ଘଷିପୁରା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ କଲେ ଜଗବନ୍ଧୁ

ପାଟଣା: କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀ ପାଇଁ କଳିଙ୍ଗ ନ୍ୟାସନାଲ ଫ୍ରଣ୍ଟ ତରଫରୁ ବିଧାୟକ ପ୍ରାର୍ଥୀ ଭାବେ ଜଗବନ୍ଧୁ ମହାନ୍ତ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ଆନନ୍ଦପୁର ସହକାରୀ ଜିଲ୍ଲାପାଳ ତଥା ଘଷିପୁରା ନିର୍ବାଚନ ଅଧିକାରୀଙ୍କ ନିକଟରେ ୧୦ ଜଣ ସମର୍ଥକ‌ଙ୍କ ସହିତ ଉପସ୍ଥିତ ରହି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ୨୦୧୯ ସାଧାରଣ ନିର୍ବାଚନରେ କଳିଙ୍ଗ ସେନା ତରଫରୁ ପ୍ରାର୍ଥୀ ହୋଇଥିଲେ। ଘଷିପୁରା ନିର୍ବାଚନ ମଣ୍ଡଳୀ ରେ ଅରାଜକତା, ହିଂସାକାଣ୍ଡ, […]

ଘଷିପୁରା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ କଲେ ଜଗବନ୍ଧୁ

ପାଟଣା: କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀ ପାଇଁ କଳିଙ୍ଗ ନ୍ୟାସନାଲ ଫ୍ରଣ୍ଟ ତରଫରୁ ବିଧାୟକ ପ୍ରାର୍ଥୀ ଭାବେ ଜଗବନ୍ଧୁ ମହାନ୍ତ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ଆନନ୍ଦପୁର ସହକାରୀ ଜିଲ୍ଲାପାଳ ତଥା ଘଷିପୁରା ନିର୍ବାଚନ ଅଧିକାରୀଙ୍କ ନିକଟରେ ୧୦ ଜଣ ସମର୍ଥକ‌ଙ୍କ ସହିତ ଉପସ୍ଥିତ ରହି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ୨୦୧୯ ସାଧାରଣ ନିର୍ବାଚନରେ କଳିଙ୍ଗ ସେନା ତରଫରୁ ପ୍ରାର୍ଥୀ ହୋଇଥିଲେ। ଘଷିପୁରା ନିର୍ବାଚନ ମଣ୍ଡଳୀ ରେ ଅରାଜକତା, ହିଂସାକାଣ୍ଡ, ଏକଛତ୍ରବାଦ ଉପରେ ଲଢେ଼ଇ କରିବା ସହ ଗ୍ରାମାଞ୍ଚଳର ବିକାଶକୁ ଅଧିକ ଗୁରୁତ୍ଵ ଦେବେ ବୋଲି ପ୍ରକାଶ କରିଛନ୍ତି। ଶ୍ରୀ ମହାନ୍ତ ଘଟଗାଁ ବ୍ଲକ ପଇଦାପାଟଣା ପଞ୍ଚାୟତ ଶଗଡିଆ ଗ୍ରାମର ସ୍ଥାୟୀ ବାସିନ୍ଦା ଅଟନ୍ତି।