ପ୍ୟାରିସ୍ ଅଲିମ୍ପକ୍ସ ୨୦୨୪; ସୁଟିଂରେ ହ୍ୟାଟ୍ରିକ୍ ପଦକ, ସ୍ବପ୍ନିଲ୍ କୁଶାଲେ ଜିତିଲେ ୩ୟ ବ୍ରୋଞ୍ଜ
ନୂଆଦିଲ୍ଲୀ ୦୧।୦୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ହ୍ୟାଟ୍ରିକ୍ । ଭାରତୀୟ ସୁଟର ସ୍ବପ୍ନିଲ୍ କୁଶାଲେ ଜିତିଲେ ବ୍ରୋଞ୍ଜ ପଦକ । ୫୦ ମିଟର ଏୟାର ରାଇଫଲ ପୁରୁଷ ଇଭେଣ୍ଟରେ ୩ୟ ପୋଜିସନରେ ରହି ସୁଟର ସ୍ବପ୍ନିଲ୍ ଜିତିଛନ୍ତି ବ୍ରୋଞ୍ଜ । ସ୍ବପ୍ନିଲ୍ ଏହି ପଦକ ଜିତି ଇତିହାସ ରଚିଛନ୍ତି । କାରଣ ସେ ଏୟାର ରାଇଫଲ ପୁରୁଷ ଇଭେଣ୍ଟରେ ଅଲିମ୍ପିକ ପଦକ ଜିତିଥିବା ସେ ପ୍ରଥମ ଭାରତୀୟ । ୨୯ ବର୍ଷିୟ ସ୍ବପ୍ନିଲ୍ଙ୍କର ଏହା ହେଉଛି ପ୍ରଥମ ଅଲିମ୍ପିକ୍ସ । ଆଉ ପ୍ରଥମ ଅଲମ୍ପିକ୍ସରୁ ଏହି ଖେଳାଳି ନିଜ ନାଁରେ କରିଛନ୍ତି ପଦକ । ସ୍ବପ୍ନିଲ୍ ୧୨ ବର୍ଷରୁ ଅଲିମ୍ପିକ୍ସରେ କ୍ବାଲିଫାଏ କରିବା ପାଇଁ ଯୋଗ୍ୟତା ଚେଷ୍ଟା କରୁଥିଲେ ଏବଂ ଆଉ ପ୍ୟାରିସରେ ସୁଯୋଗ ପାଇବା ମାତ୍ରେ ହିଁ ରଚିଛନ୍ତି ଇତିହାସ । ଏହାପୂର୍ବରୁ ମନୁ ଭାକର ଏବଂ ସରବଜିତ ସିଂଙ୍କ ଜିତିଥିଲେ ବ୍ରୋଞ୍ଜ ପଦକ । ସ୍ବପ୍ନିଲ୍ କୁଶାଲେ ୪୫୧.୪ ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ବିଶ୍ୱ ନମ୍ବର ୧ ସୁଟରକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଥିଲେ । ଭାରତ ପାଇଁ ଅଲିମ୍ପିକ୍ ପଦକ ଜିତିବାରେ ସ୍ବପ୍ନିଲ୍ କୁଶାଲେ ସପ୍ତମ ସୁଟର ଅଟନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ୩ ସୁଟର ଭାରତ ପାଇଁ ଜିତିଛନ୍ତି ପଦକ । ମନୁ ଭାକର ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ତଥା ମିଶ୍ରିତ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ । ତାଙ୍କ ସହ ସରବଜୋତ ମଧ୍ୟ ଜିତିଥିଲେ ବ୍ରୋଞ୍ଜ ପଦକ । ବ
ନୂଆଦିଲ୍ଲୀ ୦୧।୦୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ହ୍ୟାଟ୍ରିକ୍ । ଭାରତୀୟ ସୁଟର ସ୍ବପ୍ନିଲ୍ କୁଶାଲେ ଜିତିଲେ ବ୍ରୋଞ୍ଜ ପଦକ । ୫୦ ମିଟର ଏୟାର ରାଇଫଲ ପୁରୁଷ ଇଭେଣ୍ଟରେ ୩ୟ ପୋଜିସନରେ ରହି ସୁଟର ସ୍ବପ୍ନିଲ୍ ଜିତିଛନ୍ତି ବ୍ରୋଞ୍ଜ । ସ୍ବପ୍ନିଲ୍ ଏହି ପଦକ ଜିତି ଇତିହାସ ରଚିଛନ୍ତି । କାରଣ ସେ ଏୟାର ରାଇଫଲ ପୁରୁଷ ଇଭେଣ୍ଟରେ ଅଲିମ୍ପିକ ପଦକ ଜିତିଥିବା ସେ ପ୍ରଥମ ଭାରତୀୟ ।
