ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ, ନ ହେଲେ ଦେଖା ଦେଇପାରେ ସମସ୍ୟା

ବାସ୍ତୁ ଅନୁଯାୟୀ ଘର କରି ଥିଲେ ହେଁ ଅନେକ ସମୟରେ ଘରେ ସମସ୍ୟା ଲାଗି ରହିଥାଏ। ଏହାର କାରଣ ହୋଇପାରିଥାଏ ଆମେ ଘରେ ରଖୁଥିବା କିଛି ଜିନିଷ।

ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ, ନ ହେଲେ ଦେଖା ଦେଇପାରେ ସମସ୍ୟା

ବାସ୍ତୁ ଅନୁଯାୟୀ ଘର କରି ଥିଲେ ହେଁ ଅନେକ ସମୟରେ ଘରେ ସମସ୍ୟା ଲାଗି ରହିଥାଏ। ଏହାର କାରଣ ହୋଇପାରିଥାଏ ଆମେ ଘରେ ରଖୁଥିବା କିଛି ଜିନିଷ। ଏମିତି ଅନେକ ଜିନିଷ ରହିଛି, ଯେଉଁଗୁଡ଼ିକୁ ଆମେ ଘର ସଜାଇବା ପାଇଁ ଆଣିଥା’ନ୍ତି। କିନ୍ତୁ ସେଥିରୁ ଗୁଡ଼ାଏ ଜିନିଷ ଘରକୁ ସୁନ୍ଦର କରୁଥିଲେ ହେଁ ନକାରାତ୍ମକ ଶକ୍ତିକୁ ବୃଦ୍ଧି କରାଇଥା’ନ୍ତି। ଫଳରେ ସବୁ ଥାଇ ମଧ୍ୟ ଘରେ ଶାନ୍ତି ବିରାଜମାନ କରିପାରେ ନାହିଁ। ଆଉ କିଛି ଜିନିଷ ଅଛି, ଯେଉଁଗୁଡ଼ିକ ଆମର କିଛି କାମରେ ଲାଗୁ ନଥିଲେ ହେଁ ଆମେ ସେଗୁଡ଼ିକୁ ଘରେ ପକାଇ ରଖିଥା’ନ୍ତି। ସେଗୁଡ଼ିକ ମଧ୍ୟ ଘର ପାଇଁ ଭଲ ନୁହେଁ। ସେଗୁଡ଼ିକ ଘରେ ନକାରାତ୍ମକ ଶକ୍ତିକୁ ବଢ଼ାଇ ଥାଆନ୍ତି ଓ ବହୁ ସମସ୍ୟାର କାରଣ ପାଲଟି ଥାଆନ୍ତି ବୋଲି କୁହାଯାଏ। ଏ ସଂପର୍କରେ ବାସ୍ତୁବିଦ୍ ଡକ୍ଟର ମନୋଜ ଲେଙ୍କା କିଛି ଟିପ୍‌ସ ଦେଇଛନ୍ତି, ସେଗୁଡ଼ିକୁ ପଢ଼ନ୍ତୁ।

  • ଘରେ ମନି ପ୍ଲାଣ୍ଟ ରଖନ୍ତୁ ନାହିଁ। ଘର ପାଇଁ ଏହା ଅଶୁଭ ବୋଲି ଗବେଷଣାରୁ ଜଣାପଡ଼ିଛି। ମନି ପ୍ଲାଣ୍ଟକୁ କେବଳ ବ୍ୟବସାୟ ପ୍ରତିଷ୍ଠାନରେ ରଖିଲେ ଶୁଭ ହେବ।
  • ଘରେ କିମ୍ବା ବ୍ୟବସାୟ ସ୍ଥଳରେ ଚାଇନିଜ୍ ବାମ୍ବୋ ରଖନ୍ତୁ ନାହିଁ। ଏହା ନକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ ।
  • ଭଙ୍ଗା ଆଇନା, ଅଦରକାରୀ ଇଲେକ୍ଟ୍ରୋନିକ୍ସ ଜିନିଷ ବା ଭଙ୍ଗା ଆସବାବପତ୍ର ଘରେ ନକାରାତ୍ମକ ଶକ୍ତି ବୃଦ୍ଧି କରାଏ।
  • ଖରାପ ଘିଅର ଦୀପ ଜଳାଇଲେ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଏ।
  • ଗୃହରେ ଗନ୍ଧଯୁକ୍ତ ପଦାର୍ଥ ରଖିଲେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।
  • ଗୃହର ଦ୍ୱାରଦେଶରେ ମଇଳା ବା ଛିଣ୍ଡା ଚପଲ ରଖନ୍ତୁ ନାହିଁ। ଏହା ଘରକୁ ହତଲକ୍ଷ୍ମୀ ଆସିବାର ବାଟ ଖୋଲି ଦେଇଥାଏ।
  • ଅଇଁଠା ବାସନ ପକାଇ ରଖିଲେ ରୋଗ ଜୀବାଣୁ ତ ବଢ଼ିବେ, ତା’ ସହିତ ଘରେ ଦୁଃଖ ମଧ୍ୟ ବଢ଼ିଯାଏ ।
  • ଘରେ ଏହି ସବୁ ସ୍ଥିତି ଥିଲେ ତୁରନ୍ତ ପରିବର୍ତ୍ତନ କରାଇ ନିଅନ୍ତୁ। ସୁଖରେ ରହିବେ।