ନ୍ୟୁ-ଜଲପାଇଗୁଡ଼ିରେ ଟ୍ରେନ୍ ଦୁର୍ଘଟଣା; ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ- ରେଳମନ୍ତ୍ରୀ
ଦାର୍ଜିଲିଂ: ପଶ୍ଚିମବଙ୍ଗ ନ୍ୟୁ-ଜଲପାଇଗୁଡ଼ିରେ ଭୟଙ୍କର ରେଳ ଦୁର୍ଘଟଣା । ସିଆଲଦା ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ଧକ୍କା ଦେଲା ମାଲବାହୀ ଗାଡ଼ି । ଫଳରେ ଗୋଟିଏ ଜେନେରାଲ ବଗି ସହିତ ତିନୋଟି ବଗି ଲାଇନ୍ ଚ୍ୟୁତ ହୋଇଛି । ଏହି ଭୀଷଣ ଟ୍ରେନ୍ ଦୁର୍ଘଟଣାରେ ଶେଷ ଖବର ସୁଦ୍ଧା ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୫ରୁ ଅଧିକ ଆହତ ହୋଇଛନ୍ତି । ଗୁରୁତର ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ଦୁର୍ଘଟଣାସ୍ଥଳିରେ ଉଦ୍ଧାରକାରୀ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଦେଇଛନ୍ତି । ଜିଲ୍ଲାପାଳ, ଡାକ୍ତରୀ ଦଳ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି । ପଶ୍ଚିମବଙ୍ଗ ରେଳ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ଅତ୍ୟନ୍ତ ଦୁଃଖଦ ଘଟଣା କହିବା ସହିତ ମୃତକ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିପରି ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ଟ୍ରେନରେ ଫଶି ରହିଥିବା ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଟ୍ବିଟ୍ କରି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । Unfortunate accident in NFR zone. Rescue operations going on at war footing. Railways, NDRF and SDRF are working in close coordination. Injured are being shifted to the hospital. Senior officials have reache
ଦାର୍ଜିଲିଂ: ପଶ୍ଚିମବଙ୍ଗ ନ୍ୟୁ-ଜଲପାଇଗୁଡ଼ିରେ ଭୟଙ୍କର ରେଳ ଦୁର୍ଘଟଣା । ସିଆଲଦା ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ଧକ୍କା ଦେଲା ମାଲବାହୀ ଗାଡ଼ି । ଫଳରେ ଗୋଟିଏ ଜେନେରାଲ ବଗି ସହିତ ତିନୋଟି ବଗି ଲାଇନ୍ ଚ୍ୟୁତ ହୋଇଛି । ଏହି ଭୀଷଣ ଟ୍ରେନ୍ ଦୁର୍ଘଟଣାରେ ଶେଷ ଖବର ସୁଦ୍ଧା ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୫ରୁ ଅଧିକ ଆହତ ହୋଇଛନ୍ତି । ଗୁରୁତର ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ଦୁର୍ଘଟଣାସ୍ଥଳିରେ ଉଦ୍ଧାରକାରୀ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଦେଇଛନ୍ତି । ଜିଲ୍ଲାପାଳ, ଡାକ୍ତରୀ ଦଳ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି ।
ପଶ୍ଚିମବଙ୍ଗ ରେଳ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ଅତ୍ୟନ୍ତ ଦୁଃଖଦ ଘଟଣା କହିବା ସହିତ ମୃତକ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିପରି ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ଟ୍ରେନରେ ଫଶି ରହିଥିବା ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଟ୍ବିଟ୍ କରି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Unfortunate accident in NFR zone. Rescue operations going on at war footing. Railways, NDRF and SDRF are working in close coordination. Injured are being shifted to the hospital. Senior officials have reached site.— Ashwini Vaishnaw (@AshwiniVaishnaw) June 17, 2024
ଜଲପାଇଗୁଡ଼ି ରେଳ ଦୁର୍ଘଟଣାକୁ ନେଇ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେ କହିଛନ୍ତି, ନର୍ଥ-ଇଷ୍ଟ୍ ଫ୍ରଣ୍ଟିୟର ଜୋନରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ଯୁଦ୍ଧକାଳୀନ ଭିତ୍ତି ରେସକ୍ୟୁ ଅପରେସନ ଜାରି ରହିଛି । ରେଲଓ୍ବା ଫୋର୍ସ, ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ସମନ୍ବୟ ଭାବେ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ରେଳ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ଦୁର୍ଘଟଣାସ୍ଥଳିରେ ପହଞ୍ଚିଛନ୍ତି ବୋଲି ରେଳମନ୍ତ୍ରୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଏହା ସହିତ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେପଟେ ରେଳ ଦୁର୍ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଟ୍ବିଟ୍ କରି କହିଛନ୍ତି ।
Shocked to learn, just now, about a tragic train accident, in Phansidewa area of Darjeeling district. While details are awaited, Kanchenjunga Express has reportedly been hit by a goods train. DM, SP, doctors, ambulances and disaster teams have been rushed to the site for rescue,…— Mamata Banerjee (@MamataOfficial) June 17, 2024
ଟ୍ରେନ୍ ଦୁର୍ଘଟଣାକୁ ନେଇ ରେଳ ବିଭାଗ ଦୁଇଟି ହେଲ୍ପ ଲାଇନ ନମ୍ବର ଜାରି କରିଛି । ସିଆଲଦା ହେଲ୍ପଲାଇନ ନଂ- 03323508794/ 03323833326। ଆସାମ ଗୁଆହାଟି ରେଳ ଷ୍ଟେସନ ହେଲ୍ପ ଡେକ୍ସ ନଂ- 0361-2731621/
0361-2731622/0361-2731623