ଘରୋଇ ସ୍କୁଲ ହଷ୍ଟେଲରୁ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା: ରାଉରକେଲାର ଏକ ଘରୋଇ ସ୍କୁଲ ହଷ୍ଟେଲରେ ଅଭାବନୀୟ ଘଟଣା ଘଟିଛି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି। ଉକ୍ତ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତଛାତ୍ର ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ ଗ୍ରାମର କ୍ରିଷ୍ଣା କୁଜୁର ବୋଲି ଜଣାପଡ଼ିଛି। ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନା ମର୍ଗ ହାଉସରେ ରଖାଯାଇଛି। ଅଭିଯୋଗ ପରେ ଛେଣ୍ଡ ଥାନା ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରିଛି।

death