ଋଷିଆର ଆକ୍ରମଣ ଚେତାବନୀରେ ବନ୍ଦ ହେଲା କିଭସ୍ଥିତ ଆମେରିକା ଦୂତାବାସ
କିଭ୍ ୨୦।୧୧: ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଏବେ ଋଷିଆ ଉପରକୁ ଆମେରିକୀୟ କ୍ଷେପଣାସ୍ତ୍ରରେ ଆକ୍ରମଣ କରୁଛି। ୟୁକ୍ରେନର ଏପରି ଆକ୍ରମଣରେ ଋଷିଆ ଏବେ କ୍ଷୁବ୍ଧ ଓ ଏଥିରୁ ମନେ କରାଯାଉଛି ଏବେ ଋଷିଆ ବଡ଼ ଧରଣର ଆକ୍ରମଣ କରିପାରେ। ଏଥି ମଧ୍ୟରେ ୟୁକ୍ରେନ ରାଜଧାନୀ କିଭ୍ ସ୍ଥିତ ଆମେରିକୀୟ ଦୂତାବାସ ବୁଧବାର କହିଛି ଯେ ତାକୁ ଋଷୀୟ ଆକ୍ରମଣ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ମିଳିଛି, ଏଣୁ ସତର୍କତା ସ୍ୱରୂପ ଦୂତାବାସକୁ ବନ୍ଦ କରାଯାଉଛି। ଦୂତାବାସ ୨୦ନଭେମ୍ବର ବୁଧବାର ଏକ ବୟାନରେ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶ ଦେଇଛି। ଏଥିରେ କିଭ୍ ରେ ଥିବା ଆମେରିକୀୟ ନାଗରିକ ଆକ୍ରମଣ ସତର୍କତା ସ୍ଥିତିରେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ପହଞ୍ଚିବା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି କୁହାଯାଇଛି। ଏହାର ଦିନକ ପୂର୍ବରୁ ୟୁକ୍ରେନ କହିଥିଲା ଯେ ବ୍ରାଂସ୍କର ଏକ ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ହୋଇଥିବା ଆକ୍ରମଣଲାଗି ଆମେରିକା ନିର୍ମିତ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ରର ବ୍ୟବହାର ହୋଇଛି। ଏହି ସତର୍କତା ୟୁକ୍ରେନ ଦ୍ୱାରା ଋଷୀୟ ଅନ୍ତରୀଣ କ୍ଷେତ୍ରକୁ ଟାର୍ଗେଟ୍ କରି ଆମେରିକା ଦ୍ୱାରା ଯୋଗାଇ ଦିଆଯାଇଥିଲା ଆର୍ମି ଟାକ୍ଟିକାଲ ମିଜାଇଲ ସିଷ୍ଟମ (ଏଟିଏସିଏମଏସ୍) ଉପଯୋଗ କରାଯିବା ପରେ ଆସିଛି। ୟୁକ୍ରେନ ଉପରେ ଋଷିଆ ଆକ୍ରମଣର ୧ ହଜାର ଦିନ ପୂରଣ ଅବସରରେ ୱାସିଂଟନ ଚଳିତ ସପ୍ତାହରେ କହିଛି ଯେ ୟୁ
କିଭ୍ ୨୦।୧୧: ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଏବେ ଋଷିଆ ଉପରକୁ ଆମେରିକୀୟ କ୍ଷେପଣାସ୍ତ୍ରରେ ଆକ୍ରମଣ କରୁଛି। ୟୁକ୍ରେନର ଏପରି ଆକ୍ରମଣରେ ଋଷିଆ ଏବେ କ୍ଷୁବ୍ଧ ଓ ଏଥିରୁ ମନେ କରାଯାଉଛି ଏବେ ଋଷିଆ ବଡ଼ ଧରଣର ଆକ୍ରମଣ କରିପାରେ। ଏଥି ମଧ୍ୟରେ ୟୁକ୍ରେନ ରାଜଧାନୀ କିଭ୍ ସ୍ଥିତ ଆମେରିକୀୟ ଦୂତାବାସ ବୁଧବାର କହିଛି ଯେ ତାକୁ ଋଷୀୟ ଆକ୍ରମଣ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ମିଳିଛି, ଏଣୁ ସତର୍କତା ସ୍ୱରୂପ ଦୂତାବାସକୁ ବନ୍ଦ କରାଯାଉଛି।
ଦୂତାବାସ ୨୦ନଭେମ୍ବର ବୁଧବାର ଏକ ବୟାନରେ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶ ଦେଇଛି। ଏଥିରେ କିଭ୍ ରେ ଥିବା ଆମେରିକୀୟ ନାଗରିକ ଆକ୍ରମଣ ସତର୍କତା ସ୍ଥିତିରେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ପହଞ୍ଚିବା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି କୁହାଯାଇଛି। ଏହାର ଦିନକ ପୂର୍ବରୁ ୟୁକ୍ରେନ କହିଥିଲା ଯେ ବ୍ରାଂସ୍କର ଏକ ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ହୋଇଥିବା ଆକ୍ରମଣଲାଗି ଆମେରିକା ନିର୍ମିତ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ରର ବ୍ୟବହାର ହୋଇଛି।
ଏହି ସତର୍କତା ୟୁକ୍ରେନ ଦ୍ୱାରା ଋଷୀୟ ଅନ୍ତରୀଣ କ୍ଷେତ୍ରକୁ ଟାର୍ଗେଟ୍ କରି ଆମେରିକା ଦ୍ୱାରା ଯୋଗାଇ ଦିଆଯାଇଥିଲା ଆର୍ମି ଟାକ୍ଟିକାଲ ମିଜାଇଲ ସିଷ୍ଟମ (ଏଟିଏସିଏମଏସ୍) ଉପଯୋଗ କରାଯିବା ପରେ ଆସିଛି। ୟୁକ୍ରେନ ଉପରେ ଋଷିଆ ଆକ୍ରମଣର ୧ ହଜାର ଦିନ ପୂରଣ ଅବସରରେ ୱାସିଂଟନ ଚଳିତ ସପ୍ତାହରେ କହିଛି ଯେ ୟୁକ୍ରେନ ପକ୍ଷରୁ ଦୀର୍ଘ ଦିନ ହେଲା ହୋଇ ଆସୁଥିବା ଅନୁରୋଧକୁ ସେ ମଞ୍ଜୁର କରିଛି। ଏଥିରେ ୟୁକ୍ରେନ ଋଷିଆର ଆଭ୍ୟନ୍ତରୀଣ କ୍ଷେତ୍ରରେ ଥିବା ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବା ପାଇଁ ଏଟିଏସିଏମଏସ୍ କ୍ଷେପଣାସ୍ତ୍ରର ଉପଯୋଗ ପାଇଁ ଅନୁମତି ପାଇଛି।
ୟୁକ୍ରେନ ଦ୍ୱାରା ଦୀର୍ଘ ଦୂରଗାମୀ ଆମେରିକୀୟ କ୍ଷେପଣାସ୍ତ୍ର ପ୍ରୟୋଗ ପରେ ପାଖାପାଖି ୩ ବର୍ଷ ହେଲା ଲାଗି ରହିଥିବା ଯୁଦ୍ଧରେ ଋଷିଆ ପ୍ରଥମ ଥର ୧୯ ନଭେମ୍ବର ମଙ୍ଗଳବାର ଜବାବ ଦେବ ବୋଲି ଚେତାବନୀ ଦେଇଥିଲା। ବ୍ରାଜିଲରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଋଷିଆ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଯେ ଋଷିଆର ବ୍ରାଂସ୍କରେ ହୋଇଥିବା ୟୁକ୍ରେନ ଆକ୍ରମଣରେ ଏଟିଏସିଏମଏସ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା। ଏଥିରୁ ପାଶ୍ଚାତ୍ୟ ଦେଶ ଯୁଦ୍ଧକୁ ଅଧିକ ବଢେଇବାକୁ ଚାହୁଁଥିବା ସ୍ପଷ୍ଟ ହୋଇଯାଇଛି । ସେ କହିଛନ୍ତି ଯେ ଆମେ ଏହାକୁ ଋଷିଆ ବିରୋଧରେ ପାଶ୍ଚାତ୍ୟ ଯୁଦ୍ଧର ନୂଆ ପର୍ଯ୍ୟାୟ ରୂପେ ବିଚାର କରିବୁ।