ଅଟଳ ସେତୁ ଫାଟ ଦେଖିଲେ ନାନା ପଟୋଲେ, କହିଲେ- ଅଟଳଜୀଙ୍କ ନାମରେ ଭ୍ରଷ୍ଟାଚାର କରୁଛି ବିଜେପି

ମୁମ୍ବାଇ ୨୧।୬: ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ ଶୁକ୍ରବାର ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ (ଏମଟିଏଚଏଲ) ଅଟଳ ସେତୁରେ  ପଡିଥିବା ଫାଟ ନିରୀକ୍ଷଣ କରିଛନ୍ତି ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସାରା ରାଜ୍ୟରେ ଭ୍ରଷ୍ଟାଚାରର ଖେଳ ଜାରି ରହିଛି। ସେ କହିଛନ୍ତି ଯେ ଭାରତୀୟ ଜନତା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନ କରନ୍ତି। ହେଲେ ବିଜେପି ତାଙ୍କ ନାମରେ ଭ୍ରଷ୍ଟାଚାର କରୁଛି।  ନାନା ପଟୋଲେ କହିଛନ୍ତି ଯେ ମହାରାଷ୍ଟ୍ର ଅମିତ ଶାହ ଓ ନରେନ୍ଦ୍ର ମୋଦିଙ୍କ ଏଟିଏମରେ ପରିଣତ ହୋଇଛି, ଏଥିପାଇଁ ସେମାନେ ମହାରାଷ୍ଟ୍ରର ମିଥ୍ୟା ପ୍ରଶଂସା କରୁଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ରାଜ୍ୟ ସରକାର ଚାଷୀଙ୍କୁ ଲୁଟୁଛନ୍ତି। ଯାହା ରାଜ୍ୟରେ ସାର ଓ ବିହନ କଳାବଜାରୀକୁ ପ୍ରୋତ୍ସାହିତ କରିଛି। ବେକାରୀ, ଧ୍ୱଂସ୍ତ ଆଇନଶୃଙ୍ଖଳା ଓ ନିଟ ପରୀକ୍ଷା ଅନିୟମିତତା ବିରୋଧରେ କଂଗ୍ରେସ ରାଜ୍ୟରେ କାଦୁଅ ଫିଙ୍ଗ ଆନ୍ଦୋଳ ଡାକରା ଦେଇ ଶ୍ୱର ଉତ୍ତୋଳନ କରିଛି। ନାନା ପଟୋଲେ କହିଛନ୍ତି ଯେ ବିଜେପି ସରକାରରେ ଦେଶରେ ଜାତୀୟ ସ୍ତରର ପରୀକ୍ଷାରେ ଲଗାତାର ପେପର ଲିକ୍ ଅଭିଯୋଗ ହେଉଛି। ହେଲେ ସରକାର ଅଭିଯୋଗକୁ ଅସ୍ୱୀକାର କରିଆସୁଛନ୍ତି। କିନ୍ତୁ ରାହୁଲ ଗାନ୍ଧି ମାମଲାରେ ସାମ୍ବାଦିକ ସମ୍ମିଳନୀ କରିବା ପରେ କେନ୍ଦ୍ର ସରକାର ପେପର ଲିକ୍ ଘଟଣାକୁ ସ୍ୱୀକାର କରିଛନ୍ତି। ନିକ

ଅଟଳ ସେତୁ ଫାଟ ଦେଖିଲେ ନାନା ପଟୋଲେ, କହିଲେ- ଅଟଳଜୀଙ୍କ ନାମରେ ଭ୍ରଷ୍ଟାଚାର କରୁଛି ବିଜେପି

ମୁମ୍ବାଇ ୨୧।୬: ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ ଶୁକ୍ରବାର ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ (ଏମଟିଏଚଏଲ) ଅଟଳ ସେତୁରେ  ପଡିଥିବା ଫାଟ ନିରୀକ୍ଷଣ କରିଛନ୍ତି ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସାରା ରାଜ୍ୟରେ ଭ୍ରଷ୍ଟାଚାରର ଖେଳ ଜାରି ରହିଛି। ସେ କହିଛନ୍ତି ଯେ ଭାରତୀୟ ଜନତା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନ କରନ୍ତି। ହେଲେ ବିଜେପି ତାଙ୍କ ନାମରେ ଭ୍ରଷ୍ଟାଚାର କରୁଛି।  

ନାନା ପଟୋଲେ କହିଛନ୍ତି ଯେ ମହାରାଷ୍ଟ୍ର ଅମିତ ଶାହ ଓ ନରେନ୍ଦ୍ର ମୋଦିଙ୍କ ଏଟିଏମରେ ପରିଣତ ହୋଇଛି, ଏଥିପାଇଁ ସେମାନେ ମହାରାଷ୍ଟ୍ରର ମିଥ୍ୟା ପ୍ରଶଂସା କରୁଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ରାଜ୍ୟ ସରକାର ଚାଷୀଙ୍କୁ ଲୁଟୁଛନ୍ତି। ଯାହା ରାଜ୍ୟରେ ସାର ଓ ବିହନ କଳାବଜାରୀକୁ ପ୍ରୋତ୍ସାହିତ କରିଛି। ବେକାରୀ, ଧ୍ୱଂସ୍ତ ଆଇନଶୃଙ୍ଖଳା ଓ ନିଟ ପରୀକ୍ଷା ଅନିୟମିତତା ବିରୋଧରେ କଂଗ୍ରେସ ରାଜ୍ୟରେ କାଦୁଅ ଫିଙ୍ଗ ଆନ୍ଦୋଳ ଡାକରା ଦେଇ ଶ୍ୱର ଉତ୍ତୋଳନ କରିଛି। 

ନାନା ପଟୋଲେ କହିଛନ୍ତି ଯେ ବିଜେପି ସରକାରରେ ଦେଶରେ ଜାତୀୟ ସ୍ତରର ପରୀକ୍ଷାରେ ଲଗାତାର ପେପର ଲିକ୍ ଅଭିଯୋଗ ହେଉଛି। ହେଲେ ସରକାର ଅଭିଯୋଗକୁ ଅସ୍ୱୀକାର କରିଆସୁଛନ୍ତି। କିନ୍ତୁ ରାହୁଲ ଗାନ୍ଧି ମାମଲାରେ ସାମ୍ବାଦିକ ସମ୍ମିଳନୀ କରିବା ପରେ କେନ୍ଦ୍ର ସରକାର ପେପର ଲିକ୍ ଘଟଣାକୁ ସ୍ୱୀକାର କରିଛନ୍ତି। ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନକୁ ନେଇ କଂଗ୍ରେସ ନେତା କହିଛନ୍ତି ଯେ ଇଭିଏମକୁ ନେଇ ଆପତ୍ତି କରିଥିବା ୮ ପ୍ରାର୍ଥୀଙ୍କ ମଧ୍ୟରୁ ୩ ଜଣ ବିଜେପିର। ଯେଉଁଥିରେ ଅହମଦ ନଗରର ପରାଜିତ ପ୍ରାର୍ଥୀ ସୁଜୟ ବିଖେ ପାଟିଲ ମଧ୍ୟ ଅଛନ୍ତି। ସେ କହିଛନ୍ତି ଏହି ଅଭିଯୋଗକୁ ନିର୍ବାଚନ ଆୟୋଗ ଗୁରୁତର ସହ ବିଚାର କରିବା କଥା।