ଘରୋଇ ବିଦ୍ୟାଳୟ ସଂଘର ସାଧାରଣ ପରିଷଦ ବୈଠକ:୧୦ ବର୍ଷର ସିଓଆର୍‌ ଦେବା ପାଇଁ ଦାବି

ଭବାନୀପାଟଣା,୧୭ା୩(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଘରୋଇ ବିଦ୍ୟାଳୟ ସଂଘର ସାଧାରଣ ପରିଷଦ ବୈଠକ ସୋମବାର ସାରେ ଭବାନୀପାଟଣାସ୍ଥିତ ମଡର୍ଣ୍ଣ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସିଓଆର୍‌ ଓ ଆର୍‌ଟିଇ ପ୍ରତିପୂରଣ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଆରଟିଇ (ଶିକ୍ଷା ଅଧିକାର ଅଧିନିୟମ) ଅର୍ଥ ମଞ୍ଜୁର ହୋଇରହିଥିବା ସତ୍ତ୍ୱେ ସ୍କୁଲଗୁଡିକୁ ଦିଆଯାଉ ନ ଥିବାରୁ ସରକାର ଶୀଘ୍ର ୧୦ବର୍ଷର ବକେୟା ରାଶି ପ୍ରଦାନ କରିବାକୁ ସଂଘ ତରଫରୁ ଦାବି କରାଯାଇଛି। ଘରୋଇ ସ୍କୁଲଗୁଡିକ ସରକାରୀ ନିୟମ […] The post ଘରୋଇ ବିଦ୍ୟାଳୟ ସଂଘର ସାଧାରଣ ପରିଷଦ ବୈଠକ:୧୦ ବର୍ଷର ସିଓଆର୍‌ ଦେବା ପାଇଁ ଦାବି appeared first on Dharitri Odia News.

ଘରୋଇ ବିଦ୍ୟାଳୟ ସଂଘର ସାଧାରଣ ପରିଷଦ ବୈଠକ:୧୦ ବର୍ଷର ସିଓଆର୍‌ ଦେବା ପାଇଁ ଦାବି

ଭବାନୀପାଟଣା,୧୭ା୩(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଘରୋଇ ବିଦ୍ୟାଳୟ ସଂଘର ସାଧାରଣ ପରିଷଦ ବୈଠକ ସୋମବାର ସାରେ ଭବାନୀପାଟଣାସ୍ଥିତ ମଡର୍ଣ୍ଣ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସିଓଆର୍‌ ଓ ଆର୍‌ଟିଇ ପ୍ରତିପୂରଣ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଆରଟିଇ (ଶିକ୍ଷା ଅଧିକାର ଅଧିନିୟମ) ଅର୍ଥ ମଞ୍ଜୁର ହୋଇରହିଥିବା ସତ୍ତ୍ୱେ ସ୍କୁଲଗୁଡିକୁ ଦିଆଯାଉ ନ ଥିବାରୁ ସରକାର ଶୀଘ୍ର ୧୦ବର୍ଷର ବକେୟା ରାଶି ପ୍ରଦାନ କରିବାକୁ ସଂଘ ତରଫରୁ ଦାବି କରାଯାଇଛି। ଘରୋଇ ସ୍କୁଲଗୁଡିକ ସରକାରୀ ନିୟମ ମୁତାବକ ୨୫ ପ୍ରତିଶତ ମାଗଣା ଶିକ୍ଷାଦାନ କରିଥାନ୍ତି। ସରକାର ସମୟାନୁସାରେ ପ୍ରତିପୂରଣ କରିବା ନିୟମ ରହିଛି। କିନ୍ତୁ ବର୍ଷ ବର୍ଷ ଧରି ଏହି ପ୍ରାପ୍ୟ ନ ଦେବାରୁ ସ୍କୁଲଗୁଡିକ ଉପରେ ଆର୍ଥିକ ବୋଝ ବଢିଯାଉଛି। ସଂଘ ଚେୟାରମ୍ୟାନ ଶିବରାମ ନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାର ୧୩ ବ୍ଲକର ବିଭିନ୍ନ ଘରୋଇ ସ୍କୁଲର ଅଧ୍ୟକ୍ଷ, ନିର୍ଦ୍ଦେଶକ, ସ୍କୁଲ ପରିଚାଳନା କମିଟି ସଭ୍ୟାସଭ୍ୟ ଉପସ୍ଥିତ ଥିଲେ। ସଂଘର ଭାଇସ-ଚେୟାରମ୍ୟାନ ୟୁସୁଫ ଅହମ୍ମଦ ସଭା ପରିଚାଳନା ସହ ଧନ୍ୟବାଦ ଦେଇଥିଲେ।

The post ଘରୋଇ ବିଦ୍ୟାଳୟ ସଂଘର ସାଧାରଣ ପରିଷଦ ବୈଠକ:୧୦ ବର୍ଷର ସିଓଆର୍‌ ଦେବା ପାଇଁ ଦାବି appeared first on Dharitri Odia News.