ଘରୋଇ କ୍ରିକେଟ ନ ଖେଳିଲେ କଟିବ ଦରମା, ଆଇପିଏଲ ଖେଳିବା ଉପରେ ଲାଗିବ ବ୍ୟାନ୍‌! ବିସିସିଆଇର ନୂଆ ନିୟମ

ନୂଆଦିଲ୍ଲୀ,୧୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ୧-୩ ଗୋଲରେ ପରାଜୟ ପରେ ବିସିସିଆଇ ବହୁତ ସକ୍ରିୟ ହୋଇ ଉଠିଛି। ଏକ ନୂତନ ୧୦-ସୂତ୍ରୀ ନୀତି’ କାର୍ଯ୍ୟକାରୀ କରାଯାଇଛି, ଯେଉଁଥିରେ ୧୦ଟି ନିୟମ ରଖାଯାଇଛି ଯାହାକୁ ଖେଳାଳିମାନେ ଏବେଠାରୁ ପାଳନ କରିବାକୁ ପଡିବ। ଦଳ ମଧ୍ୟରେ ଶୃଙ୍ଖଳା, ଏକତା ଏବଂ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା ପାଇଁ ଏହା କରାଯାଇଛି ବୋଲି କୁହାଯାଉଛି। କିନ୍ତୁ ଏପରି ଏକ ନିୟମ ଅଛି, ଯାହା ଯୋଗୁ ଜଣେ ଖେଳାଳିଙ୍କୁ […] The post ଘରୋଇ କ୍ରିକେଟ ନ ଖେଳିଲେ କଟିବ ଦରମା, ଆଇପିଏଲ ଖେଳିବା ଉପରେ ଲାଗିବ ବ୍ୟାନ୍‌! ବିସିସିଆଇର ନୂଆ ନିୟମ appeared first on Dharitri Odia News.

ଘରୋଇ କ୍ରିକେଟ ନ ଖେଳିଲେ କଟିବ ଦରମା, ଆଇପିଏଲ ଖେଳିବା ଉପରେ ଲାଗିବ ବ୍ୟାନ୍‌! ବିସିସିଆଇର ନୂଆ ନିୟମ

ନୂଆଦିଲ୍ଲୀ,୧୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ୧-୩ ଗୋଲରେ ପରାଜୟ ପରେ ବିସିସିଆଇ ବହୁତ ସକ୍ରିୟ ହୋଇ ଉଠିଛି। ଏକ ନୂତନ ୧୦-ସୂତ୍ରୀ ନୀତି’ କାର୍ଯ୍ୟକାରୀ କରାଯାଇଛି, ଯେଉଁଥିରେ ୧୦ଟି ନିୟମ ରଖାଯାଇଛି ଯାହାକୁ ଖେଳାଳିମାନେ ଏବେଠାରୁ ପାଳନ କରିବାକୁ ପଡିବ। ଦଳ ମଧ୍ୟରେ ଶୃଙ୍ଖଳା, ଏକତା ଏବଂ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା ପାଇଁ ଏହା କରାଯାଇଛି ବୋଲି କୁହାଯାଉଛି। କିନ୍ତୁ ଏପରି ଏକ ନିୟମ ଅଛି, ଯାହା ଯୋଗୁ ଜଣେ ଖେଳାଳିଙ୍କୁ ଦରମା କାଟ ଏବଂ ଆଇପିଏଲରୁ ବାସନ୍ଦ ଭଳି ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିପାରେ।

ବିସିସିଆଇ ସ୍ପଷ୍ଟ କରିଛି ଯେ ଏବେ ସମସ୍ତ ଖେଳାଳିଙ୍କ ପାଇଁ ଘରୋଇ କ୍ରିକେଟରେ ଅଂଶଗ୍ରହଣ କରିବା ବାଧ୍ୟତାମୂଳକ ହେବ। ଏହା ବ୍ୟତୀତ ଅନେକ କଠୋର ନିୟମ ମଧ୍ୟ ଜାରି କରାଯାଇଛି। ଯଦି କୌଣସି ଖେଳାଳି ନିୟମ ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ଦଣ୍ଡ ଭୋଗିବାକୁ ପଡିବ ବୋଲି ବୋର୍ଡ ଏକ ଚେତାବନୀ ମଧ୍ୟ ଜାରି କରିଛି। ଏକ ନୂତନ ନିୟମରେ କୁହାଯାଇଛି, “ଯଦି ଏକ ଜଟିଳ ପରିସ୍ଥିତି କିମ୍ବା ସମସ୍ୟା ଉପୁଜେ, ତେବେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତାଙ୍କ ଅନୁମୋଦନ ପାଇବା ପରେ ହିଁ ଜଣେ ନିର୍ଦ୍ଦିଷ୍ଟ ଖେଳାଳି ଏହି ନିୟମ ବାହାରେ କାର୍ଯ୍ୟ କରିପାରିବେ। ଯଦି ଏହା କରାଯାଏ ନାହିଁ, ତେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

The post ଘରୋଇ କ୍ରିକେଟ ନ ଖେଳିଲେ କଟିବ ଦରମା, ଆଇପିଏଲ ଖେଳିବା ଉପରେ ଲାଗିବ ବ୍ୟାନ୍‌! ବିସିସିଆଇର ନୂଆ ନିୟମ appeared first on Dharitri Odia News.