୨୯ ବର୍ଷିୟ ସ୍ବପ୍ନିଲ୍ଙ୍କର ଏହା ହେଉଛି ପ୍ରଥମ ଅଲିମ୍ପିକ୍ସ । ଆଉ ପ୍ରଥମ ଅଲମ୍ପିକ୍ସରୁ ଏହି ଖେଳାଳି ନିଜ ନାଁରେ କରିଛନ୍ତି ପଦକ । ସ୍ବପ୍ନିଲ୍ ୧୨ ବର୍ଷରୁ ଅଲିମ୍ପିକ୍ସରେ କ୍ବାଲିଫାଏ କରିବା ପାଇଁ ଯୋଗ୍ୟତା ଚେଷ୍ଟା କରୁଥିଲେ ଏବଂ ଆଉ ପ୍ୟାରିସରେ ସୁଯୋଗ ପାଇବା ମାତ୍ରେ ହିଁ ରଚିଛନ୍ତି ଇତିହାସ । ଏହାପୂର୍ବରୁ ମନୁ ଭାକର ଏବଂ ସରବଜିତ ସିଂଙ୍କ ଜିତିଥିଲେ ବ୍ରୋଞ୍ଜ ପଦକ ।
ସ୍ବପ୍ନିଲ୍ କୁଶାଲେ ୪୫୧.୪ ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି ।
ସେ ବିଶ୍ୱ ନମ୍ବର ୧ ସୁଟରକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଥିଲେ । ଭାରତ ପାଇଁ ଅଲିମ୍ପିକ୍ ପଦକ ଜିତିବାରେ ସ୍ବପ୍ନିଲ୍ କୁଶାଲେ ସପ୍ତମ ସୁଟର ଅଟନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ୩ ସୁଟର ଭାରତ ପାଇଁ ଜିତିଛନ୍ତି ପଦକ । ମନୁ ଭାକର ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ତଥା ମିଶ୍ରିତ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ । ତାଙ୍କ ସହ ସରବଜୋତ ମଧ୍ୟ ଜିତିଥିଲେ ବ୍ରୋଞ୍ଜ ପଦକ । ବର୍ତ୍ତମାନ ସ୍ବପ୍ନିଲ୍ କୁଶାଲେ ୫୦ ମିଟର ଏୟାର ରାଇଫଲରେ ୩ୟ ପୋଜିସନରେ ରହି ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ।
ଅଲିମ୍ପିକ୍ ବ୍ରୋଞ୍ଜ ଜିତିବା ପୂର୍ବରୁ କାଇରୋରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନସିପରେ ସ୍ବପ୍ନିଲ୍ ବ୍ରୋଞ୍ଜ ପଦକ ଜିତିଥିଲେ । ସେ ୨୦୨୧ ମସିହାରେ ଦିଲ୍ଲୀରେ ଆୟୋଜିତ ବିଶ୍ୱକପ ଏବଂ ୨୦୨୨ ଏସୀୟ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ସ୍ବପ୍ନିଲ୍ । ଗତବର୍ଷ ସେ ଏସୀୟ ଶୁଟିଂ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିଲେ । ସେହି ବର୍ଷ ସେ ଜାକର୍ତ୍ତାରେ ଆୟୋଜିତ ଏସୀୟ ରାଇଫଲ-ପିସ୍ତଲ ଚାମ୍ପିଅନସିପରେ ଜିତିଥିଲେ ସ୍ୱର୍ଣ୍ଣ । ଏହି ଖେଳାଳି ୨୦୧୭ କମନୱେଲଥ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଆଣିଥିଲେ ଗୌରବ ।