ଘାଟିରୁ ୧୫୦ ଫୁଟ୍‌ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌; ୨୧ ମୃତ

ଜମ୍ମୁ କାଶ୍ମୀରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଭାରସାମ୍ୟ ହରାଇ ୧୫୦ ଫୁଟ୍‌ ତଳକୁ ଖସିପଡ଼ିଲା। ଏହି ଦୁର୍ଘଟଣାରେ ୨୧ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଘାଟିରୁ ୧୫୦ ଫୁଟ୍‌ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌; ୨୧ ମୃତ

ଘାଟିରୁ ତଳକୁ ଖସିପଡ଼ିଲା ତୀର୍ଥଯାତ୍ରୀ ବସ୍‌। ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଗୁରୁତର ଆହତ ହୋଇଛନ୍ତି। ଜମ୍ମୁ କାଶ୍ମୀରର ଅଖନୁର ସହର ତାଣ୍ତା ନିକଟରେ ଏହି ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ତେବେ ଆହତଙ୍କୁ ଅଖନୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଉତ୍ତରପ୍ରଦେଶ ହାଥରସ୍‌ରୁ ଯାତ୍ରୀଙ୍କୁ ନେଇ ଆସୁଥିଲା ବସ୍‌।

ଜମ୍ମୁ କାଶ୍ମୀରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଭାରସାମ୍ୟ ହରାଇ ୧୫୦ ଫୁଟ୍‌ ତଳକୁ ଖସିପଡ଼ିଲା। ଏହି ଦୁର୍ଘଟଣାରେ ୨୧ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

ସୂଚନା ମୁତାବକ ବସ୍‌ଟି ଯାତ୍ରୀଙ୍କୁ ନେଇ ଜମ୍ମୁର ପ୍ରସିଦ୍ଧ ଶୈବ ପୀଠ ଶିବଖୋରି ଯାଉଥିଲା। ଘାଟିରୁ ୧୫୦ ଫୁଟ୍‌ ତଳକୁ ଖସିଲା ବସ୍‌। ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୪୦ ଜଣଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କୁ ଅଖନୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣାର ତୀର୍ଥଯାତ୍ରୀ ଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏନେଇ ଏକ୍ସରେ ଏକ ପୋଷ୍ଟ ଜରିଆରେ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ଆହତ ଥିବା ଯାତ୍ରୀଙ୍କ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି।