ଘାଟିରେ ଓଲଟି ପଡ଼ିଲା ଅଟୋ; ଚାଲିଗଲା ମହିଳାଙ୍କ ଜୀବନ

ପଦ୍ମପୁର ଗାଁର ୧୮ ଜଣ ମହିଳା ଶ୍ରମିକ ଛାତ ପକାଇବା ପାଇଁ ପୁଟାସିଂ ଥାନା ଚିରାସାହି ଗାଁକୁ ଯାଇଥିଲେ। କାମ ସାରି ସମସ୍ତେ ଅଟୋରେ ଘରକୁ ଫେରୁଥିଲେ। ହେଲେ ଅପରାହ୍ନରେ ଅଟୋଟି ଚିନାସାରି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଘାଟିରେ ଓଲଟି ପଡ଼ିଲା ଅଟୋ; ଚାଲିଗଲା ମହିଳାଙ୍କ ଜୀବନ

କାମ ସାରି ଘରକୁ ଫେରୁଥିବା ବେଳେ ଘାଟିରେ ଓଲଟି ପଡ଼ିଲା ଅଟୋ। ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ। ଏବେ ମେଡିକାଲ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି ୫ ଶ୍ରମିକ। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାୟଗଡ଼ା ଜିଲ୍ଲାର ଚିନାସାରି ଘାଟିଛି। 

ପଦ୍ମପୁର ଗାଁର ୧୮ ଜଣ ମହିଳା ଶ୍ରମିକ ଛାତ ପକାଇବା ପାଇଁ ପୁଟାସିଂ ଥାନା ଚିରାସାହି ଗାଁକୁ ଯାଇଥିଲେ। କାମ ସାରି ସମସ୍ତେ ଅଟୋରେ ଘରକୁ ଫେରୁଥିଲେ। ହେଲେ ଅପରାହ୍ନରେ ଅଟୋଟି ଚିନାସାରି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଯାହାଫଳରେ ୬ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଗୁଣୁପୁର ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ମେଡ଼ିକାଲ୍‌ରେ ମାୟା ସାହୁଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନେ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ରିପୋର୍ଟ-ଗୁଣୁପୁରରୁ ରାକେଶ କୁମାର ପାଢ଼ୀ