ଘରେ ଶୋଇଥିଲା ୫ ମାସର ଶିଶୁ ପୁତ୍ର, ଝୁଣି ମାରିଦେଲା ବୁଲା କୁକୁର

ଖବର ମିଳିବା ପରେ ଗାଁ ଲୋକ ଏକାଠି ହେବା ସହ ବୁଲା କୁକୁରଟିକୁ କାବୁ କରିଥିଲେ। ଏହାପରେ ତାକୁ ପିଟିପିଟି ମାରି ଦେଇଛନ୍ତି।

ଘରେ ଶୋଇଥିଲା ୫ ମାସର ଶିଶୁ ପୁତ୍ର, ଝୁଣି ମାରିଦେଲା ବୁଲା କୁକୁର

ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା। ୫ ମାସର ଶିଶୁକୁ ଝୁଣି ମାରି ଦେଇଛି ଗୋଟିଏ ବୁଲା କୁକୁର। ଏପରି କି ଶିଶୁଟିର ଶରୀରର କିଛି ଅଂଶକୁ ମଧ୍ୟ ସେ ଖାଇ ଦେଇଛି। ପିଲାଟି ଘରେ ଶୋଇଥିବା ବେଳେ କୁକୁରଟି ଏଭଳି କାଣ୍ଡ ଘଟାଇଥିବା ପୁଲିସ୍‌ କହିଛି। ତେଲଙ୍ଗାନାର ବିକାରାବାଦ ଠାରେ ଘଟିଥିବା ଏହି ଘଟଣା ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

କୁହାଯାଉଛି ଯେ ବୁଲା କୁକରଟିକୁ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଖାଇବାକୁ ଦେଇ ରଖିଥିଲେ। ଆଜି ସକାଳେ ଶିଶୁଟି ଘରେ ଶୋଇଥିବା ବେଳେ ତା’ ମା’ କାମ କରୁଥିଲେ। ଏହି ସମୟରେ କୁକୁଟି ଘର ଭିତରେ ପଶି ଯାଇଥିଲା। ସେଠାରେ ଶୋଇଥିବା ଶିଶୁକୁ କାମୁଡ଼ି ମାରି ଦେଇଥିଲା। ଏଥିସହ ଶରୀରର କିଛି ଅଂଶକୁ ମଧ୍ୟ କୁକୁରଟି ଖାଇ ଦେଇଛି।

ଶିଶୁପୁତ୍ରର ବାପା ନିକଟସ୍ଥ ପଥର ଖାଦାନରେ କାମ କରନ୍ତି। ଖବର ମିଳିବା ପରେ ଗାଁ ଲୋକ ଏକାଠି ହେବା ସହ ବୁଲା କୁକୁରଟିକୁ କାବୁ କରିଥିଲେ। ଏହାପରେ ତାକୁ ପିଟିପିଟି ମାରି ଦେଇଛନ୍ତି।