ଘସିପୁରାରୁ ନିର୍ବାଚନ ଲଢ଼ିବେ କି ସୌମ୍ୟ ? କହିଲେ, ମୋତେ ବିଜେପି ତରଫରୁ ମିଳିଛି ପ୍ରସ୍ତାବ

ସୌମ୍ୟ କହିଛନ୍ତି, ଏଠାରୁ ଲଢ଼ିବାକୁ ବିଜେପି ତରଫରୁ ପ୍ରସ୍ତାବ ଆସିଛି । ଏଠାକାର ସ୍ଥାନୀୟ ଲୋକ ମଧ୍ୟ ଏଠାରୁ ଲଢ଼ିବାକୁ ମୋ ଉପରେ ଚାପ ପକାଉଛନ୍ତି।

ଘସିପୁରାରୁ ନିର୍ବାଚନ ଲଢ଼ିବେ କି ସୌମ୍ୟ ? କହିଲେ, ମୋତେ ବିଜେପି ତରଫରୁ ମିଳିଛି ପ୍ରସ୍ତାବ

ଘସିପୁରା ବିଧାନସଭା ଆସନରୁ ଲଢ଼ିପାରନ୍ତି ସୌମ୍ୟ ପଟ୍ଟନାୟକ । ଆଜି ଏନେଇ ଇଙ୍ଗିତ କରିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆଜି ମା’ ତାରିଣୀଙ୍କ ଦର୍ଶନ ଅବସରରେ ଗଣମାଧ୍ୟମକୁ ଏମିତି ସୂଚନା ଦେଇଛନ୍ତି ସୌମ୍ୟ । ସେ କହିଛନ୍ତି, ଏଠାରୁ ଲଢ଼ିବାକୁ ବିଜେପି ତରଫରୁ ପ୍ରସ୍ତାବ ଆସିଛି । ଏଠାକାର ସ୍ଥାନୀୟ ଲୋକ ମଧ୍ୟ ଏଠାରୁ ଲଢ଼ିବାକୁ ମୋ ଉପରେ ଚାପ ପକାଉଛନ୍ତି। ଏନେଇ ମୋତେ ସଦ୍‌ବୁଦ୍ଧି ଦେବାକୁ ମା’ଙ୍କ ଦର୍ଶନ କରିବାକୁ ଆସିଛି।

ଖଣ୍ଡପଡ଼ା ସଂପର୍କରେ ମଧ୍ୟ ରୋଚକ ମନ୍ତବ୍ୟ ଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ଏଯାଏ ବିଜେଡି କାହିଁକି ଖଣ୍ଡପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିନି । କ’ଣ ରହସ୍ୟ ବୋଲି ପ୍ରଶ୍ନ କରିଛନ୍ତି। ସୌମ୍ୟ ଆଜି ସକାଳୁ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବୀ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିଛନ୍ତି ।

ସୂଚନା ଅନୁସାରେ ଲଗାତର ନିଜ ସଂପାଦକୀୟ ପ୍ରହାରରେ ସରକାର, ଫାଇଭ୍‌-ଟି ସଚିବ ଓ ନିଜ ଦଳ ବିଜେଡିକୁ ଘାଇଲା କରିବା ପରେ ପ୍ରଥମେ ଗତ ସେପ୍ଟେମ୍ବର ୧୨ ତାରିଖରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ହଟାଇଥିଲା ବିଜେଡି । ଆଉ ଏହାର ୯ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୨୧ରେ ଲୋନ୍ ଦୁର୍ନୀତି ଭଳି ଜନବିରୋଧୀ ଷ୍ଟାମ୍ପ ମାରି ଦଳରୁ ତଡ଼ି ଦେଇଥିଲେ ସୁପ୍ରିମୋ । ତେବେ ଏହାପରଠୁ ସୌମ୍ୟଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ତାହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା ।