ଘରୋଇ କଳହର କରୁଣ ପରିଣତି, ସ୍ତ୍ରୀ ଓ ଶାଶୁକୁ କତାରେ ହାଣି ଘାଇଲା କଲା ସ୍ବାମୀ

ଆନନ୍ଦପୁର ୧୪।୬: ଘରୋଇ କଳହର କରୁଣ ପରିଣତି । ସ୍ବାମୀର ଧାରୁଆ ଅସ୍ତ୍ର ଆକ୍ରମଣରେ ସ୍ତ୍ରୀ ଓ ଶାଶୁ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ଆନନ୍ଦପୁର  ସୋସୋ ଥାନା ଅନ୍ତର୍ଗତ ବାଲିବରେଇ ଗ୍ରାମରେ । ପାତ୍ରସାହିର ହରେକୃଷ୍ଣ ନାଇକ ଘରୋଇ କଳହରୁ ଉତ୍ତେଜିତ ହୋଇ ନିଜ ସ୍ତ୍ରୀ ଓ ଶାଶୁଙ୍କୁ ଏକ କତାରେ ହାଣି ଦେବାରୁ ସ୍ତ୍ରୀ ଗୌରୀ ପାତ୍ର ଓ ଶାଶୁ ଶ୍ରୀମତି ପାତ୍ର ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହେଇଛନ୍ତି । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଅଭିଯୁକ୍ତ ସ୍ବାମୀ ଫେରାର ଥିବା ଜଣାପଡିଛି ।You Can Read:ପାରାଦୀପରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ୪ ବଗି ଟ୍ରାକ୍‌ରୁ ଖସିଲା 

ଘରୋଇ କଳହର କରୁଣ ପରିଣତି, ସ୍ତ୍ରୀ ଓ ଶାଶୁକୁ କତାରେ ହାଣି ଘାଇଲା କଲା ସ୍ବାମୀ

ଆନନ୍ଦପୁର ୧୪।୬: ଘରୋଇ କଳହର କରୁଣ ପରିଣତି । ସ୍ବାମୀର ଧାରୁଆ ଅସ୍ତ୍ର ଆକ୍ରମଣରେ ସ୍ତ୍ରୀ ଓ ଶାଶୁ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ଆନନ୍ଦପୁର  ସୋସୋ ଥାନା ଅନ୍ତର୍ଗତ ବାଲିବରେଇ ଗ୍ରାମରେ । ପାତ୍ରସାହିର ହରେକୃଷ୍ଣ ନାଇକ ଘରୋଇ କଳହରୁ ଉତ୍ତେଜିତ ହୋଇ ନିଜ ସ୍ତ୍ରୀ ଓ ଶାଶୁଙ୍କୁ ଏକ କତାରେ ହାଣି ଦେବାରୁ ସ୍ତ୍ରୀ ଗୌରୀ ପାତ୍ର ଓ ଶାଶୁ ଶ୍ରୀମତି ପାତ୍ର ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହେଇଛନ୍ତି । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଅଭିଯୁକ୍ତ ସ୍ବାମୀ ଫେରାର ଥିବା ଜଣାପଡିଛି ।

You Can Read:

ପାରାଦୀପରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ୪ ବଗି ଟ୍ରାକ୍‌ରୁ ଖସିଲା