ଘରୋଇ ଯୋଗାଣ ପାଇପ୍ରେ ଗୋଳିଆ ପାଣି, ନେବାକୁ ଜମୁଛି ଲୋକଙ୍କ ଭିଡ଼
ବାଲିଗୁଡ଼ା,୭ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍ଏସି ଅଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଳଯୋଗାଣ କରାଯାଉଛି। କିନ୍ତୁ ବର୍ତ୍ତମାନ କିଛି ଦିନ ହେଲା ଗୋଳିଆ ପାଣି ଆସୁଥିବାରୁ ଏହା ବ୍ୟବହାର ହୋଇପାରୁନାହିଁ। ଯାହା ଫଳରେ ସାହି ବାସିନ୍ଦା ବାଧ୍ୟ ହୋଇ କୂଅ ଓ ନଳକୂପ ଉପରେ ଭରସା କରୁଛନ୍ତି। ଏହି ଗୋଳିଆ ପାଣି ପିଇ କରି ଓ୍ବାର୍ଡବାସିନ୍ଦା ଥଣ୍ଡା,କାଶ, ଜ୍ୱର ଭଳି ବିଭିନ୍ନ ପ୍ରକାର ସଂକ୍ରମକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ […] The post ଘରୋଇ ଯୋଗାଣ ପାଇପ୍ରେ ଗୋଳିଆ ପାଣି, ନେବାକୁ ଜମୁଛି ଲୋକଙ୍କ ଭିଡ଼ appeared first on Dharitri Odia News.
ବାଲିଗୁଡ଼ା,୭ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍ଏସି ଅଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଳଯୋଗାଣ କରାଯାଉଛି। କିନ୍ତୁ ବର୍ତ୍ତମାନ କିଛି ଦିନ ହେଲା ଗୋଳିଆ ପାଣି ଆସୁଥିବାରୁ ଏହା ବ୍ୟବହାର ହୋଇପାରୁନାହିଁ। ଯାହା ଫଳରେ ସାହି ବାସିନ୍ଦା ବାଧ୍ୟ ହୋଇ କୂଅ ଓ ନଳକୂପ ଉପରେ ଭରସା କରୁଛନ୍ତି। ଏହି ଗୋଳିଆ ପାଣି ପିଇ କରି ଓ୍ବାର୍ଡବାସିନ୍ଦା ଥଣ୍ଡା,କାଶ, ଜ୍ୱର ଭଳି ବିଭିନ୍ନ ପ୍ରକାର ସଂକ୍ରମକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ରହିଛି ୧୩ଟି ଓ୍ବାର୍ଡ। ସମସ୍ତ ଓ୍ବାର୍ଡ଼ରେ ଥିବା ପାଇପ୍ରେ ଆସୁଛି ଗୋଳିଆ ପାଣି। କାଦୁଅ ପାଣି ଭଳି ଭଳି ଦେଖାଯାଉଥିବା ବେଳେ ଏହା ଆଦୌ ବ୍ୟବହାର କରାଯାଇ ପାରୁନାହିଁ। ଏ ନେଇ ଓ୍ବାର୍ଡ଼ ବାସିନ୍ଦା ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି କୂଅ, ନଳକୂଅ ପାଣି ଆଣି ବ୍ୟବହାର କରୁଛନ୍ତି। ଗୋଳିପାଣି ବ୍ୟବହାର କରିବା ଦ୍ୱାରା କାଛୁ କୁଣ୍ଡିଆ ଭଳି ବିଭିନ୍ନ ସଂକ୍ରାମକ ରୋଗ ହେବା ଆଶଙ୍କା ରହିଥିବା କୁହାଯାଉଛି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗର ଯନ୍ତ୍ରୀ ଏ.ଚକ୍ରଧରଙ୍କୁ ପଚାରିବାରୁ ବର୍ଷାଦିନ ଯୋଗୁ ନଦୀରେ ଗୋଳି ପାଣି ଆସୁଛି। କେମିକାଲ ମିଶାଇ ଗୋଳି କଟାଯାଉଛି। ତଥାପି କାହିଁକି ଗୋଳି ପାଣି ଯୋଗାଣ ହେଉଛି ଏନେଇ ଅନୁଧ୍ୟାନ କରିବା ସହ ଅତିଶୀଘ୍ର ସଫା ପାଣି ଦେବାକୁ ଆମର ଚେଷ୍ଟା ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି।
The post ଘରୋଇ ଯୋଗାଣ ପାଇପ୍ରେ ଗୋଳିଆ ପାଣି, ନେବାକୁ ଜମୁଛି ଲୋକଙ୍କ ଭିଡ଼ appeared first on Dharitri Odia News.