ଘାଟିରେ ଓଲଟିଲା ଅଟୋ, ୧୮ ଆହତ
ଝରିଗାଁ,୧୨ା୫(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଘାଟିରେ ରବିବାର ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ନିର୍ବାଚନ ପାଇଁ ପ୍ରାୟ ଗାଡ଼ି ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଥିବା ବେଳେ ଉମରକୋଟ ବ୍ଲକ ସାନଭରଣ୍ଡୀ ଗ୍ରାମର ଛୋଟ ବଡ଼ ମିଶି ପ୍ରାୟ ୨୨ଜଣ ଏକ ଅଟୋ (ସିଜି ୧୭ ଟି ୧୬୦୨) ଯୋଗେ ଚନ୍ଦାହାଣ୍ଡି ବ୍ଲକ ଫଟିକି ଗ୍ରାମକୁ ଭାଜପା ଏମ୍ପି ପ୍ରାର୍ଥୀ […] The post ଘାଟିରେ ଓଲଟିଲା ଅଟୋ, ୧୮ ଆହତ appeared first on Dharitri Odia News.
ଝରିଗାଁ,୧୨ା୫(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଘାଟିରେ ରବିବାର ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ନିର୍ବାଚନ ପାଇଁ ପ୍ରାୟ ଗାଡ଼ି ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଥିବା ବେଳେ ଉମରକୋଟ ବ୍ଲକ ସାନଭରଣ୍ଡୀ ଗ୍ରାମର ଛୋଟ ବଡ଼ ମିଶି ପ୍ରାୟ ୨୨ଜଣ ଏକ ଅଟୋ (ସିଜି ୧୭ ଟି ୧୬୦୨) ଯୋଗେ ଚନ୍ଦାହାଣ୍ଡି ବ୍ଲକ ଫଟିକି ଗ୍ରାମକୁ ଭାଜପା ଏମ୍ପି ପ୍ରାର୍ଥୀ ବଳଭଦ୍ର ମାଝିଙ୍କୁ ଭେଟିବାକୁ ଯିବା ବେଳେ ସକାଳେ ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଅଟୋ ଓଲଟି ପଡ଼ିଥିଲା। ଫଳରେ ଅଟୋରେ ବସିଥିବା ଲୋକମାନେ ଛିଟିକି ହୋଇ ରାସ୍ତାରେ ପଡ଼ିଥଲେ। ସେହି ରାସ୍ତା ଦେଇ ଯାଉଥିବା ଠିକାଦାର ଗୋକୁଳ ପଟ୍ଟନାୟକ ଏବଂ ଅନିଲ ଜୈନ ଦୁର୍ଘଟଣା ଦେଖି ତୁରନ୍ତ କିଛି ଗୁରୁତରମାନଙ୍କୁ ନିଜ ଗାଡ଼ିରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହାପରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଅନ୍ୟମାନଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଗାଡ଼ିରେ ଥିବା ୨୨ ଜଣ ମଧ୍ୟରୁ ୯ଜଣ ମହିଳା, ଦୁଇ ଜଣ ଶିଶୁ ଏବଂ ୭ଜଣ ପୁରୁଷ ଗୁରୁତର ଥିବା ବେଳେ ବୈଦି ରାଜ ଗଣ୍ଡ (୪୫) କାନ୍ଧରେ ପ୍ରବଳ ଆଘାତ ହୋଇଥିବା ଯୋଗୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଆହତମାନେ ହେଲେ ପାର କମାର (୭୦), ରତନା କମାର (୭୦), ଲଚିନ୍ଦର୍ ଗଣ୍ଡ (୬୮), ସୁକାନ୍ତି ଗଣ୍ଡ (୩୦), ଜଗଦିଶ ଗଣ୍ଡ (୪୫), ଅଟୋ ଚାଳକ ମୁନା ହରିଜନ (୩୦), ଦୂତିକା ଗଣ୍ଡ (୨୨), ଗୋପୀନାଥ ଗଣ୍ଡ (୩), ପଦ୍ମା ଗୌଡ଼ (୩୪), ସନ୍ଧ୍ୟା କମାର (୨), ଗାୟତ୍ରୀ କମାର (୩୦), ହେମା କମାର (୨୨) ଅଟନ୍ତି l ସେହିପରି ଅନ୍ୟମାନେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବା ଡାକ୍ତର ଅରବିନ୍ଦ ପଣ୍ଡା ସୂଚନା ଦେଇଛନ୍ତି l
The post ଘାଟିରେ ଓଲଟିଲା ଅଟୋ, ୧୮ ଆହତ appeared first on Dharitri Odia News.