ବନାଗ୍ନି ରୋକିବାକୁ ବନ ବିଭାଗର ଅଭିନବ ପ୍ରୟାସ : ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଉପାନ୍ତ ଅଞ୍ଚଳରେ ଜନ ସଚେତନତା

ବାଲିଗୁଡା, ୧୮।୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଡ଼ିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜର ହରିହର ବେହେରାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଫରେଷ୍ଟର ଯୋଗେଶ୍ୱର ଧାରୁଆ ଇନଚାର୍ଜ ଫରେଷ୍ଟର ସନ୍ତୋଷ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ବିଟ ଫରେଷ୍ଟର ଗାର୍ଡଙ୍କ ଉପସ୍ଥିତିରେ ବ୍ରାହ୍ମଣୀ ଗାଁ ବନାଞ୍ଚଳର ଗଦାପୁର ସେକ୍ସନର ଶ୍ରମୁଲି ଓ କାଟିଙ୍ଗିଆ ସେକ୍ସନର ମିଞ୍ଜାପାଙ୍ଗା ଗାଁରେ ବାନାଗ୍ନୀ ନିରାକରଣ ପାଇଁ ବନ ବିଭାଗର ଅଭିନ ପ୍ରୟାସ ଆରମ୍ଭ କରିଛି l ବନାଗ୍ନୀ ରୋକିବାକୁ […] The post ବନାଗ୍ନି ରୋକିବାକୁ ବନ ବିଭାଗର ଅଭିନବ ପ୍ରୟାସ : ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଉପାନ୍ତ ଅଞ୍ଚଳରେ ଜନ ସଚେତନତା appeared first on Dharitri Odia News.

ବନାଗ୍ନି ରୋକିବାକୁ ବନ ବିଭାଗର ଅଭିନବ ପ୍ରୟାସ : ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଉପାନ୍ତ ଅଞ୍ଚଳରେ ଜନ ସଚେତନତା

ବାଲିଗୁଡା, ୧୮।୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଡ଼ିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜର ହରିହର ବେହେରାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଫରେଷ୍ଟର ଯୋଗେଶ୍ୱର ଧାରୁଆ ଇନଚାର୍ଜ ଫରେଷ୍ଟର ସନ୍ତୋଷ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ବିଟ ଫରେଷ୍ଟର ଗାର୍ଡଙ୍କ ଉପସ୍ଥିତିରେ ବ୍ରାହ୍ମଣୀ ଗାଁ ବନାଞ୍ଚଳର ଗଦାପୁର ସେକ୍ସନର ଶ୍ରମୁଲି ଓ କାଟିଙ୍ଗିଆ ସେକ୍ସନର ମିଞ୍ଜାପାଙ୍ଗା ଗାଁରେ ବାନାଗ୍ନୀ ନିରାକରଣ ପାଇଁ ବନ ବିଭାଗର ଅଭିନ ପ୍ରୟାସ ଆରମ୍ଭ କରିଛି l ବନାଗ୍ନୀ ରୋକିବାକୁ ଖରାଦିନ ପୂର୍ବରୁ ଆଗୁଆ ପଦକ୍ଷେପ ନେଉଛି ବନବିଭାଗ l ଜନ ସଚେତନତା ସଭା ସହିତ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହେଉଛି l କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ଶାଖାର କଳାକାର ମାନେ ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ସଚେତନତା ର ବାର୍ତ୍ତା ବlଣ୍ଟିଥିଲେ । ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନାଙ୍କ ରଚିତ ଓ ନିର୍ଦ୍ଦେଶନାରେ ସଚେତନଧର୍ମି ପଥପ୍ରାନ୍ତ ନାଟକ ” ଜଙ୍ଗଲ ଆମର ମାଆ “ବେଶ ହୃଦୟସ୍ପର୍ଶୀ ହୋଇଥିଲା l ଜଙ୍ଗଲ ନିଆଁ ନିରାକରଣ ପୋଡୁଚାଷରୁ ନିବୃତ ବେଆଇନ ଶିକାର ଏବଂ ମହୁଲ ସଂଗ୍ରହ ସମୟ ରେ ଗଛତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ ଏବଂ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ବନ ସୁରକ୍ଷା ସମିତି ର ସଦସ୍ୟ ସମେତ ଗ୍ରାମବାସୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ଜଙ୍ଗଲ କୁ କିଭଳି ନିଆଁ ଦାଉରୁ ରକ୍ଷାକରି ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ l

The post ବନାଗ୍ନି ରୋକିବାକୁ ବନ ବିଭାଗର ଅଭିନବ ପ୍ରୟାସ : ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଉପାନ୍ତ ଅଞ୍ଚଳରେ ଜନ ସଚେତନତା appeared first on Dharitri Odia News.