୍ତୁ। ସେଥିରେ କଟା ହୋଇଥିବା ଆଳୁକୁ ଲାଲ ହେବା ଯାଏଁ ଫ୍ରାଏ କରନ୍ତୁ।
  • ଏହାପରେ ଖୁଆ, ପନିର, ଘ୍ରେଟେଡ୍‌ କାଜୁ, କିସ୍‌ମିସ୍‌, ଗୋଳମରିଚ ଗୁଣ୍ଡ, ଲୁଣ, ଚିନି, ଫୁଡ୍‌ କଲର୍‌ ମିଶାଇ ପୁର ପ୍ରସ୍ତୁତ କରନ୍ତୁ।
  • ଏହି ପୁରକୁ ଫ୍ରାଏଡ୍‌ ଆଳୁ ମଧ୍ୟରେ ଷ୍ଟଫିଂ କରନ୍ତୁ।
  • ଏବେ ଅନ୍ୟ ଏକ କଡ଼େଇରେ ତେଲ ଗରମ କରନ୍ତୁ।
  • ସେଥିରେ ଚିନି ପକାନ୍ତୁ। କଟା ପିଅଜ, ଅଦା ରସୁଣ ବଟା ପକାଇ କଷନ୍ତୁ।
  • ଏବେ ସେଥିରେ ଲୁଣ ପକାନ୍ତୁ। ପୂର୍ବରୁ ପ୍ରସ୍ତୁତ ହୋଇ ରଖିଥିବା ଧନିଆ, ଜୀରା, ଗରମ ମସଲା ପେଷ୍ଟ୍‌ ପକାନ୍ତୁ।
  • ଏବେ ଟମାଟୋ ପ୍ୟୁରୀ ପକାଇ ଭଲ ଭାବେ ମସଲାକୁ କଷନ୍ତୁ।
  • ମସଲା କଷି ହୋଇଯିବା ପରେ ଦହି, କାଜୁ ପେଷ୍ଟ୍‌ ଖୁଆ ଏବଂ ଚିନି ପକାନ୍ତୁ।
  • ଆବଶ୍ୟକତା ଅନୁସାରେ କାଶ୍ମୀର ଲଙ୍କା, ଗରମ ମସଲା ପକାନ୍ତୁ। ଏବେ ଚୁଲିକୁ ବନ୍ଦ କରି ଦିଅନ୍ତୁ

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ଆଳୁ ମୁଗଲାଇ’ । ଏହି ରେସିପିଟିକୁ ଭାତ ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।