ଘରୋଇ କଳହକୁ ନେଇ ବାପା ମୁଣ୍ଡରେ ବନ୍ଧୁକ ଲଗାଇଲା ପୁଅ, ଅଳ୍ପକେ ବର୍ତ୍ତିଗଲେ

ଭୁବନେଶ୍ବର: ପାରିବାରିକ କଳହକୁ ନେଇ ବାପା ମୁଣ୍ଡରେ ବନ୍ଧୁକ ଲଗାଇଲା ପୁଅ। ଅବଶ୍ୟ ସେ ଏଥିରୁ ବର୍ତ୍ତିଯାଇଛନ୍ତି। ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଏହି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବର ନୟାପଲ୍ଲୀ ନୂଆ ସାହିରେ। ପୋଲିସର ସୂଚନା ଅନୁଯାୟୀ, ନୂଆ ସାହିର ସୋହୋମ ପାତ୍ର ନିଜ ବାପା ମହେଶ୍ବର ପାତ୍ରୁଙ୍କ ମାରିବାକୁ ଉଦ୍ୟମ କରି ଗୁଳି ଚଳାଇଥିଲେ। ହେଲେ ସୌଭାଗ୍ୟବସତଃ ବର୍ତ୍ତିଯାଇଛନ୍ତି ମହେଶ୍ବର। ପୋଲିସ କହିଛି ବାପା ମାଆଙ୍କ ମଧ୍ୟରେ ବିବାଦ ଯୋଗୁ ପୁଅ ସୋହମ ଶ୍ରୀ ପାତ୍ର ବାପା ମହେଶ୍ବର ପାତ୍ରଙ୍କୁ ବିରୋଧ କରୁଥିଲା। ଏଥିରେ କ୍ରୋଧ ହୋଇ ନିଜ ପାଖରେ ଥିବା ବନ୍ଧୁକକୁ ବାହାର କରି ବାପା ମହେଶ୍ବର ପାତ୍ରଙ୍କ ମୁଣ୍ଡରେ ଲଗାଇଥିଲା ।ଗୁଳି କରିବାକୁ ଉଦ୍ୟମ ବେଳେ ବନ୍ଧୁକ ଧରିଦେଇଥିଲେ  ମହେଶ୍ବର।  ଆଉ ଖସି ଯାଇ ଥାନାରେ ଅଭିଯୋଗକାରୀ କରିବାରୁ ପୁଅ ସୋହୋମକୁ ଗିରଫ କରିଛି ପୋଲିସ୍। ଗିରଫ ସହ ଗୋଟିଏ ବନ୍ଧୁକ ଦୁଇ ଜୀବନ୍ତ ଗୁଳି ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ। 

ଘରୋଇ କଳହକୁ ନେଇ ବାପା ମୁଣ୍ଡରେ ବନ୍ଧୁକ ଲଗାଇଲା ପୁଅ, ଅଳ୍ପକେ ବର୍ତ୍ତିଗଲେ

ଭୁବନେଶ୍ବର: ପାରିବାରିକ କଳହକୁ ନେଇ ବାପା ମୁଣ୍ଡରେ ବନ୍ଧୁକ ଲଗାଇଲା ପୁଅ। ଅବଶ୍ୟ ସେ ଏଥିରୁ ବର୍ତ୍ତିଯାଇଛନ୍ତି। ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଏହି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବର ନୟାପଲ୍ଲୀ ନୂଆ ସାହିରେ। 

ପୋଲିସର ସୂଚନା ଅନୁଯାୟୀ, ନୂଆ ସାହିର ସୋହୋମ ପାତ୍ର ନିଜ ବାପା ମହେଶ୍ବର ପାତ୍ରୁଙ୍କ ମାରିବାକୁ ଉଦ୍ୟମ କରି ଗୁଳି ଚଳାଇଥିଲେ। ହେଲେ ସୌଭାଗ୍ୟବସତଃ ବର୍ତ୍ତିଯାଇଛନ୍ତି ମହେଶ୍ବର। ପୋଲିସ କହିଛି ବାପା ମାଆଙ୍କ ମଧ୍ୟରେ ବିବାଦ ଯୋଗୁ ପୁଅ ସୋହମ ଶ୍ରୀ ପାତ୍ର ବାପା ମହେଶ୍ବର ପାତ୍ରଙ୍କୁ ବିରୋଧ କରୁଥିଲା। ଏଥିରେ କ୍ରୋଧ ହୋଇ ନିଜ ପାଖରେ ଥିବା ବନ୍ଧୁକକୁ ବାହାର କରି ବାପା ମହେଶ୍ବର ପାତ୍ରଙ୍କ ମୁଣ୍ଡରେ ଲଗାଇଥିଲା ।

ଗୁଳି କରିବାକୁ ଉଦ୍ୟମ ବେଳେ ବନ୍ଧୁକ ଧରିଦେଇଥିଲେ  ମହେଶ୍ବର।  ଆଉ ଖସି ଯାଇ ଥାନାରେ ଅଭିଯୋଗକାରୀ କରିବାରୁ ପୁଅ ସୋହୋମକୁ ଗିରଫ କରିଛି ପୋଲିସ୍। ଗିରଫ ସହ ଗୋଟିଏ ବନ୍ଧୁକ ଦୁଇ ଜୀବନ୍ତ ଗୁଳି ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ।